ETV Bharat / entertainment

Armaan Malik: ଆଶନା ଶ୍ରଫଙ୍କ ସହ ନିର୍ବନ୍ଧ କଲେ ଅରମାନ ମଲିକ, ସେୟାର କଲେ ଫଟୋ

author img

By ETV Bharat Odisha Team

Published : Aug 28, 2023, 4:02 PM IST

ଲୋକପ୍ରିୟ ଗାୟକ ଅରମାନ ମଲିକ ତାଙ୍କ ଗାର୍ଲଫ୍ରେଣ୍ଡ ଆଶନା ଶ୍ରଫଙ୍କ ସହ ନିର୍ବନ୍ଧ କରିଛନ୍ତି । ସୋସିଆଲ ମିଡିଆରେ ଏହି କ୍ୟୁଟ କପଲ ନିଜ ନିର୍ବନ୍ଧ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । ନଜର ପକାନ୍ତୁ ଫଟୋ ଉପରେ

ଆଶନା ଶ୍ରଫଙ୍କ ସହ ନିର୍ବନ୍ଧ କଲେ ଅରମାନ ମଲିକ, ସେୟାର କଲେ ଫଟୋ
ଆଶନା ଶ୍ରଫଙ୍କ ସହ ନିର୍ବନ୍ଧ କଲେ ଅରମାନ ମଲିକ, ସେୟାର କଲେ ଫଟୋ

ମୁମ୍ବାଇ: ବଲିଉଡ ଲୋକପ୍ରିୟ ଗାୟକ ଅରମାନ ମଲିକ ଶେଷରେ ନିର୍ବନ୍ଧ କରିଛନ୍ତି । ଆଜି ଗାୟକ ନିଜ ଗାର୍ଲଫ୍ରେଣ୍ଡ ଆଶନା ଶ୍ରଫଙ୍କ ସହ ନିର୍ବନ୍ଧ କରିଛନ୍ତି । ସୋସିଆଲ ମିଡିଆରେ ଅରମାନ ନିଜ ନିର୍ବନ୍ଧର କ୍ୟୁଟ୍ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । ଏହି ଖବର ଫ୍ୟାନ୍ସଙ୍କୁ ଚକିତ କରିଛି । ଏବଂ ଫ୍ୟାନ୍ସ ତାଙ୍କ ଫଟୋକୁ ଲାଇକ କରିବା ସହ ପ୍ରତିକ୍ରିୟାରେ ଏହି କପଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅରମାନ ମଲିକ ନିଜ ଇନ୍‌ଷ୍ଟାଗ୍ରାମରେ ତାଙ୍କ ନିର୍ବନ୍ଧର ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ଅରମାନ ଆଣ୍ଠୁରେ ବସି ପ୍ରପୋଜ୍‌ କରୁଥିବାର ନଜର ଆସିଥିବା ବେଳେ ଅନ୍ୟ ଫଟୋରେ ଉଭୟ ହଗ୍ କରୁଥିବା ନଜର ଆସିଛନ୍ତି । ସେହିପରି ଆଶନା ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଉଭୟଙ୍କ ନିର୍ବନ୍ଧର ଖୁସି କବର ଜଣାଇଛନ୍ତି । ପୋଷ୍ଟରେ ସେ ତାଙ୍କ ରିଙ୍ଗ୍‌ର ଫଟୋ ସେୟାର କରିଛନ୍ତି । ଏବଂ ହ୍ବାଇଟ୍‌ ଇମୋଜି ସହ ସେ ଲେଖିଛନ୍ତି, ତୁମ ବିଶ୍ବାସ ମୋତେ ତୁମ ଉପରେ ବିଶ୍ବାସ କରିବାକୁ ବାଧ୍ୟ କଲା ।

ତେବେ ଏହି ଫଟୋ ସେୟାର ହେବା ମାତ୍ରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଫ୍ୟାନ୍ସ ଏହାକୁ ଲାଇକ୍‌ କରିବା ସହ ପ୍ରତିକ୍ରିୟାରେ ଏହି କପଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବଲିଉଡ ଅଭିନେତା ବରୁଣ ଧୱନ, ଟାଇଗର ଶ୍ରଫ୍‌, ଇଶାନ ଖଟ୍ଟର, ହର୍ଷଦୀପ କୌର, ଅଭିନେତ୍ରୀ ଇଶା ଗୁପ୍ତା, ତାରା ସୁତାରିଆ, ଜରିନ ଖାନ, ରିୟା ଚକ୍ରବର୍ତ୍ତୀଙ୍କ ସମେତ ଅନେକ ସେଲିବ୍ରିଟି ଉଭୟଙ୍କୁ ଶୁଭକାମନା ଜଣାଇଛନ୍ତି । ସେହିପରି ଦିବ୍ୟାଙ୍କା ତ୍ରିପାଠୀ ପ୍ରତିକ୍ରିୟାରେ ଏହି ନୂତନ ଅଧ୍ୟାୟର ଆରମ୍ଭ ପାଇଁ ଉଭୟଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଭୟଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି । ସେପଟେ ଫ୍ୟାନ୍ସ ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଜୀବନର ନୂଆ ଆରମ୍ଭ ପାଇଁ କାମନା କରିଛନ୍ତି।

ଏହା ମଧ୍ୟ ପଢନ୍ତୁ: ଦ୍ବିତୀୟ ଇଂରାଜୀ ଗୀତ ନେଇ ଫେରିଲେ ଅରମାନ

ସୂଚନା ଥାଉ କି, ହିନ୍ଦୀ ବ୍ୟତୀତ ଅରମାନ ତେଲୁଗୁ, ଇଂରାଜୀ, ବଙ୍ଗାଳୀ, କନ୍ନଡ଼, ମରାଠୀ, ତାମିଲ, ଗୁଜୁରାଟୀ, ପଞ୍ଜାବୀ, ଉର୍ଦ୍ଦୁ ଏବଂ ମାଲାୟାଲମ ଭଳି ଭାଷାରେ ଗୀତ ଗାଇ ବେଶ ଲୋକପ୍ରିୟତା ହାସଲ କରିବା ସହ ଜମେ ସଫଳ ଏବଂ ଲୋକପ୍ରିୟ ଗାୟକ ହୋଇପାରିଛନ୍ତି । ସେପଟେ ଅର୍‌ମାନଙ୍କ ଗାର୍ଲଫ୍ରେଣ୍ଡ ଆଶନା ଶ୍ରଫ ଜଣେ ଭାରତୀୟ ଫ୍ୟାଶନ ଇନଫ୍ଲୁଏନ୍ସର, ବ୍ଲଗର ଏବଂ ଜଣେ ୟୁଟ୍ୟୁବର ମଧ୍ଯ । ଆଶନାଙ୍କୁ ଭାରତରେ କସ୍ମୋପୋଲିଟନ ଲଗ୍ଜରୀ ଫ୍ୟାଶନ ଅଫ୍‌ ଦ ଇୟର 2023 ଭାବେ ପୁରସ୍କୃତ ମଧ୍ୟ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.