ବିଶ୍ବକପ ଫାଇନାଲ ୨୦୨୩: ଅହମ୍ମଦାବାଦ ଷ୍ଟାଡିୟମରେ ଅନୁଷ୍କା, ରଣବୀର-ଦୀପିକା, ଟିମ ଇଣ୍ଡିଆକୁ ଉତ୍ସାହିତ କଲେ ବିଗ ବି

ବିଶ୍ବକପ ଫାଇନାଲ ୨୦୨୩: ଅହମ୍ମଦାବାଦ ଷ୍ଟାଡିୟମରେ ଅନୁଷ୍କା, ରଣବୀର-ଦୀପିକା, ଟିମ ଇଣ୍ଡିଆକୁ ଉତ୍ସାହିତ କଲେ ବିଗ ବି
ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ଫାଇଟ । ଏହି ସମୟରେ ମ୍ୟାଚ ଦେଖିବାକୁ ଅହମ୍ମଦାବାଦ ଷ୍ଟାଡିୟମରେ ପହଞ୍ଚିଛନ୍ତି ଅନୁଷ୍କା ଶର୍ମାଙ୍କ ସମେତ ଅନେକ ସେଲିବ୍ରିଟି । ଅଧିକ ପଢନ୍ତୁ
ହାଇଦ୍ରାବାଦ: ଆଜି ସୁପର ସଣ୍ଡେରେ ସୁପର ମ୍ୟାଚ ଅନୁଷ୍ଠିତ ହୋଇଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ଫାଇଟ ଆରମ୍ଭ ହୋଇଛି । ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚକୁ ନେଇ ସାରା ଦେଶର ନଜର ରହିଥିବା ବେଳେ ସମସ୍ତେ ବେଶ ଉତ୍ସାହିତ ରହିଛନ୍ତି । ଏହାରି ମଧ୍ୟରେ ଅନେକ ସେଲିବ୍ରିଟି ମ୍ୟାଚ ଦେଖିବାକୁ ଅନେକ ସେଲିବ୍ରିଟି ଷ୍ଟାଡିୟମ ପହଞ୍ଚିଛନ୍ତି । ଅନୁଷ୍କା ଶର୍ମାଙ୍କ ରଣବୀର ସିଂ ଦୀପିକା ପାଦୁକୋନ, ଆୟୁଷ୍ମାନ ଖୁରାନା, ଡଗ୍ଗୁବତୀ ଭେଙ୍କଟେଶ ସମେତ ଅନେକ ତାରକା ସାମିଲ ହୋଇଛନ୍ତି ।
-
Amitabh Bachchan wishes the Indian team all the best for World Cup finale. 🇮🇳@SrBachchan#SonyEntertainmentelevision #worldcup #teamindia #cricket #India pic.twitter.com/GFbgk0LiYT
— sonytv (@SonyTV) November 19, 2023
ସେପଟେ ଅମିତାଭ ବଚ୍ଚନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ମ୍ୟାଚକୁ ନେଇ ଭାରତୀୟ ଟିମକୁ ଉତ୍ସାହିତ କରୁଥିବା ଦେଖିବା ମିଳିଛି । ସେ କହିଛନ୍ତି ଯେ "ପ୍ରିୟ ରୋହିତ ଏବଂ ଟିମ୍ ଇଣ୍ଡିଆ, ଆଜି ହେଉଛି ସେହି ଦିନ ଯେଉଁଥି ପାଇଁ ଆପଣ ଏବଂ ଆପଣଙ୍କ ଦଳ ବହୁ ବର୍ଷ ଧରି କଠିନ ପରିଶ୍ରମ କରିଛନ୍ତି । ଆପଣଙ୍କ ସହ ଏହି