ETV Bharat / entertainment

ଖୁବଶୀଘ୍ର ମୁକ୍ତିଲାଭ କରିବ ଓଡିଆ ସିନେମା ବୋଉର ହାତବାକ୍ସ, ଟ୍ରେଲର ରିଲିଜ୍

author img

By

Published : Oct 15, 2022, 5:37 PM IST

ନୂଆ ଓଡିଆ ଚଳଚ୍ଚିତ୍ର ବୋଉର ହାତ ବାକ୍ସର ଅଫିସିଆଲ୍‌ ଟ୍ରେଲର ରିଲିଜ୍ । ଏହି ଫିଲ୍ମ ଜରିଆରେ ପରିବାର ଭିତରେ ଥିବା ସ୍ନେହ ଓ ସମ୍ପର୍କକୁ ବଡ ପରଦାରେ ଦେଖିବାକୁ ପାଇବେ ଦର୍ଶକ । ଅଧିକ ପଢନ୍ତୁ

ଖୁବଶୀଘ୍ର ମୁକ୍ତିଲାଭ କରିବ ଓଡିଆ ସିନେମା ବୋଉର ହାତବାକ୍ସ, ଟ୍ରେଲର ରିଲିଜ୍
ଖୁବଶୀଘ୍ର ମୁକ୍ତିଲାଭ କରିବ ଓଡିଆ ସିନେମା ବୋଉର ହାତବାକ୍ସ, ଟ୍ରେଲର ରିଲିଜ୍

ଭୁବନେଶ୍ବର: ନୂଆ ଓଡିଆ ଚଳଚ୍ଚିତ୍ର 'ବୋଉର ହାତ ବାକ୍ସ'ର ଅଫିସିଆଲ୍‌ ଟ୍ରେଲର ରିଲିଜ୍ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଯୋଳକ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଗାଁରେ ଥିବା ପରିବାର ଓ ସହରରେ ରହୁଥିବା ପୁଅକୁ ନେଇ କାହାଣୀ ଗତିଶୀଳ ହୋଇଛି । ‘ବୋଉର ହାତ ବାକ୍ସ’କୁ ଅତି ନିଖୁଣ ଭାବେ ନିର୍ଦ୍ଦେଶକ ନାରାୟଣ ପତି ହୋଇଥିବାବେଳେ, ଓଡିଆ ପରିବାରର ଶବ୍ଦ ଚାତୁରୀ ଏହି ସିନେମାରେ ଦେଖିବାକୁ ମିଳିଛି । ପରିବାର ଭିତରେ ଥିବା ସ୍ନେହ ଓ ସମ୍ପର୍କକୁ ବଡପରଦାରେ ଦେଖିବାକୁ ପାଇବେ ଦର୍ଶକ । ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି ।

ଖୁବଶୀଘ୍ର ମୁକ୍ତିଲାଭ କରିବ ଓଡିଆ ସିନେମା ବୋଉର ହାତବାକ୍ସ, ଟ୍ରେଲର ରିଲିଜ୍

ସିନେମାରେ ବୋଉ ଭୂମିକାରେ ଅଭିନୟ କରିଛନ୍ତି ଲୋପାମୁଦ୍ରା ମିଶ୍ର । ସେ ପ୍ରଥମ ଥର ପାଇଁ ବଡ ପରଦାରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ପୂର୍ବରୁ ଯଦିଓ ସେ ବଡପରଦାରେ ଦେଖା ଦେଇଛନ୍ତି କିନ୍ତୁ ପ୍ରଥମ କରି ତାଙ୍କୁ ସିନେମାରେ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଗାଁରେ ରହୁଥିବା ମା’ର, ମାଇଲ ମାଇଲ ଦୂର ସହରରେ ରହୁଥିବା ପୁଅ ପ୍ରତି ଥିବା ବାତ୍ସଲ୍ୟ ମମତା ଓ ଅନାବିଳ ପ୍ରେମକୁ ଅଭିନୟ ମାଧ୍ୟମରେ ଦର୍ଶାଯାଇଛି । ଯାହାକୁ ଅତି ସୁନ୍ଦର ଭାବେ ତୋଳି ଧରିଛନ୍ତି ଲୋପାମୁଦ୍ରା । ପରିବାର ପ୍ରତି ଦାୟିତ୍ୱ, ବୟସ୍କ ସ୍ୱାମୀଙ୍କ ପ୍ରତି କର୍ତ୍ତବ୍ୟ ଓ ଘର ଠାରୁ ଦୂରରେ ରହୁଥିବା ପୁଅ ପ୍ରତି ସମ୍ବେଦନଶୀଳତା କିଭଳି ରହିବା ଦରକାର ତାହା ସିନେମାରେ ଅଭିନୟ କରି ଦେଖାଇଛନ୍ତି ଲୋପାମୁଦ୍ରା । ଏକଦମ ଗମ୍ଭୀର ଅଭିନୟ ଜରିଆରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବ ଲୋପାମୁଦ୍ରାଙ୍କ ଅଭିନୟ । ବରିଷ୍ଠ ମଞ୍ଚ ଅଭିନେତା, ନିର୍ଦ୍ଦେଶକ ନାରାୟଣ ପତିଙ୍କ ନିର୍ଦ୍ଦେଶନାରେ ବୋଉ ଚରିତ୍ରର ନିଖୁଣ ଅଭିନୟ କରାଯାଇଛି ।

