ETV Bharat / entertainment

ଜନ୍ମଦିନରେ ଫ୍ୟାନ୍ସଙ୍କ ମୃତ୍ୟୁ ଘଟଣା; ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଦେଲେ ୟଶ

author img

By ETV Bharat Odisha Team

Published : Jan 18, 2024, 10:40 AM IST

ଜନ୍ମଦିନରେ ଫ୍ୟାନଙ୍କ ମୃତ୍ୟୁ ଘଟଣା; ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା ରାଶି ଦେଲେ ୟଶ
ଜନ୍ମଦିନରେ ଫ୍ୟାନଙ୍କ ମୃତ୍ୟୁ ଘଟଣା; ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା ରାଶି ଦେଲେ ୟଶ

Fans death on Yash birthday: ସାଉଥ ସୁପରଷ୍ଟାର ୟଶଙ୍କ ଜନ୍ମଦିନରେ ୩ ଜଣ ଫ୍ୟାନ୍ସଙ୍କ ମୃତ୍ୟୁ ଘତଣା । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କଲେ ସୁପରଷ୍ଟାର । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: କେଜିଏଫ ଷ୍ଟାର ୟଶଙ୍କ ଜନ୍ମଦିନରେ ବିଦ୍ୟୁତ ଆଘାତରେ ୩ ଜଣ ଫ୍ୟାନ୍ସଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ । ଏହି ଖବର ପାଇ ଅଭିନେତା ମୃତକ ଏବଂ ଆହତଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ବର୍ତ୍ତମାନ ଅଭିନେତା ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି ।

ଗତକାଲି(ବୁଧବାର) ଅଭିନେତା ୟଶ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଚେକ୍ ମାଧ୍ୟମରେ ପ୍ରଦାନ କରିଛନ୍ତି । ଯାହା ସୂଚନା ମିଳିଛି, ୟଶଙ୍କ ସାଙ୍ଗ ଚେତନ ଏବଂ ରାକେଶ କର୍ଣ୍ଣାଟକ ଗଡଗ ଜିଲ୍ଲାର ସୁରଙ୍ଗୀ ଗାଁରେ ରହୁଥିବା ମୃତକଙ୍କ ପରିବାରକୁ ଭେଟି ଏହି ଚେକ୍ ଦେଇଛନ୍ତି । ସେପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିଛନ୍ତି । ଏହି ସମୟରେ ୟଶଙ୍କ ସାଙ୍ଗମାନେ ଆହତଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି ଏବଂ ସେମାନଙ୍କୁ ବି କ୍ଷତିପୂରଣ ଦେବାକୁ ପ୍ରତିଶୃତି ଦେଇଛନ୍ତି ।

ସୂଚନା ଅନୁସାରେ, ଜାନୁଆରୀ ୮ରେ ୟଶ ତାଙ୍କ ୩୮ତମ ଜନ୍ମଦିନ ପାଳନ କରିଥିଲେ । ହେଲେ ଏହା ପୂର୍ବରୁ କର୍ଣ୍ଣାଟକର ଗଡଗ ଜିଲ୍ଲାର ସୁରଙ୍ଗୀ ଗାଁରେ ଏକ ଦୁଃଖଦ ଘଟଣା ଘଟିଥିଲା । ୭ ତାରିଖ ବିଳମ୍ବିତ ରାତ୍ରିରେ ଗଡଗ ଜିଲ୍ଲାରେ ୟଶଙ୍କ ଜନ୍ମଦିନ ପାଳନ ଅବସରରେ ଫ୍ୟାନ୍ସମାନେ ଅଭିନେତାଙ୍କ ବ୍ୟାନର ଖୁଣ୍ଟରେ ଲଗାଉଥିଲେ । ଏହି ସମୟରେ ସେମାନେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣାସ୍ଥଳରେ ୩ ଜଣ ପ୍ରାଣ ହରାଇଥିଲେ । ଅନେକ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଣ ହରାଇଥିବା ଯୁବକମାନେ ହେଲେ ୨୪ ବର୍ଷୀୟ ହନୁମାନଥା ହରିଜନ, ୨୦ ବର୍ଷୀୟ ମୁରଲୀ ନନ୍ଦୁମନି ଏବଂ ୨୦ ବର୍ଷୀୟ ନବୀନ ଗାଜି ।

ଏହା ମଧ୍ୟ ପଢନ୍ତୁ: ପ୍ରିୟ କଳାକାରଙ୍କ ଜନ୍ମଦିନରେ ବ୍ୟାନର ଲଗାଉଥିଲେ, ବିଦ୍ୟୁତ ନେଲା ଫ୍ୟାନ୍ସଙ୍କ ଜୀବନ

ନିଜ ଜନ୍ମଦିନରେ ଏହି ଦୁଃଖଦ ଖବର ପାଇ ୟଶ ଫ୍ୟାନ୍ସଙ୍କ ପରିବାରକୁ ଭେଟିଥିଲେ । ଏହି ସମୟରେ ସେ ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ଏବଂ ପରିବାରର ଯାହା ଦରକାର ହେବ ସେ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ସମସ୍ତ ଫ୍ୟାନ୍ସଙ୍କୁ ନିବେଦନ କରି କହିଥିଲେ ଯେ, ନିଜ ଜୀବନରେ ଖୁସିରେ ରୁହନ୍ତୁ । ଆମ କଥା ଚିନ୍ତା କରନ୍ତୁ ନାହିଁ । ଏମିତି ଫ୍ୟାନ୍ସଙ୍କ ଠାରୁ ଭଲ ପାଇବା କାହାକୁ ଯେ ପସନ୍ଦ ନାହିଁ । ହେଲେ ଏମିତି ପ୍ରଶଂସା ଏବଂ ଭଲପାଇବା ଦରକାର ନାହିଁ, ଯେଉଁଥିରେ ଫ୍ୟାନ୍ସଙ୍କ ଜୀବନ ଚାଲିଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.