ETV Bharat / entertainment

Ananya Panday Birthday: ୨୫ ବର୍ଷରେ ଅନନ୍ୟା, ଛୁଟିଲା ଶୁଭେଚ୍ଛା ବାର୍ତ୍ତା

author img

By ETV Bharat Odisha Team

Published : Oct 30, 2023, 3:14 PM IST

ଆଜି ଅନନ୍ଯା ପାଣ୍ଡେଙ୍କ ୨୫ତମ ଜନ୍ମଦିନ । ଏହି ଅବସରରେ ଅନନ୍ୟାଙ୍କ ମା' ଏବଂ ବାପା ଝିଅଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ବେଳେ ସୁହାନା ଖାନଙ୍କ ସମେତ ତାଙ୍କର ସମସ୍ତ ସାଙ୍ଗ ଅନନ୍ୟା ପାଣ୍ଡେଙ୍କୁ ଶୁଭକାମନା ଜଣାଇଛନ୍ତି । ଅଧିକ ପଢନ୍ତୁ

୨୫ ବର୍ଷରେ ଅନନ୍ୟା, ଅଭିନେତ୍ରୀଙ୍କୁ ଛୁଟୁଛି ଶୁଭେଚ୍ଛା ବାର୍ତ୍ତା
୨୫ ବର୍ଷରେ ଅନନ୍ୟା, ଅଭିନେତ୍ରୀଙ୍କୁ ଛୁଟୁଛି ଶୁଭେଚ୍ଛା ବାର୍ତ୍ତା

ହାଇଦ୍ରାବାଦ: ବଲିଉଡ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ତଥା ଅଭିନେତ୍ରୀ ଅନନ୍ୟା ପାଣ୍ଡେ 30 ଅକ୍ଟୋବରରେ ଅର୍ଥାତ୍ ଆଜି ତାଙ୍କ 25ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଅଭିନେତ୍ରୀଙ୍କୁ ପରିବାର, ସାଙ୍ଗ ସମେତ ଫ୍ୟାନ୍ସ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଅନନ୍ୟାଙ୍କ ମା' ଭାବନା ପାଣ୍ଡେ ଏବଂ ବାପା ଚଙ୍କି ପାଣ୍ଡେ ଖାସ ଅନ୍ଦାଜରେ ନିଜ ଲାଡଲିକୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଅନନ୍ୟାଙ୍କ ଖାସ ବାନ୍ଧବୀ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଏବଂ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲୀ ନନ୍ଦା ତାଙ୍କ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି ।

ଚଙ୍କି ପାଣ୍ଡେ ଏବଂ ତାଙ୍କ ପତ୍ନୀ ଭାବନା ପାଣ୍ଡେ ସେମାନଙ୍କର ଲାଡଲିକୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଚଙ୍କି ପାଣ୍ଡେ ନିଜ ଇନଷ୍ଟାଗ୍ରାମରେ ବାପା ଏବଂ ଝିଅର ଏକ ଫଟୋ ସେୟାର କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଅନନ୍ୟା । ଲଭ ୟୁ ଫରଏଭର୍ । ସେହିପରି ମା' ଭାବନା ଅନନ୍ୟାଙ୍କ ପିଲାଦିନର ଏକ କ୍ୟୁଟ ଭିଡିଓ ସେୟାର କରିଛନ୍ତି । ଏବଂ କ୍ୟାପସନରେ ଲେଖିଛନ୍ତି, ମୋ ଡ୍ରାମା କୁଇନକୁ ଜନ୍ମଦିନ ଶୁଭେଚ୍ଛା। ଲଭ ୟୁ ।

ସେହିପରି ବେଷ୍ଟି ସୁହାନା ଖାନ ଅନନ୍ୟା ପାଣ୍ଡେଙ୍କ ସହ ନିଜର ତିନୋଟି ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସୁହାନା ଖାନ ସେୟାର କରିଥିବା ଫଟୋ ଗୁଡ଼ିକରେ ସନାୟା କପୁର ମଧ୍ୟ ନଜର ଆସିଛନ୍ତି । ଏଥିସହ ସନାୟା କପୁର ମଧ୍ୟ ତାଙ୍କ ଜନ୍ମଦିନରେ ଅନନ୍ୟାଙ୍କ ପିଲାଦିନର ସ୍ମୃତିର ଫଟୋ ଏବଂ ବର୍ତ୍ତମାନର ସ୍ମୃତି ସେୟାର କରି ଜନ୍ମଦିନ ଶୁଭକାମନା ଜଣାଇଛନ୍ତି । ସେପଟେ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ମଧ୍ୟ ଅନନ୍ୟାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ସୂଚନା ଥାଉ କି, ସୁହାନା, ସନାୟା, ଅନନ୍ୟା ଏବଂ ନବ୍ୟା ନଭେଲି ନନ୍ଦାପିଲାଦିନର ବନ୍ଧୁ । ସମସ୍ତେ ପିଲାଦିନରୁ ଆଜି ପର୍ଯ୍ୟନ୍ତ ଏକାଠି ମଜା କରୁଥିବା ଦେଖିବାକୁ ମିଳିଥାଏ ।

ଅନନ୍ଯା ପାଣ୍ଡେଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସନାୟା କପୁର
ଅନନ୍ଯା ପାଣ୍ଡେଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସନାୟା କପୁର

ଏହା ମଧ୍ୟ ପଢନ୍ତୁ: କିଆରା ଆଡଭାନୀଙ୍କ ପ୍ରଥମ କରୱାଚୌଥ, ପୁଣି ଭ୍ୟାକସନରେ ଗଲେ ଆଦିତ୍ୟ-ଅନନ୍ୟା

ଅନନ୍ଯା ପାଣ୍ଡେଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସୁହାନା ଖାନ
ଅନନ୍ଯା ପାଣ୍ଡେଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସୁହାନା ଖାନ

ଅନ୍ୟପଟେ ଅନନ୍ୟା ନିଜ ରୁମର ବୟଫ୍ରେଣ୍ଡ ଆଦିତ୍ୟ କପୁରଙ୍କ ସହ ଜନ୍ମଦିନ ପାଳନ କରିବାକୁ ଭ୍ୟାକସନରେ ଯାଇଥିବା କୁହାଯାଉଛି । ରବିବାର ଦିନ ଉଭୟଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ଦୁହେଁ ଏକାଠି କ୍ରିତି ସାନନଙ୍କ ଦିୱାଲି ପାର୍ଟିରେ ଯୋଗଦେବା ପରଠାରୁ ଆଦିତ୍ୟ ଏବଂ ଅନନ୍ୟାଙ୍କ ଡେଟିଂ ନେଇ ଖବର ସାମ୍ନାକୁ ଆସିଥିଲା । ଏହା ପରଠାରୁ ଉଭୟ ପ୍ରାୟତଃ ଏକାଠି ନଜର ଆସିବା ନେଇ ଉଭୟଙ୍କ ଡେଟିଂ ନେଇ ଚର୍ଚ୍ଚା ଜୋର ଧରିଛି ।

ଅନନ୍ଯା ପାଣ୍ଡେଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ନବ୍ୟା ନଭେଲୀ ନନ୍ଦା
ଅନନ୍ଯା ପାଣ୍ଡେଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ନବ୍ୟା ନଭେଲୀ ନନ୍ଦା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.