ଏକ ମଧ୍ୟବିତ୍ତ ପରିବାରରେ ବୋଉ ଚରିତ୍ର ଯେଭଳି ହୋଇଥାଏ ସିନେମାରେ ଏକଦମ ସେଭଳି ଦେଖାଇବାକୁ ଚେଷ୍ଟା କରି ସଫଳ ହୋଇଛନ୍ତି ନିର୍ଦ୍ଦେଶକ । ସ୍ନେହ ଦେବାରେ ଉଣା ନାହିଁ କି କିଛି ପାଇବାର ଆଶା ନାହିଁ । ପରିବାର ପାଇଁ ସନ୍ତୁଳି ହେଉଥିବା ଚରିତ୍ରଟି ହେଉଛି ବୋଉ । ଓଡିଆ ଘରମାନଙ୍କରେ ପିଲାମାନଙ୍କ ପାଇଁ ସବୁ ବୋଉ ମାନେ ହାତ ବାକ୍ସ ଗୋଟିଏ ଲେଖାଏଁ ରଖିଥାନ୍ତି । କିନ୍ତୁ ସେଥିରେ କଣ ଥାଏ ତାହା କାହାକୁ ବି ଜଣା ନଥାଏ । କେବେ ପିଲାଙ୍କୁ ଦେଖାଇ ଦେଇନଥିବା ସେ ହାତ ବାକ୍ସ ଭିତରେ ସତରେ କଣ ରହିଥାଏ ତାହା ଏହି ସିନେମାରେ ପୁଅ ଦେଖିପାରୁଛି କି ନାହିଁ ସିନେମା ମୁକ୍ତିଲାଭ ପରେ ଜଣାପଡିବ । ଏହି ଟିଜର ରିଲିଜ ସମୟରେ ଗୁମସୁମ ମୁହଁ, ଗମ୍ଭୀର ଚେହେରା, ଅଳ୍ପହସ ସହ ଯେଉଁ ପୋଷ୍ଟରଟି ସାମ୍ନାକୁ ଆସିଛି ତାହା ହିଁ ବୁଝାଇ ଦେଇଛି ବୋଉ ଶବ୍ଦର ଅର୍ଥ କଣ ? ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଗତ କିଛି ବର୍ଷ ଧରି ଓଡିଆ ସିନେମାରେ ପାରିବାରିକ କାହାଣୀକୁ ବିଶେଷ ଗୁରୁତ୍ୱ ଦିଆଯାଉନଥିବାବେଳେ, ନିର୍ଦ୍ଦେଶକ ନାରାୟଣ ପତି ଓ ନିର୍ମାତା ସଂଜୟ ଦାସ ପାରମ୍ପାରିକ ସିନେମାଠୁ ଦୂରକୁ ଯାଇ ନୂଆ କିଛି କରିବାକୁ ପ୍ରୟାସ କରିଛନ୍ତି ।

ଡ. ଆରତୀ ପାଟ୍ଟଯୋଶୀଙ୍କ ବଳିଷ୍ଠ କାହାଣୀ ସହ ନାରାୟଣ ପତିଙ୍କ ଚିତ୍ରନାଟ୍ଟ୍ୟ ଓ ନିର୍ଦ୍ଦେଶନା ସିନେମାକୁ ଜୀବନ୍ତ କରିଛି । ଚାଇରୋସନା ଫିଲ୍ମ ପ୍ରଯୋଜିତ ଓ ସଂଜୟ ଦାସ ନିବେଦିତ ‘ବୋଉର ହାତବାକ୍ସ’ରେ ଦେବଦାସ ଛୋଟରାୟ ଓ ମାନଗୋବିନ୍ଦ ବାରିକ ଗୀତ ରଚନା କରିଥିବାବେଳେ, ସଂଗୀତରେ ସଜାଇଛନ୍ତି କ୍ଷୀତିପ୍ରକାଶ ମହାପାତ୍ର । ବିରଜା ପ୍ରସନ୍ନ କର ଚିତ୍ର ଉତ୍ତୋଳନ କରିଥିବା ବେଳେ ଚନ୍ଦ୍ରଶେଖର ମିଶ୍ର ସମ୍ପାଦନା କରିଛନ୍ତି । ସିନେମାର ମିଡିଆ କ୍ରିଏଟିଭ ହେଡ ରହିଛନ୍ତି ପ୍ରଣୟ ଜେଠୀ । ଚଳଚ୍ଚିତ୍ରର ପୋଷ୍ଟର ଓ ମ୍ୟୁଜିକ ରିଲିଜ ପୂର୍ବରୁ ହୋଇଥିବା ବେଳେ ଖୁବଶୀଘ୍ର ସିନେମାଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟମାନଙ୍କ ଭିତରେ ନାରାୟଣ ପତୀ ବାପା ଭୁମିକାରେ ରହିଥିବାବେଳେ ଅଭିନେତା ରାଜେଶ ପୁଅ ଓ ବୋହୂ ଭୂମିକାରେ ଅଭିନେତ୍ରୀ ସୁଶ୍ରୀ ସବିତା ଅଭିନୟ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.