ETV Bharat / entertainment

Aushka and Virat: ଆଇପିଏଲ୍ ମ୍ୟାଚ୍ ସମୟରେ ଅନୁଷ୍କାଙ୍କୁ ବିରାଟଙ୍କ ଫ୍ଲାଇଂ କିସ୍‌, ଭିଡିଓ ଭାଇରାଲ

author img

By

Published : Apr 24, 2023, 2:25 PM IST

ପତ୍ନୀ ଅନୁଷ୍କାଙ୍କ ପ୍ରତି ବିରାଟଙ୍କ ଭଲ ପାଇବା ବିଷୟରେ ସମସ୍ତେ ଜାଣନ୍ତି । ଅନେକ ସମୟରେ ନିଜ ସଫଳତା ଶ୍ରେୟର ଅନୁଷ୍କାଙ୍କୁ ଦେଇ ଆସିଛନ୍ତି ବିରାଟ । ସେଲିବ୍ରିଟିଙ୍କ ମଧ୍ୟରେ ଏକ ଆଦର୍ଶ ଦମ୍ପତି ଭାବରେ ଜଣାଶୁଣା ବିରୁଷ୍କା । ଗତକାଲିର ଆଇପିଏଲ୍‌ ମ୍ୟାଚ୍‌ରେ ମଧ୍ୟ ଏହାର ଏକ ଝଲକ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ଆଇପିଏଲ୍ ମ୍ୟାଚ୍ ସମୟରେ ଅନୁଷ୍କାକୁ ଫ୍ଲାଇଂ କିସ ଦେଲେ ବିରାଟ
ଆଇପିଏଲ୍ ମ୍ୟାଚ୍ ସମୟରେ ଅନୁଷ୍କାକୁ ଫ୍ଲାଇଂ କିସ ଦେଲେ ବିରାଟ

ବେଙ୍ଗାଲୁରୁ: ଆଦର୍ଶ ସେଲିବ୍ରିଟି ଦମ୍ପତି ଭାବରେ ଜଣାଶୁଣା ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା । ଏଥିସହ ଉଭୟଙ୍କ ମଧ୍ୟରେ ଥିବା ସ୍ନେହ ଭଲପାଇବାକୁ ନେଇ ବେଶ୍‌ ଚର୍ଚ୍ଚାରେ ଥାଆନ୍ତି ଏହି ଦମ୍ପତି । ତେବେ ଅନୁଷ୍କା ପ୍ରାୟତଃ କୋହଲିଙ୍କ ମ୍ୟାଚ୍‌ ପାଇଁ ଷ୍ଟାଡିୟମରେ ନଜର ଆସିଥାନ୍ତି । ଏବଂ ଅନେକ ସମୟରେ ଷ୍ଟାଡିୟମରୁ ଉଭୟଙ୍କ ଭିଡିଓ ଆସିଥାଏ । ଯେଉଁଥିରେ ସେମାନଙ୍କ ସୁନ୍ଦର ମୁହୁର୍ତ୍ତ ଦେଖିବାକୁ ମିଳିଥାଏ । ଏହାରି ମଧ୍ୟରେ ଦମ୍ପତିଙ୍କ ବର୍ତ୍ତମାନ ଆଉ ଏକ ସୁନ୍ଦର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ବିରାଟ ଅନୁଷ୍କାଙ୍କୁ ଫ୍ଲାଇଂ କିସ୍‌ ଦେଉଥିବା ନଜର ଆସିଛନ୍ତି ।

ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଗତକାଲି RCB ଓ RR ମଧ୍ୟରେ ୩୨ତମ ଆଇପିଏଲ୍ ମ୍ୟାଚ ହୋଇଥିଲା । ବିରାଟ ଏବଂ ତାଙ୍କ ଟିମ୍‌କୁ ଚିୟରଅପ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ ଅନୁଷ୍କା । ତେବେ ମ୍ୟାଚ୍‌ ସମୟରେ ଅନୁଷ୍କାଙ୍କୁ ଫ୍ଲାଇଂ କିସ ଦେଇଥିଲେ ବିରାଟ । ସେପଟେ ଏନେଇ ପ୍ରତିକ୍ରିୟା ଦେଇଥିଲେ ଅନୁଷ୍କା । ଯାହା କ୍ୟାମେରାରେ କଏଦ ହୋଇଥିଲା । ଉଭୟଙ୍କ ଏହି ସୁନ୍ଦର ମୁହୁର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ସେପଟେ ଫ୍ୟାନ୍ସ ଏହାକୁ ଲାଇକ୍‌ କରିବା ସହ ଉଭୟଙ୍କ ଭଲପାଇବାକୁ ପ୍ରଶଂସା କରିଛନ୍ତି ।

