Ganesh Chturthi 2023: ସାଉଥରେ ଗଣେଶ ପୂଜାର ଧୁମ୍, ବାପ୍ପାଙ୍କୁ ସ୍ବାଗତ କଲେ ସେଲିବ୍ରିଟି

Ganesh Chturthi 2023: ସାଉଥରେ ଗଣେଶ ପୂଜାର ଧୁମ୍, ବାପ୍ପାଙ୍କୁ ସ୍ବାଗତ କଲେ ସେଲିବ୍ରିଟି
ଗଣେଶ ଚତୁର୍ଥୀଙ୍କ ଉତ୍ସବ ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ସାଉଥ ସେଲିବ୍ରିଟିମାନେ ଧୁମଧାମରେ ଗଣେଶ ପୂଜା ପାଳନ କରିଛନ୍ତି । ସୋସିଆଲ ମିଡିଆରେ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ,
ହାଇଦ୍ରାବାଦ: ଗଣପତି ବାପ୍ପାଙ୍କ ପୂଜା ସାରା ଦେଶରେ ଧୁମଧାମରେ ପାଳନ କରାଯାଇଥାଏ । ଏହି ପୂଜା ପାଇଁ ଉତ୍ସବମୁଖର ସାଉଥର ସହରାଞ୍ଚଳ । ଛୋଟରୁ ବଡ଼ ସମସ୍ତେ ବାପ୍ପାଙ୍କ ପୂଜା ପାଶନ କରୁଥିବା ବେଳେ ସାଉଥ ଷ୍ଟାରମାନେ ମଧ୍ୟ ନିଜ ଘରେ ଗଣପତିଙ୍କୁ ସ୍ଥାପନ କରି ଏହି ପର୍ବକୁ ଧୁମଧାମରେ ପାଳନ କରିଛନ୍ତି । ରାମ ଚରଣ, ଚିରଞ୍ଜୀବୀ, ଅଲୁ ଅର୍ଜୁନ, ସାମନ୍ଥା ରୁଥ ପ୍ରଭୁ, ଅନୁଷ୍କା ଶେଟ୍ଟୀ, ପ୍ରଭାସଙ୍କ ପରି ସାଉଥ ତାରକା ଗଣେଶ ପୂଜା ପାଳନ କରିଥିବା ବେଳେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ପ୍ରଶଂସକମାନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।
-
Happy Ganesh Chaturthi . May all of us have a great new beginning 🖤 pic.twitter.com/0MKAE7V8Kr
— Allu Arjun (@alluarjun) September 18, 2023
ସାଉଥ୍ ସୁପରଷ୍ଟାର ରାମ ଚରଣ ସୋସିଆଲ ମିଡିଆରେ ପୁରା ପରିବାରର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ପୁରା ପରିବାର ଗଣପତି ବାପ୍ପାଙ୍କୁ ତାଙ୍କ ଘରେ ପୂଜା କରୁଥିବା ଦେଖିବାକୁ ମିଳିଛି । ଫଟୋ ସହ ରାମ ଚରଣ କ୍ୟାପସନରେ ଲେଖିଛନ୍ତି, 'ସମସ୍ତଙ୍କୁ ଶୁଭ ଗଣେଶ ଚତୁର୍ଥୀ, ମୁଁ ପ୍ରାର୍ଥନା କରୁଛି ଯେ ସମସ୍ତଙ୍କ ଜୀବନରୁ ସମସ୍ୟା ଦୂର ହେଉ ଏବଂ ସମସ୍ତହ୍କ ମଙ୍ଗଳ ହେଉ। ଏଥିସହ ସେ ଏହା ମଧ୍ୟ ଲେଖିଛନ୍ତି, ଏହି ପର୍ବ ଚଳିତ ବର୍ଷ ଆମ ପାଇଁ ବହୁତ ଖାସ୍। କାରଣ ଏଥର ଆମେ ଆମର ଝିଅ କ୍ଲିନ କାରାଙ୍କ ସହ ପ୍ରଥମ ଥର ପାଇଁ ଏହି ଉତ୍ସବ ପାଳନ କରୁଛୁ' । ଚିରଞ୍ଜୀବୀ ମଧ୍ୟ ରାମଚରଣଙ୍କ ଏହି ପୋଷ୍ଟକୁ ରିପୋଷ୍ଟ କରି ସମସ୍ତଙ୍କୁ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇଛନ୍ତି ।
-
Wishing you all a Happy #GaneshChaturthi 🙏🏼✨💫💥 pic.twitter.com/aw38zAcE2T
— Nidhhi Agerwal (@AgerwalNidhhi) September 18, 2023
-
Happy #GaneshChaturthi 🙏 pic.twitter.com/jnw2YuQsXo
— Anushka Shetty (@MsAnushkaShetty) September 18, 2023
ସେହିପରି ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ସୋସିଆଲ ମିଡିଆରେ ନିଜ ଘରେ ବାପ୍ପାଙ୍କ ପୂଜାର ଏକ ଫଟୋ ସେୟାର କରିଛନ୍ତି । ଏବଂ ପ୍ରଶଂସକମାନଙ୍କୁ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇ ଲେଖିଛନ୍ତି, 'ଶୁଭ ଗଣେଶ ଚତୁର୍ଥୀ, ଆମ ସମସ୍ତଙ୍କର ଏକ ନୂତନ ଏବଂ ଭଲ ଆରମ୍ଭ ହେଉ'। ସେପଟେ ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ମଧ୍ୟ ପ୍ରଶଂସକଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, 'ଚାଲନ୍ତୁ ମଜାର ସହ ଧୁମଧାମରେ ଗଣେଶ ପୂଜା ପାଳନ କରିବା।'
'ବାହୁବଲୀ' ଫେମ୍ ପ୍ରଭାସ ବି ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଅନୁଷ୍କା ଶେଟ୍ଟୀ ବାପ୍ପାଙ୍କ ଏକ ସୁନ୍ଦର ଫଟୋ ସହ ପ୍ରଶଂସକମାନଙ୍କୁ ଗଣେଶ ଚତୁର୍ଥୀ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ଅଭିନେତ୍ରୀ ନିଧୀ ଅଗ୍ରୱାଲ ମଧ୍ୟ ନିଜର ଏକ ସୁନ୍ଦର ଫଟୋ ସେୟାର କରି ସମସ୍ତଙ୍କୁ ଗଣେଶ ଉତ୍ସବର ଶୁଭକାମନା କରିଛନ୍ତି ।
