ETV Bharat / entertainment

Tiger 3: ଟାୱାଲରେ ଆକ୍ସନ ସିନ କରିବା କ୍ୟାଟ୍ରିନାଙ୍କ ପାଇଁ ଥିଲା ଚ୍ୟାଲେଞ୍ଜିଂ, ଭିଡିଓ ସେୟାର କରି ବଖାଣିଲେ ଅନୁଭୂତି

କ୍ୟାଟ୍ରିନା କୈଫ ଟାଇଗର ୩ରେ ପୁଣି ଆକ୍ସନ ସିନ ସହ ଧମାକା କରିବାକୁ ଯାଉଛନ୍ତି । ଅଭିନେତ୍ରୀ ଆକ୍ସନ ସିନ ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ଥିବା ବେଳେ ସେ ଏଥିପାଇଁ ବହୁତ ପରିଶ୍ରମ କରିଛନ୍ତି । ଯାହାର ଝଲକ କ୍ୟାଟ୍ରିନା ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ଟାୱାଲରେ ଆକ୍ସନ ସିନ କରିବା କ୍ୟାଟ୍ରିନାଙ୍କ ପାଇଁ ଥିଲା ଚ୍ୟାଲେଞ୍ଜିଂ, ଭିଡିଓ ସେୟାର କରି ବଖାଣିଲେ ଅନୁଭୂତି

author img

By ETV Bharat Odisha Team

Published : Nov 6, 2023, 3:46 PM IST

ହାଇଦ୍ରାବାଦ: ଟାଇଗର ୩କୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି କ୍ୟାଟ୍ରିନା କୈଫ । ଏହି ଫିଲ୍ମ ଦୀପାବଳି ଦିନ ଅର୍ଥାତ୍ ନଭେମ୍ବର ୧୨ରେ ରିଲିଜ ହେବ । ଫିଲ୍ମରେ କ୍ୟାଟ୍ରିନାଙ୍କ ଜବରଦସ୍ତ ଆକ୍ସନ ସିନ ଦେଖିବାକୁ ମିଳିବ । ଏହାରି ମଧ୍ୟରେ ବର୍ତ୍ତମାନ ଆକ୍ସନ ସିନ କ୍ୟାଟ୍ରିନାଙ୍କ ପାଇଁ ଚ୍ୟାଲେଞ୍ଜିଂ ରହିଥିବା ବେଳେ ଏହା ପାଇଁ ସେ ବହୁତ ପରିଶ୍ରମ କରିଛନ୍ତି । ସୋସିଆଲ ମିଡିଆରେ ବର୍ତ୍ତମାନ ଅଭିନେତ୍ରୀ ଟ୍ରେନିଂ ସମୟର ଝଲକ ଦେଖାଇ ତାଙ୍କ ଅନୁଭୂତି କିପରି ଥିଲା ତାହା ବଖାଣିଛନ୍ତି ।

କ୍ୟାଟ୍ରିନା କୈଫ ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ଏବଂ ଭିଡିଓ ସେୟାର କରିଟ୍ରେନିଂ ସମୟର ଝଲକ ଦେଖାଇଛନ୍ତି । ଭିଡିଓରେ ଅଭିନେତ୍ରୀଙ୍କୁ ଜିମରେ କଠିନ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି । ଏଥିସହ କ୍ୟାଟ୍ରିନା ଫିଲ୍ମର ତାଙ୍କ ଟାୱାଲ ସିନର ଫଟୋ ମଧ୍ୟ ସେୟାର କରିଛନ୍ତି । ଏହା ଫଟୋ ସେୟାର କରି ଅଭିନେତ୍ରୀ ଟ୍ରେନିଂ ସମୟର ଅନୁଭୂତି ସେୟାର କରିଛନ୍ତି । ସେ କହିଛନ୍ତି, ଏମିତି ଲାଗୁଥିଲା ଯେମିତି ମୁଁ ଯୁଦ୍ଧ କରିବାକୁ ଯାଉଛି ।

