ETV Bharat / entertainment

Parineeti Raghav: ଆଜି ପରିଣୀତି-ରାଘବଙ୍କ ନିର୍ବନ୍ଧ, ଦିଲ୍ଲୀରେ ପହଞ୍ଚିଲେ ପ୍ରିୟଙ୍କା

author img

By

Published : May 13, 2023, 11:54 AM IST

ଆଜି ସନ୍ଧ୍ୟାରେ ଦିଲ୍ଲୀରେ ଲଭବାର୍ଡ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ନିର୍ବନ୍ଧ । ରାଘବଙ୍କ ବାସଭବନ କପୁରଥଲା ହାଉସରେ ଆୟୋଜିତ ହେବ ଉଭୟଙ୍କ ରିଙ୍ଗ ସେରମୋନି । ତେବେ ଏହି ସମାରୋହରେ ଯୋଗ ଦେବା ପାଇଁ ପରିଣୀତିଙ୍କ ସମ୍ପର୍କୀୟ ଭଉଣୀ ତଥା ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଦିଲ୍ଲୀରେ ପହଞ୍ଚିଛନ୍ତି ।

ଆଜି ପରିଣୀତି-ରାଘବଙ୍କ ନିର୍ବନ୍ଧ, ଦିଲ୍ଲୀରେ ପହଞ୍ଚିଲେ ପ୍ରିୟଙ୍କା
ଆଜି ପରିଣୀତି-ରାଘବଙ୍କ ନିର୍ବନ୍ଧ, ଦିଲ୍ଲୀରେ ପହଞ୍ଚିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ବିବାହକୁ ନେଇ ଚର୍ଚ୍ଚାରେ ରହିଥିବା ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢା ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଲଭବାର୍ଡ ପରିଣୀତି ଏବଂ ରାଘବଙ୍କର ଆଜି ହେବ ନିର୍ବନ୍ଧ । ଏନେଇ ପ୍ରସ୍ତୁତି ସରିଥିବା ବେଳେ ଅତିଥିଙ୍କର ମଧ୍ୟ ଆସିବା ଆରମ୍ଭ ହୋଇସାରିଲାଣି । ରାଘବଙ୍କ ଘର ଆଲୋକମାଳା ଏବଂ ପୁଷ୍ପରେ ସଜା ହୋଇଥିବା ଦେଖିବାକୁ ମିଳିଛି । ସେପଟେ ଭଉଣୀର ନିର୍ବନ୍ଧରେ ସାମିଲ ହେବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି ପ୍ରିୟଙ୍କା ଚୋପ୍ରା ।

ନୂଆଦିଲ୍ଲୀର ମାନସିଂହ ରୋଡରେ ଥିବା ରାଘବଙ୍କ ବାସଭବନ କପୁରଥଲା ହାଉସରେ ଆୟୋଜିତ ହେବ ଉଭୟଙ୍କ ନିର୍ବନ୍ଧ । ଆଜି ସନ୍ଧ୍ୟା 5ଟାରେ ଏହି ସମାରୋହ ଆୟୋଜିତ ହେବ ଏବଂ ଏଥିରେ 150 ଜଣ ଅତିଥି ସାମିଲ ହେବେ ବୋଲି କୁହାଯାଉଛି । ନିର୍ବନ୍ଧ ନେଇ ରାଘବଙ୍କ ଘର ଆଲୋକମାଳା ଏବଂ ପୁଷ୍ପରେ ବେଶ ସୁନ୍ଦର ଭାବେ ସଜ୍ଜା ଯାଇଥିବା ଦେଖିବାକୁ ମିଳିଥିବା ବେଳେ ସମ୍ପର୍କୀୟ ଭଉଣୀ ପ୍ରିୟଙ୍କା ଚୋପ୍ରା ଦିଲ୍ଲୀ ଏୟାରପୋର୍ଟରେ ନଜର ଆସିଛନ୍ତି । ଭଉଣୀ ପରିଣୀତିଙ୍କ ରିଙ୍ଗ ସେରମୋନିରେ ସାମିଲ ହେବେ ପ୍ରିୟଙ୍କା ।

ରାଘବଙ୍କ ବାସଭବନ କପୁରଥଲା ହାଉସରେ ଆଲୋକମାଳା ଏବଂ ପୁଷ୍ପରେ ସଜ୍ଜିତ
ରାଘବଙ୍କ ବାସଭବନ କପୁରଥଲା ହାଉସରେ ଆଲୋକମାଳା ଏବଂ ପୁଷ୍ପରେ ସଜ୍ଜିତ

ସୂଚନା ଅନୁସାରେ, ଏହି ସମାରୋହ ବଲିଉଡ-ଥିମରେ ହେବ । ଏହି ସମାରୋହରେ ଉଭୟଙ୍କ ପରିବାରରୁ 150 ଜଣ ବ୍ୟକ୍ତି ଏବଂ ଘନିଷ୍ଠ ବନ୍ଧୁଙ୍କୁ ଏହି ନିମନ୍ତ୍ରଣ କରାଯାଇଛି । ଏବଂ ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ଯୋଗଦେବେ ବୋଲି ଆଶା କରାଯାଉଛି । ଏହି ସମାରୋହରେ ରାଘବ ପୱନ ସଚ୍ଚଦେବଙ୍କ ଦ୍ୱାରା ପ୍ରସ୍ତୁତ ଆଉଟଫିଟରେ ପିନ୍ଧିବେ ଏବଂ ପରିଣୀତି ଚୋପ୍ରା ମନୀଷ ମଲହୋତ୍ରାଙ୍କ ଦ୍ୱାରା ପ୍ରସ୍ତୁତ ଆଉଟଫିଟ ପିନ୍ଧିବେ ।

ସୂଚନା ଥାଉ କି, ମାର୍ଚ୍ଚରେ ମୁମ୍ବାଇରେ ମଧ୍ୟାହ୍ନ ଭୋଜନରେ ଏକାଠି ଦେଖିବା ପରେ ପରିଣୀତି ଏବଂ ରାଘବ ଡେଟିଂର ଗୁଜବ ଆରମ୍ଭ ହୋଇଥିଲା । କିନ୍ତୁ ପୂର୍ବରୁ ପରିଣୀତି ଏବଂ ରାଘବ ପରସ୍ପରକୁ ଜାଣିଥିଲେ । ପରିଣୀତି ଏବଂ ରାଘବ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ଏକାଠି ଅଧ୍ୟୟନ କରିଥିଲେ ଏବଂ ଦୀର୍ଘ ସମୟ ଧରି ବନ୍ଧୁ ଥିଲେ । ଉଭୟ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନୁସରଣ ମଧ୍ୟ କରନ୍ତି ।

ପରିଣୀତିଙ୍କ ୱାର୍କ ଫ୍ରଣ୍ଟ କହିବାକୁ ଗଲେ, ପରିଣୀତି ଚୋପ୍ରାଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ପରିଣୀତିଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଉଞ୍ଚାଇ'ରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ବିଗ ବି ଅମିତାଭ ବଚ୍ଚନ, ବୋମନ ଇରାନୀ ଏବଂ ଅନୁପମ ଖେର ମଧ୍ୟ ତାଙ୍କ ସହ ନଜର ଆସିଥିଲେ । ତେବେ ଖୁବ୍ ଶୀଘ୍ର ଇମତିଆଜ୍ ଅଲିଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଚମକିଲା'ରେ ପରିଣୀତିଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଦିଲଜିତ ଦୋସାଞ୍ଜଙ୍କ ସହ ସ୍କ୍ରିନ୍ ସେୟାର କରୁଥିବାର ନଜର ଆସିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.