ETV Bharat / entertainment

ବିବାହକୁ ପୂରିଲା 13 ବର୍ଷ: ସ୍ୱାମୀ ରାଜଙ୍କ ସହ ରୋମାଣ୍ଟିକ୍‌ ଭିଡିଓ ସେୟାର କଲେ ଶିଳ୍ପା

author img

By

Published : Nov 22, 2022, 2:07 PM IST

ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରା 22 ନଭେମ୍ବରରେ ସେମାନଙ୍କର 13 ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଏହି ଅବସରରେ ଅଭିନେତ୍ରୀ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ସ୍ୱାମୀ ରାଜଙ୍କ ସହ ରୋମାଣ୍ଟିକ୍‌ ଭିଡିଓ ସେୟାର କଲେ ଶିଳ୍ପା
ସ୍ୱାମୀ ରାଜଙ୍କ ସହ ରୋମାଣ୍ଟିକ୍‌ ଭିଡିଓ ସେୟାର କଲେ ଶିଳ୍ପା

ହାଇଦ୍ରାବାଦ: ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରା ବଲିଉଡର କ୍ୟୁଟ୍‌ କପଲଙ୍କ ମଧ୍ୟରୁ ଅନ୍ୟତମ । ଏହି ଦୁଇଜଣ ସର୍ବଦା ପରସ୍ପର ସହିତ ଠିଆ ହୋଇଛନ୍ତି ଏବଂ କଷ୍ଟ ସମୟରେ ଦୁହେଁ ଦୁହିଁଙ୍କୁ ସମର୍ଥନ କରିଛନ୍ତି । ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବିବାହକୁ ଆଜି 13 ବର୍ଷ ପୂରଣ (Shilpa Shetty and Raj Kundra wedding anniversary) ହୋଇଛି । ବିବାହ ବାର୍ଷିକୀ ଅବସରରେ ଶିଳ୍ପା ସୋସିଆଲ ମିଡିଆରେ ସ୍ୱାମୀ ରାଜଙ୍କ ସହ ଏକ ଭିଡିଓ ସେୟାର କରି ସୁନ୍ଦର ବାର୍ତ୍ତା ମଧ୍ୟ ଲେଖିଛନ୍ତି ।

ବିବାହ ବାର୍ଷିକୀରେ ଭିଡିଓ ସେୟାର କଲେ ଶିଳ୍ପା

ବିବାହର 13 ତମ ବାର୍ଷିକୀରେ ଶିଳ୍ପା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ତାଙ୍କ ରୋମାଣ୍ଟିକ ଫଟୋଗୁଡ଼ିକର ଏକ ଭିଡିଓ କୋଲାଜ ସେୟାର କରିଛନ୍ତି । ଭିଡିଓରେ, ଉଭୟ ଶିଳ୍ପା ଏବଂ ରାଜ ପରସ୍ପର ସହ ଖୁସି ଏବଂ ପରସ୍ପରର ପ୍ରେମରେ ପାଗଳ ଥିବା ଦେଖାଯାଉଛି । ଆଇଫେଲ୍ ଟାୱାର ସାମ୍ନାରେ ପୋଜ୍ ଦେବା ଠାରୁ ଆରମ୍ଭ କରି ସେଲଫି ନେବା ପର୍ଯ୍ୟନ୍ତ ଶିଳ୍ପା ରାଜଙ୍କ ସହିତ 13 ବର୍ଷର ଯାତ୍ରା ସେୟାର କରିଛନ୍ତି । ଏହା ସହିତ ଅଭିନେତ୍ରୀ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ଲେଖିଛନ୍ତି, "13 ବର୍ଷ, କୁକି, ୱା! (ଏବଂ ଗଣନା କରୁନାହିଁ) ଏହି ଜୀବନରେ ମୋ ସହିତ ଏହି ଯାତ୍ରା ସେୟାର କରିଥିବାରୁ ଏବଂ ଏହାକୁ ଏତେ ସୁନ୍ଦର ବନାଇଥିବାରୁ ଧନ୍ୟବାଦ । ତୁମେ, ମୁଁ, ଆମେ କେବଳ ଏହା ହିଁ ଦରକାର ।

ରାଜ କୁନ୍ଦ୍ରାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ମହାରାଷ୍ଟ୍ର ସାଇବର ପୋଲିସ ପର୍ଣ୍ଣୋଗ୍ରାଫି ମାମଲାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ପୁଣି ଥରେ ଚାର୍ଜସିଟ ଦାଖଲ କରିଛି । ରାଜଙ୍କ ବ୍ୟତୀତ ଶର୍ଲିନ୍ ଚୋପ୍ରା, ପୁନମ୍ ପାଣ୍ଡେ, ମୀତା ଝୁନ୍‌ଝୁନ୍‌ୱାଲା, ରାଜୁ ଦୁବେ ଏବଂ ଅନ୍ୟମାନଙ୍କ ନାମ ମଧ୍ୟ ଏହି ମାମଲାରେ ଅନ୍ତର୍ଭୁକ୍ତ । ମହାରାଷ୍ଟ୍ର ସାଇବର ପୋଲିସ ଦାବି କରିଛି ଯେ ରାଜ କୁନ୍ଦ୍ରା ମଧ୍ୟ ପର୍ଣ୍ଣୋଗ୍ରାଫି ଚଳଚ୍ଚିତ୍ରର ସୁଟିଂ କରି OTTରେ ବିକ୍ରି କରି ଟଙ୍କା ରୋଜଗାର କରିଥିଲେ । ବର୍ତ୍ତମାନ ମହାରାଷ୍ଟ୍ର ପୋଲିସ ଏହି ପ୍ରସଙ୍ଗରେ 450 ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । ଏହି ପ୍ରସଙ୍ଗରେ ରାଜ କୁନ୍ଦ୍ରାଙ୍କ ଓକିଲ ପ୍ରଶାନ୍ତ ପାଟିଲ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

ଏହା ବି ପଢନ୍ତୁ: Pornography Case: ରାଜ କୁନ୍ଦ୍ରାଙ୍କ ନାଁରେ 450 ପୃଷ୍ଠାର ଚାର୍ଜସିଟ୍‌ ଦାଖଲ

ଶିଳ୍ପା ଶେଟ୍ଟୀ ୱାର୍କ ଫ୍ରଣ୍ଟ

ଶିଳ୍ପା ଶେଟ୍ଟୀ ଖୁବ୍ ଶୀଘ୍ର ରୋହିତ ଶେଟ୍ଟୀଙ୍କ ସିରିଜ୍ 'ଇଣ୍ଡିଆନ୍ ପୋଲିସ୍ ଫୋର୍ସ' ସହିତ OTT ଡେବ୍ୟୁ କରିବେ, ଯେଉଁଥିରେ ସେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ଲୋକପ୍ରିୟ ନୃତ୍ୟ ରିଆଲିଟି ସୋ 'ସୁପର ଡାନ୍ସର୍'ରେ ଏହି ଅଭିନେତ୍ରୀ ଅନେକ ଥର ଜଜ୍ ଭାବରେ ନଜର ଆସିଛନ୍ତି ଏବଂ ଏଥିପାଇଁ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.