  • " class="align-text-top noRightClick twitterSection" data="">

ସେ ଲେଖିଛନ୍ତି, କେହି ଜଣେ ମୋତେ ଥରେ କହିଥିଲେ, 'ଯନ୍ତ୍ରଣା କେବଳ ଏକ ଅନୁଭବ' । ଏଥିରୁ ଯନ୍ତ୍ରଣାକୁ ଭୟ କର ନାହିଁ । ମୁଁ ଅନେକ ଦିନ ପାଇଁ ବହୁତ ଥକି ଯାଇଥିଲି । ଏଥର ଏହା ଅଲଗା ଲାଗିଲା, ଆହୁରି କଷ୍ଟସାଧ୍ୟ ମଧ୍ୟ ଲାଗିଲା । ମୋ ଦେହରେ ଯନ୍ତ୍ରଣା ଥିଲା । କିନ୍ତୁ ମୁଁ ନିଜକୁ କହୁଥିଲି ଏହାକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିବି ଏବଂ ଆଜି ମୁଁ ଏହାର ସାମ୍ନା କରିପାରିବି । ଶରୀର ଅପେକ୍ଷା ପ୍ରଥମେ ତୁମ ମସ୍ତିଷ୍କ ଏହା କରିବାକୁ ରୋକିଥାଏ । କିନ୍ତୁ ଯଦି ତୁମେ ତାହା କରିବାକୁ ପ୍ରତିଶୃତିବଦ୍ଧ ହେବ, ତେବେ ଯାହା ବି ହେଉ ତୁମେ ତାହା ଆରାମରେ କରିପାରିବ । ପ୍ରଶିକ୍ଷଣ ସମୟରେ, ମୁଁ ଥକି ଯାଇଥିଲେ ମଧ୍ୟ ସେ (ଜୋୟା) ଥକି ନଥିଲେ । ସେ ଯୁଦ୍ଧ କରିବାକୁ ଯାଉଥିଲେ ।" ତେବେ ଏଥର ଟାଇଗର ୩ ପୂର୍ବ ଅପେକ୍ଷା ବହୁତ ସାନଦାର ହୋଇଛି । ଏବେ ମୁଁ ଆପଣମାନଙ୍କ ସହ ଫିଲ୍ମକୁ ସେୟାର କରିବାକୁ ଅପେକ୍ଷା ଏବଂ ଉତ୍ସାହିତ ରହିଛି ।

ଏହା ମଧ୍ୟ ପଢନ୍ତୁ: ଜବାନ ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ଟାଇଗର ୩, ଗୋଟିଏ ଦିନରେ ଏତିକି କୋଟି କଲା ଆୟ

'ଟାଇଗର ୩' ବିଷୟରେ କହିବାକୁ ଗଲେ ଏହା YRF ସ୍ପାଏ ୟୁନିଭର୍ସର ପଞ୍ଚମ ଚଳଚ୍ଚିତ୍ର । ଏବଂ ଟାଇଗର ଫ୍ରାଞ୍ଚାଇଜର ଏହା ହେଉଛି ତୃତୀୟ ଭାଗ । ଫିଲ୍ମ ଟାଇଗର ୩ ହେଉଛି ୟଶ ରାଜ ସ୍ପାଏ ୟୁନିଭର୍ସର ଆକ୍ସନ୍ ଫିଲ୍ମ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା । ଏହି ଫିଲ୍ମରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ବ୍ୟତୀତ ବଲିଉଡ ଅଭିନେତା ଇମ୍ରାନ ହାସମୀଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ । ଏଥିସହ ପଠାନ ଭାବେ ଶାହାରୁଖ ଖାନ ଏଥିରେ କ୍ୟାମିଓ ରୋଲରେ ନଜର ଆସିବେ । ଫିଲ୍ମଟି ଦୀପାବଳି ଅବସରରେ ନଭେମ୍ବର ୧୨ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.