ETV Bharat / entertainment

ବାଦଶାହା-ମୃଣାଲ ଠାକୁର ଡେଟିଂ ଚର୍ଚ୍ଚା, ମୁହଁ ଖୋଲିଲେ କଣ୍ଠଶିଳ୍ପୀ

author img

By ETV Bharat Odisha Team

Published : Nov 14, 2023, 7:11 PM IST

Badshah On Mrunal Thakur: ରାପର ବାଦଶାହା ବର୍ତ୍ତମାନ ମୃଣାଲ ଠାକୁରଙ୍କ ସହ ଡେଟିଂ ରୁମର ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଯାହା ଆପଣ ଭାବୁଛନ୍ତି ସେପରି କିଛି ନୁହଁ । ଅଧିକ ପଢନ୍ତୁ

ବାଦଶାହା-ମୃଣାଲ ଠାକୁର ଡେଟିଂ ଚର୍ଚ୍ଚା, ମୁହଁ ଖୋଲିଲେ କଣ୍ଠଶିଳ୍ପୀ
ବାଦଶାହା-ମୃଣାଲ ଠାକୁର ଡେଟିଂ ଚର୍ଚ୍ଚା, ମୁହଁ ଖୋଲିଲେ କଣ୍ଠଶିଳ୍ପୀ

ହାଇଦ୍ରାବାଦ: ବାଦଶାହାଙ୍କ ସହ ଅଭିନେତ୍ରୀ ମୃଣାଲ ଠାକୁରଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ରାପର ଏବଂ ଅଭିନେତ୍ରୀ ପରସ୍ପରର ହାତ ଧରିଥିବାର ନଜର ଆସିଛନ୍ତି । ଫଳରେ ଉଭୟଙ୍କ ଡେଟିଂ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ବର୍ତ୍ତମାନ ବାଦଶାହା ଏହି ରୁମର ଖବର ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, "ପୁଣି ଥରେ ନିରାଶ କରୁଥିବାରୁ ଦୁଃଖିତ । କିନ୍ତୁ ଆପଣ ଯାହା ଭାବୁଛନ୍ତି ତାହା ନୁହେଁ।"

ବାଦଶାହାଙ୍କ ପୋଷ୍ଟ
ବାଦଶାହାଙ୍କ ପୋଷ୍ଟ

ବାସ୍ତବରେ ନିକଟରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ତାଙ୍କ ଘରେ ଏକ ଗ୍ରାଣ୍ଡ୍‌ ଦିୱାଲୀ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ବି-ଟାଉନର ସମସ୍ତ ତାରକା ଉପସ୍ଥିତ ଥିଲେ । ଶିଳ୍ପା ଶେଟ୍ଟୀଙ୍କ ଏହି ପାର୍ଟିରେ ବାହଶାହା ଏବଂ ମୃଣାଲ ଠାକୁର ମଧ୍ୟ ସାମିଲ ହୋଇଥିଲେ । ଉଭୟ ଏକାଠି ପୋଜ ଦେବା ସହ ହାତ ଧରି ଥିବାର ନଜର ଆସିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପରେ ଉଭୟଙ୍କ ଡେଟିଂ ନେଇ ଆଲୋଚନା ଜୋର ଧରିଲା ।

ବର୍ତ୍ତମାନ ରାପର ବାଦଶାହା ଶେଷରେ ମୃଣାଲ ଠାକୁରଙ୍କ ସହ ଡେଟିଂ ଚର୍ଚ୍ଚା ଉପରେ ମୁହଁ ଖୋଲିଛନ୍ତି । ଯଦିଓ ରାପର ଅଭିନେତ୍ରୀଙ୍କ ନାମ ନନେଇ ପରୋକ୍ଷରେ କହିଛନ୍ତି, "ଇଣ୍ଟରନେଟରେ ଏସବୁ ଭୁଲ ହେଉଛି ।" ବାଦଶାହା ନିଜ ଇନଷ୍ଟାଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, "ପ୍ରିୟ ଇଣ୍ଟରନେଟ୍ ୟୁଜର୍ସ, ଆପଣଙ୍କୁ ପୁଣି ଥରେ ନିରାଶ କରୁଥିବାରୁ ଦୁଃଖିତ । କିନ୍ତୁ ଆପଣମାନେ ଯାହା ଭାବୁଛନ୍ତି ତାହା ନୁହେଁ ।" ଏହା ଉପରେ ମୃଣାଲଙ୍କ କୌଣସି ପ୍ରତିକ୍ରିୟା ଆସିନାହିଁ ।

ସୂଚନା ଥାଉ କି, ଏହା ପୂର୍ବରୁ ମଧ୍ୟ ବାଦଶାହା ଗତକାଲି ଏକ କ୍ରିପ୍ଟିକ୍ ପୋଷ୍ଟ ସେୟାର କରିଥିଲେ । ବାଦଶାହା ତାଙ୍କ ପୋଷ୍ଟରେ ଲେଖିଥିଲେ, ତୁମେ ବୁଝିବାକୁ ଚେଷ୍ଟା କର, ସିକା ଉପରକୁ ଉଠି ଯାଇଛି । ବାଦଶାହଙ୍କ ଏହି ପୋଷ୍ଟ୍‌ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଶିଳ୍ପା ସେଟ୍ଟୀଙ୍କ ଦିୱାଲୀ ପାର୍ଟିରେ ମୃଣାଲ ଏବଂ ବାଦଶାହାଙ୍କୁ ଏକାଠି ଦେଖିବା ନେଇ ଉଭୟଙ୍କ ମଧ୍ୟରେ ଡେଟିଂ ନେଇ ଚର୍ଚ୍ଚା ଜୋର ଧରିଛି ।

ଏହା ମଧ୍ୟ ପଢନ୍ତୁ: ଅନଲାଇନ ବେଟିଂ ଆପ ପ୍ରମୋସନ କରି ଅଡୁଆରେ ବାଦଶାହା

ମୃଣାଲ ଠାକୁରଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଅଭିନେତ୍ରୀଙ୍କୁ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ପିପ୍ପା ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରଟି ନଭେମ୍ବର 10 ରେ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା । ମୃଣାଲଙ୍କ ବ୍ୟତୀତ ଇଶାନ ଖଟ୍ଟର, ପ୍ରିୟଙ୍କା ପେନୁଲି, ସୋନି ରଜଦାନ ପିପ୍ପା ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ପିପ୍ପାଙ୍କୁ ବହୁତ ପସନ୍ଦ କରାଯାଉଛି ଏବଂ ତାଙ୍କ ଅଭିନୟକୁ ପ୍ରଶଂସା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.