ETV Bharat / entertainment

War 2: ଆସିଲା ରିଲିଜ ଡେଟ୍‌, ଧମାକା କରିବେ ହ୍ରିତିକ ଓ ଜୁନିଅର NTR

author img

By

Published : May 22, 2023, 12:34 PM IST

ବଲିଉଡ ଅଭିନେତା ହ୍ରିତିକ୍ ରୋଶନ ଏବଂ ସାଉଥ ଅଭିନେତା ଜୁନିଅର NTRଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ସାମ୍ନାକୁ ଆସିଛି ଫିଲ୍ମ 'ୱାର୍-୨' ରିଲିଜ୍ ତାରିଖ । 2025 ମସିହାରେ ରିଲିଜ ହେବ ଏହି ଫିଲ୍ମ । ଅଧିକ ପଢନ୍ତୁ,

2025ରେ ରିଲିଜ ହେବ ହ୍ରିତିକ୍ ରୋଶନ ଏବଂ ଜୁନିଅର NTRଙ୍କ ଆକ୍ସନ୍ ଫିଲ୍ମ 'ୱାର୍-୨'
2025ରେ ରିଲିଜ ହେବ ହ୍ରିତିକ୍ ରୋଶନ ଏବଂ ଜୁନିଅର NTRଙ୍କ ଆକ୍ସନ୍ ଫିଲ୍ମ 'ୱାର୍-୨'

ମୁମ୍ବାଇ: ବଡ ପରଦାରେ ଏକାଠି ନଜର ଆସିବେ ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ସହ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଷ୍ଟାର ଜୁନିଅର ଏନଟିଆର । ବହୁ ପ୍ରତୀକ୍ଷିତ ଆକ୍ସନ୍ ପ୍ୟାକ୍ ଫିଲ୍ମ ୱାର୍-୨ରେ ଉଭୟ ସ୍କ୍ରିନ ସେୟାର କରୁଥିବାର ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରି ରହିଥିବା ବେଳେ ବର୍ତ୍ତମାନ ଫିଲ୍ମର ରିଲିଜ ତାରିଖ ସାମ୍ନାକୁ ଆସିଛି । ଏହି ଫିଲ୍ମଟି 2025 ମସିହା ଜାନୁଆରୀ 24ରେ ସିନେମାହଲରେ ରିଲିଜ ହେବ । ଫିଲ୍ମର ରିଲିଜ୍ ତାରିଖ ଶୁଣି ପ୍ରଶଂସକଙ୍କ ବେଶ ଖୁସି ପ୍ରକାଶ କରିଛନ୍ତି ।

ଫିଲ୍ମଟି ୟଶ ରାଜ ବ୍ୟାନରର ସ୍ପାଏ ୟୁନିଭର୍ସର ଏହି ଫିଲ୍ମ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ୟଶ୍‌ରାଜ ସ୍ପାଏ ୟୁନିଭର୍ସ ଫିଲ୍ମ 'ପଠାନ'ରୁ 1000 କୋଟିରୁ ଅଧିକ ସଂଗ୍ରହ କରିବା ପରେ ବର୍ତ୍ତମାନ ଫିଲ୍ମ'ୱାର-୨ 'ପାଇଁ ପ୍ରସ୍ତୁତ ହେଉଛି । ଏହି ଫିଲ୍ମରେ ହ୍ରିତିକ ଏବଂ ଜୁନିଅର ଏନଟିଆରଙ୍କ ବ୍ୟତୀତ ଅନେକ ବଲିଉଡ ତାରକା ନଜର ଆସିବେ ବୋଲି କୁହାଯାଉଛି । ମିଡିଆ ରିପୋର୍ଟ ଅନୁଯାୟୀ ହ୍ରିତିକ ରୋଶନ ଏବଂ ଜୁନିଅର ଏନଟିଆର ସହ ସଲମାନ ଖାନ, ଶାହାରୁଖ ଖାନ, କ୍ୟାଟ୍ରିନା କୈଫ, ଟାଇଗର ଶ୍ରଫ, ଦୀପିକା ପାଦୁକୋନ, ଜନ୍ ଅବ୍ରହାମ ଏବଂ ଇମ୍ରାନ ହାଶମୀ ମଧ୍ୟ ଏହି ଫିଲ୍ମରେ ନଜର ଆସିବା ନେଇ ଆଲୋଚନା ହେଉଛି । କିନ୍ତୁ ନିର୍ମାତାମାନେ ଏନେଇ ବିଧିବଦ୍ଧ ଭାବରେ କୌଣସି ସୂଚନା ଦେଇନାହାନ୍ତି ।

ସୂଚନା ଥାଉ କି, 'ୱାର୍-୨' ଫିଲ୍ମର 'ପଠାନ' ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେଇଥାଆନ୍ତେ । କିନ୍ତୁ ବର୍ତ୍ତମାନ ସିଦ୍ଧାର୍ଥ ଆନନ୍ଦଙ୍କ ୱାର-୨ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ମନା କରିବା ପରେ 'ବ୍ରହ୍ମାସ୍ତ୍ର'ର ନିର୍ଦ୍ଦେଶକ ଆୟାନ ମୁଖାର୍ଜୀଙ୍କୁ ଫିଲ୍ମର ନିର୍ଦ୍ଦେଶନା ଦେବେ । ତେବେ ଯଦି ଏହି ଷ୍ଟାର କାଷ୍ଟଙ୍କୁ ନେଇ ଫିଲ୍ମ ନିର୍ମିତ ହୁଏ, ତେବେ ଭାରତୀୟ ବକ୍ସ ଅଫିସରେ ଏକ ବଡ ଧମାକା କରିପାରେ ବୋଲି କୁହାଯାଉଛି ।

ବଲିଉଡ ଅଭିନେତ ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଅଭିନୀତ ଫିଲ୍ମ 'ୱାର' ଅକ୍ଟୋବର 2019ରେ ରିଲିଜ ହୋଇଥିଲା । ଏହି ଆକ୍ସନ୍ ଭରପୂର ଫିଲ୍ମ ପ୍ରାୟ 170 କୋଟି ଟଙ୍କା ବଜେଟରେ ନିର୍ମିତ ହୋଇଥିଲା ଏବଂ ବକ୍ସ ଅଫିସରେ ବିଶ୍ବ ବ୍ୟାପୀ ପ୍ରାୟ 500 କୋଟି ଟଙ୍କା ଆୟ କରି ଲୋକପ୍ରିୟତା ହାସଲ କରିଥିଲା । ତେବେ ଆଦିତ୍ୟ ଚୋପ୍ରାଙ୍କ ୟଶ ରାଜ ଫିଲ୍ମର ବ୍ୟାନର ବର୍ତ୍ତମାନ ଏହି ଫିଲ୍ମର ସିକ୍ୱେଲ ପ୍ରସ୍ତୁତ କରୁଛି । ଏହା ମଧ୍ୟ ମଲ୍ଟି ଷ୍ଟାରଙ୍କୁ ନେଇ ଫିଲ୍ମ ପ୍ରସ୍ତୁତ ହେବାକୁ ଥିବା ବେଳେ ଏହା ଫିଲ୍ମ 'ପଠାନ' ରୁ ଅଧିକ ରୋଜଗାର କରି ବକ୍ସ ଅଫିସରେ ଇତିହାସ ରଚିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.