ETV Bharat / entertainment

ବିଜୟ ଦେବରକୋଣ୍ଡାଙ୍କ ବଡ଼ ଘୋଷଣା, ମୃତ୍ୟୁ ପରେ ଦାନ କରିବେ ଅଙ୍ଗ

author img

By

Published : Nov 18, 2022, 10:45 AM IST

ବିଜୟ ଦେବରକୋଣ୍ଡା ଘୋଷଣା କରିଛନ୍ତି ଯେ ସେ ତାଙ୍କ ଶରୀରର ସମସ୍ତ ଅଙ୍ଗ ଦାନ କରିବେ। ବିଜୟ ଦେବରାକୋଣ୍ଡା ଏକ ଇଭେଣ୍ଟରେ ଏ ବିଷୟରେ ଘୋଷଣା କରିବା ସହ ଲୋକଙ୍କୁ ମଧ୍ୟ ଏହା କରିବାକୁ ଉତ୍ସାହିତ କରିଛନ୍ତି। ଅଧିକ ପଢନ୍ତୁ

ବିଜୟ ଦେବରକୋଣ୍ଡାଙ୍କ ବଡ଼ ଘୋଷଣା: ଶରୀରର ସମସ୍ତ ଅଙ୍ଗ ଦାନ କରିବାକୁ ନେଲେ ନିଷ୍ପତ୍ତି
ବିଜୟ ଦେବରକୋଣ୍ଡାଙ୍କ ବଡ଼ ଘୋଷଣା: ଶରୀରର ସମସ୍ତ ଅଙ୍ଗ ଦାନ କରିବାକୁ ନେଲେ ନିଷ୍ପତ୍ତି

ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡା । ଅଭିନେତା ବିଜୟ ଏମିତି ଏକ ନିଷ୍ପତ୍ତି ନେଇଛନ୍ତି, ଯାହାକୁ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କେବଳ ଆଶ୍ଚର୍ଯ୍ୟ ନୁହେଁ, ବରଂ ପ୍ରଶଂସକ ତାଙ୍କ ପାଇଁ ଗର୍ବ ଅନୁଭବ କରିଛନ୍ତି । ବିଜୟ ଦେବରକୋଣ୍ଡା ଘୋଷଣା କରିଛନ୍ତି ଯେ, ସେ ତାଙ୍କର ସମସ୍ତ ଅଙ୍ଗ ଅର୍ଥାତ୍ ଶରୀରର ଅଙ୍ଗ ଦାନ କରିବେ। ବିଜୟ ଦେବରାକୋଣ୍ଡା ଏକ ଡାକ୍ତରୀ ଇଭେଣ୍ଟରେ ଏ ବିଷୟରେ କହିଥିଲେ ଏବଂ ଲୋକଙ୍କୁ ମଧ୍ୟ ଏହା କରିବାକୁ ଉତ୍ସାହିତ କରିଛନ୍ତି ।

ଅଙ୍ଗ ଦାନ କରିବେ ବିଜୟ

ଲୋକଙ୍କୁ ଅଙ୍ଗ ଦାନ କରିବାକୁ ଉତ୍ସାହିତ କରି ବିଜୟ ଦେବରକୋଣ୍ଡା ଏହି କାର୍ଯ୍ୟକ୍ରମରେ କହିଛନ୍ତି- 'ମୁଁ ଭାବୁଛି ମୁଁ ମୋର ସମସ୍ତ ଅଙ୍ଗ ଦାନ କରିବି। ମୋର ମୃତ୍ୟୁ ହେବା ପରେ ମୁଁ ଅନ୍ୟ ଶରୀରର ଅଂଶ ହେବାକୁ ପସନ୍ଦ କରିବି ଏବଂ ଏଭଳି କଲେ ମୋତେ ବହୁତ ଭଲ ଲାଗିବ। ମୁଁ ମୋର ଅଙ୍ଗ ନଷ୍ଟ କାହିଁକି କରିବି? ମୁଁ ଫିଟ୍ ଏବଂ ନିଜକୁ ସୁସ୍ଥ ରଖୁଛି। ତେଣୁ ମୁଁ ମୋର ଶରୀରର ଅଙ୍ଗକୁ ଦାନ କରି ଅନ୍ୟକୁ ନୂଆ ଜୀବନ ଦେବି।' ଅଭିନେତା ଆହୁରି କହିଛନ୍ତି- ମୁଁ ଅଙ୍ଗ ଦାନ କରିବାକୁ ପଞ୍ଜୀକୃତ କରିସାରିଛୁ । ଏହା ଏକ ବହୁତ ସୁନ୍ଦର ଜିନିଷ, ନିଜ ଅଙ୍ଗ ମାଧ୍ୟମରେ ଆପଣ ଅନ୍ୟ ଶରୀରରେ ବଞ୍ଚିପାରିବେ।

ବିଜୟ ଦେବରକୋଣ୍ଡା ଆହୁରି କହିଛନ୍ତି- ଡାକ୍ତର ମୋତେ କହିଛନ୍ତି ଯେ, ଅନେକ ଅସ୍ତ୍ରୋପଚାର କେବଳ ଡୋନର ହେତୁ କରାଯାଇଥାଏ । ବିଶ୍ୱାସ କରିବା କଷ୍ଟସାଧ୍ ଯେ ଏତେ ସଂଖ୍ୟକ ଲୋକ ସେମାନଙ୍କର ଅଙ୍ଗ ଦାନ କରି ଅନ୍ୟମାନଙ୍କୁ ସାହାଯ୍ୟ କରୁଛନ୍ତି । ଏହା ବହୁତ ଭଲ କଥା ।

ଏହି ପଦକ୍ଷେପ ପାଇଁ ବିଜୟ ଦେବରକୋଣ୍ଡାଙ୍କୁ ପ୍ରଶଂସକମାନେ ପ୍ରଶଂସା କରିବାରେ ଲାଗିଛନ୍ତି । ପ୍ରଶଂସକମାନେ ବିଜୟ ଦେବରକୋଣ୍ଡାଙ୍କୁ ରିଏସ ଲାଇଫ୍‌ ହିରୋ ବୋଲି କହୁଛନ୍ତି। ଜଣେ ୟୁଜର କହିଛନ୍ତି - ତୁମର ହୃଦୟ ବହୁତ ବଡ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି - ଆପଣଙ୍କର ସମ୍ମାନ ଆହୁରି ବଢି ଗଲା । ଆଉ ଜଣେ ୟୁଜର ଲେଖିଛନ୍ତି - ଆପଣ ପ୍ରକୃତରେ ଏକ ପ୍ରେରଣା ।

ବିଜୟ ଦେବରକୋଣ୍ଡାଙ୍କ କାମ ବିଷୟରେ କହିବାକୁ ଗଲେ, ଅଭିନେତାଙ୍କୁ ଦକ୍ଷିଣ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ସହ ତାଙ୍କର ଆଗାମୀ ଫିଲ୍ମରେ ଦେଖିବାକୁ ମିଳିବ। ଅଭିନେତାଙ୍କ ଫିଲ୍ମ ଲାଇଗର୍ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା । ଏବେ ଦେଖିବା ବିଜୟ ପରବର୍ତ୍ତୀ ଆଗକୁ କଣ ଧମାଲ ମଚାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.