ଦେଶ ମଧ୍ୟ ଏହି ବିଶେଷ ଦିନକୁ ଅପେକ୍ଷା କରିଛି । ଆମେ ଏକାଠି, ଦଳର ପ୍ରତ୍ୟେକ ସଦସ୍ୟ ଏହା କହିବାକୁ ଚାହିଁବୁ । ଆଜି ଯେତେବେଳେ ଆପଣ କ୍ଷେତରେ ରହିବେ, 140 କୋଟି ଦେଶବାସୀ ମଧ୍ୟ ଆପଣଙ୍କ ସହିତ ସେଠାରେ ରହିବେ । ଆଜି ପ୍ରତ୍ୟେକ ଭାରତୀୟଙ୍କ ଉତ୍ସାହ ସହିତ ଚାଲିବ । ତୁମେ ଜିତିବା ପରେ ଯେତେବେଳେ ବିଶ୍ୱକପ ଆପଣଙ୍କ ହାତରେ ରହିବ, ସେତେବେଳେ ୧୪୦ କୋଟି ଲୋକ କହିବେ, 'ବିଜୟ ବିଶ୍ୱ ତ୍ରିରଙ୍ଗା ପ୍ୟାରା, ଜଣ୍ଡା ଉଞ୍ଚା ରହେ ହାମାରା'।
ଅନୁଷ୍କା ଶର୍ମା ନରେନ୍ଦ୍ର ମୋଦି ଷ୍ଟାଡିୟମ ଅଭିମୁଖେ ଯାଉଥିବାର ନଜର ଆସିଥିଲେ, ତାଙ୍କ ଝିଅ ଭାମିକାଙ୍କ ସହ ହ୍ବାଇଟ ଆଉଟଫିଟରେ ନଜର ଆସିଛନ୍ତି । ସେହିପରି ବଲିଉଡର ଷ୍ଟାର ଦମ୍ପତି ରଣଭୀର ସିଂ ଏବଂ ଦୀପିକା ପାଦୁକୋନ ପରିବାର ସହ ମୁମ୍ବାଇର ବିମାନବନ୍ଦରରେ ନଜର ଆସିଥିଲେ । ରଣଭୀର ତାଙ୍କ କାଜୁଆଲ୍ ଫ୍ଲେୟାର ସ୍ପୋର୍ଟିଂ ଟିମ୍ ଇଣ୍ଡିଆର ଜର୍ସି ପିନ୍ଧିଥିବାବେଳେ ତାଙ୍କ ପିତା ପ୍ରକାଶ ପାଦୁକୋନ ଏବଂ ଭଉଣୀ ଅନିଶା ପାଦୁକୋନଙ୍କ ସହ ଦୀପିକା ଟିମ ଇଣ୍ଡିଆର ଟିସାର୍ଟ ପିନ୍ଧିଥିବାର ନଜର ଆସିଥିଲେ ।
ସେପଟେ ସାଉଥ ତାରକା ଡଗ୍ଗୁବତୀ ଭେଙ୍କଟେଶଙ୍କୁ ମଧ୍ୟ ଅହମ୍ମଦାବାଦ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ଆୟୁଷ୍ମାନ ଖୁରାନା ନିଜର ଉତ୍ସାହ ପ୍ରକାଶ କରି ଇନଷ୍ଟାଗ୍ରାମରେ ନିଜର କ୍ରିକେଟ୍ ଦଳର ଜର୍ସି ସେୟାର କରି ଅହମ୍ମଦାବାଦରେ ପହଞ୍ଚିଥିବା ନେଇ ସୂଚନା ଦେଇଥିଲେ । ଅନ୍ୟପଟେ ଉର୍ଭଶୀ ରୌତେଲା ମଧ୍ୟ ଅହମ୍ମଦାଦବାଦ ଷ୍ଟାଡିୟମରେ ପହଞ୍ଚିଛନ୍ତି । ସୋନୁ ସୁଦ, ଅନୁପମ ଖେର, ସୁନୀଲ ସେଟ୍ଟୀ, କ୍ରିତି ସାନନ, ରବୀନା ଟଣ୍ଡନଙ୍କ ସମେତ ଅନେକ ସେଲିବ୍ରିଟି ଆଜିର ମ୍ୟାଚକୁ ନେଇ ବେଶ ଉତ୍ସାହିତ ରହିଛନ୍ତି । ଏହି ସମୟରେ ତାରକା ମାନେ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇବା ସହ ଭାରତର ବିଜୟ ନେଇ ବେଶ ଆଶାବୀଦୀ ରହିଛନ୍ତି ।
