ETV Bharat / entertainment

ମାଳଦ୍ବୀପରେ ଛୁଟି କାଟୁଛନ୍ତି ଅନନ୍ୟା, ଆଦିତ୍ୟ ରୟ କପୁରଙ୍କ ସହ ପାଳିଲେ ଜନ୍ମଦିନ

author img

By ETV Bharat Odisha Team

Published : Nov 1, 2023, 4:29 PM IST

ଅନନ୍ୟା ପାଣ୍ଡେ ମାଲଦ୍ବୀପରେ ଛୁଟି କାଟୁଛନ୍ତି । ଅଭିନେତ୍ରୀ ଏଠାରେ ନିଜ ୨୫ତମ ଜନ୍ମଦିନ ପାଳନ କରିବାକୁ ଆସୁଥିବା ବେଳେ ତାଙ୍କ ସହ ରୁମର ବୟଫ୍ରେଣ୍ଡ ଆଦିତ୍ୟ ରୟ କପୁର ଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ

ମାଳଦ୍ବୀପରେ ଛୁଟି କାଟୁଛନ୍ତି ଅନନ୍ୟା, ରୁମର ବୟଫ୍ରେଣ୍ଡ ଆଦିତ୍ୟ ରୟ କପୁରଙ୍କ ସହ ପାଳିଲେ ଜନ୍ମଦିନ
ମାଳଦ୍ବୀପରେ ଛୁଟି କାଟୁଛନ୍ତି ଅନନ୍ୟା, ରୁମର ବୟଫ୍ରେଣ୍ଡ ଆଦିତ୍ୟ ରୟ କପୁରଙ୍କ ସହ ପାଳିଲେ ଜନ୍ମଦିନ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମାଳଦ୍ବୀପରେ ଛୁଟି କାଟୁଛନ୍ତି । ନିଜ ୨୫ତମ ଜନ୍ମଦିନ ପାଳନ କରିବାକୁ ଅଭିନେତ୍ରୀ ମାଳଦ୍ବୀପକୁ ଆସିଥିବା ବେଳେ ରୁମର ବୟଫ୍ରେଣ୍ଡ ଆଦିତ୍ୟ ରୟ କପୁରଙ୍କ ସହ ଥିବା ନେଇ ଚର୍ଚ୍ଚା ହେଉଛି । ପୂର୍ବରୁ ସେ ଏଠାରୁ ନିଜ ଜନ୍ମଦିନର ସେଲିବ୍ରେସନର ଫଟୋ ସେୟାର କରିଥିଲେ । ବର୍ତ୍ତମାନ ସେ ହାଲୋୱିନ୍ ପାର୍ଟିକୁ ଉପଭୋଗ କରୁଥିବା ବେଳେ ଏହାର କିଛି ଝଲକ ଅନନ୍ୟା ସେୟାର କରିଛନ୍ତି ।

ବୁଧବାର ଦିନ ଅନନ୍ୟା ତାଙ୍କ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଥିଲେ । ଫଟୋରେ ଅଭିନେତ୍ରୀ ଏକ ହ୍ବାଇଟ ଟ୍ୟାଙ୍କ ଟପ୍ ଏବଂ ସର୍ଟ୍ସ ପିନ୍ଧିଥିବାର ନଜର ଆସିଛନ୍ତି । ପ୍ରଥମ ଏବଂ ୨ୟ ଫଟୋରେ ମାଲଦ୍ୱୀପ ବିଚରେ କ୍ଲୋଜ ଅପ୍ ସଟରେ ଅନନ୍ୟାଙ୍କ ଲୁକ ଦେଖିବାକୁ ମିଳିଛି । ଅନ୍ୟ ଫଟୋରେ ବିଚ ଭ୍ୟୁ ଏବଂ ହାଲୋୱିନ୍ ପାର୍ଟିର କିଛି ଝଲକ ସେୟାର କରିଛନ୍ତି । ସେ ଏହି ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, "ସମୁଦ୍ର କୂଳରେ ଜଣେ ଯାଦୁଗର, ସ୍ୱତନ୍ତ୍ର ହାଲୋୱିନ୍।"

ତାଙ୍କର ଏହି ପୋଷ୍ଟ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ କମେଣ୍ଟ ବର୍ଷା କରିଛନ୍ତି । ଜଣେ ଫ୍ୟାନ୍ସ ଲେଖିଛନ୍ତି, "So beautiful so elegant just looking like a WOOOOWW....ହାପି ହାଲୋୱିନ୍ । ଅନ୍ୟମାନେ ତାଙ୍କ ଲୁକକୁ ପ୍ରଶଂସା କରିଥିଲେ ଏବଂ ଅଭିନେତ୍ରୀଙ୍କୁ ହାଲୋୱିନ୍ ଶୁଭେଚ୍ଛା ଜଣାଇଥିଲେ । ଅନନ୍ୟାଙ୍କ ମା' ଭାବନା ପାଣ୍ଡେ ମଧ୍ୟ ପ୍ରତିକ୍ରିୟାରେ ଲାଲ ହାର୍ଟ ଇମୋଜି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ରିସେପ୍ସନ୍ ପାର୍ଟୀରେ ପୁଣି ଏକାଠି ନଜର ଆସିଲେ ରୁମର୍‌ ଲଭବାର୍ଡ ଅନନ୍ୟା-ଆଦିତ୍ୟ

ସୂଚନା ଥାଉ କି, ନିକଟରେ ଅନନ୍ୟା ଏବଂ ଆଦିତ୍ୟ ରୟ କପୁରଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ପୃଥକ ଭାବେ ସ୍ପଟ କରାଯାଇଥିଲା । ଅନନ୍ୟାଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଉଭୟଙ୍କୁ ବାହାରକୁ ଯିବାର ଦେଖି ଅନୁମାନ କରାଯାଉଥିଲା ଯେ, ଅନନ୍ୟାଙ୍କ ଜନ୍ମଦିନ ପାଳନ କରିବା ପାଇଁ ଆଦିତ୍ୟ ଏବଂ ଅନନ୍ୟା ଛୁଟି କାଟିବାକୁ ଯାଉଛନ୍ତି । ତେବେ ଏୟାରପୋର୍ଟରେ ନଜର ଆସିବା ପୂର୍ବରୁ ଉଭୟଙ୍କୁ ଏକ ଡିନର ଡେଟରେ ଦେଖିବାକୁ ମିଳିଥିଲା । ପରେ ଅନନ୍ୟାଙ୍କ ଦ୍ବାରା ସେୟାର ହୋଇଥିବା ଫଟୋରେ ସେ ମାଲଦ୍ବୀପରେ ବର୍ଥ ଡେ ସେଲିବ୍ରେସନ କରୁଥିବାର ଦେଖିବାକୁ ମିଳିଥିଲା । ହେଲେ ଫଟୋରେ ଆଦିତ୍ୟ କପୁରଙ୍କ ଦେଖିବାକୁ ମିଳିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.