ସୂଚନା ଥାଉ କି, ଡିସେମ୍ବର 11, 2017ରେ ବିରାଟ ଏବଂ ଅନୁଷ୍କା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହର ତିନି ବର୍ଷ ପରେ ଏହି ଯୋଡି ଜାନୁଆରୀ 2021ରେ ଝିଅ ଭାମିକାଙ୍କ ପିତାମାତା ହୋଇଥିଲେ । କ୍ରିକେଟର ନିକଟରେ ଏବି ଡି ଭିଲିୟର୍ସ ସହ ବାର୍ତ୍ତାଳାପ ସମୟରେ ବିରାଟ ତାଙ୍କର ପ୍ରଥମ ସାକ୍ଷାତ ବିଷୟରେ କହିଥିଲେ । ବିରାଟ କହିଥିଲେ ଯେ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ସେ ଅନୁଷ୍କାଙ୍କ ସହ ଏକ ବିଜ୍ଞାପନ ପାଇଁ ସୁଟିଂ କରିବାକୁ ଯାଉଛନ୍ତି, ସେତେବେଳେ ସେ ଏହି କଥା ଶୁଣି ନର୍ଭସ ହୋଇଥିଲେ କାରଣ ସେ ଜଣେ ପ୍ରମୁଖ ଅଭିନେତ୍ରୀ ଥିଲେ ଅନୁଷ୍କା । ଏଣୁ ତାଙ୍କ ସହ ସୁଟିଂ ଶୁଣି ନର୍ଭସ ହୋଇଥିଲି ।

ବିରାଟ କହିଛନ୍ତି, "ମୋର ମନେ ଅଛି 2013ରେ ଜିମ୍ବାୱେ ଗସ୍ତ ପାଇଁ ମୋତେ କେବଳ ଅଧିନାୟକ ଭାବରେ ନାମିତ କରାଯାଇଥିଲା । ମୋର ମ୍ୟାନେଜର ମୋ ପାଖକୁ ଆସି ମୋତେ କହିଥିଲେ ଯେ ମୋତେ ଅନୁଷ୍କା ଶର୍ମାଙ୍କ ସହ ଏକ ଆଡ୍‌ ସୁଟିଂ କରିବାର ଅଛି । ଏହା ଶୁଣିବା ମାତ୍ରେ ମୁଁ ନର୍ଭସ ଥିଲି । ମୁଁ ଅନୁଷ୍କାଙ୍କ ସହ କାମ କରିବାକୁ ଯାଉଛି । ନର୍ଭସନେସ୍ ହେତୁ ମୁଁ ଜାଣି ନଥିଲି ସେ କେତେ ଲମ୍ବା । ତେଣୁ ମୁଁ ଯେତେବେଳେ ତାଙ୍କ ହିଲ ଦେଖିଲି ସେତେବେଳେ ମୁଁ ତାଙ୍କୁ ପ୍ରଥମେ ତାଙ୍କ ହିଲ ବିଷୟରେ ପଚାରିଥିଲି । କିନ୍ତୁ ତା’ପରେ ମୁଁ ଅନୁଭବ କଲି ଯେ ସେ ଜଣେ ସାଧାରଣ ବ୍ୟକ୍ତିଙ୍କ ଭଳି । ଯେତେବେଳେ ଆମେ କଥା ହେବା ଆରମ୍ଭ କଲୁ, ମୁଁ ଅନୁଭବ କଲି ଯେ ଆମର ପୃଷ୍ଠଭୂମି ବହୁତ ସମାନ । ସେହିଦିନଠାରୁ ଆମେ ବନ୍ଧୁ ହୋଇଗଲୁ ଏବଂ ପରେ ଧୀରେଧୀରେ ଆମେ ଡେଟିଂ କଲୁ, ପରେ ବିବାହ କଲୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.