ETV Bharat / entertainment

Sukhee: ଶିଳ୍ପା ସେଟ୍ଟୀଙ୍କ ଆଗାମୀ ଫିଲ୍ମର ପ୍ରଥମ ଲୁକ୍ ଆଉଟ୍, ଏହି ଦିନ ରିଲିଜ ହେବ ଫିଲ୍ମ

author img

By ETV Bharat Odisha Team

Published : Aug 23, 2023, 5:07 PM IST

ପୁଣି ଅନସ୍କ୍ରିନରେ ନଜର ଆସିବେ ଶିଳ୍ପା ସେଟ୍ଟୀ। ଫିଲ୍ମ ସୁଖୀ ସହ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ । ଆଜି ଫିଲ୍ମରୁ ଶିଳ୍ପାଙ୍କ ପ୍ରଥମ ଲୁକ ରିଲିଜ ହୋଇଛି । ଏଥିସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା ହୋଇଛି । ଅଧିକ ପଢନ୍ତୁ

Sukhee: ଶିଳ୍ପା ସେଟ୍ଟୀଙ୍କ ଆଗାମୀ ଫିଲ୍ମର ପ୍ରଥମ ଲୁକ୍ ଆଉଟ୍, ଏହି ଦିନ ରିଲିଜ ହେବ ଫିଲ୍ମ
Sukhee: ଶିଳ୍ପା ସେଟ୍ଟୀଙ୍କ ଆଗାମୀ ଫିଲ୍ମର ପ୍ରଥମ ଲୁକ୍ ଆଉଟ୍, ଏହି ଦିନ ରିଲିଜ ହେବ ଫିଲ୍ମ

ହାଇଦ୍ରାବାଦ: ଯଦି ଆମେ 90 ଦଶକର ସର୍ବୋତ୍ତମ ଅଭିନେତ୍ରୀମାନଙ୍କ ବିଷୟରେ କଥା ହେବା, ତେବେ ଶିଳ୍ପା ଶେଟ୍ଟୀଙ୍କ ନାମ ଟପ୍ ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ ହୋଇଛି । 30 ବର୍ଷର ଚଳଚ୍ଚିତ୍ର କ୍ୟାରିଅରରେ ଅଭିନେତ୍ରୀ ଏକାଧିକ ହିଟ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି । ଯେଉଁଥିରେ ସେ ତାଙ୍କର ଦମଦାର ଅଭିନୟ ସହିତ ସମସ୍ତଙ୍କ ହୃଦୟ ଜିତିଛନ୍ତି। କେବଳ ଅଭିନୟ ନୁହଁ ବରଂ ନିଜ ଲୁକ୍‌ ଏବଂ ମଜାଳିଆ ଅନ୍ଦାଜ ପାଇଁ ମଧ୍ୟ ବେଶ ଲୋକପ୍ରିୟତା ସାଉଁଟିଥାନ୍ତି । ବର୍ତ୍ତମାନ ଶିଳ୍ପାଙ୍କ ଆଗାମୀ ଫିଲ୍ମ 'ସୁଖୀ' ଘୋଷଣା କରାଯାଇଥିଲା । ଏହି ଫିଲ୍ମର ପ୍ରଥମ ଲୁକ୍ ଓ ପୋଷ୍ଟର ମଧ୍ୟ ସାମ୍ନାକୁ ଆସିଛି ।

ଆଗାମୀ ଚଳଚ୍ଚିତ୍ର 'ସୁଖୀ'ରେ ନଜର ଆସିବେ ଶିଳ୍ପା ସେଟ୍ଟୀ। ଅଭିନେତ୍ରୀ ବର୍ତ୍ତମାନ ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟରକୁ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ପୋଷ୍ଟରରେ ଶିଳ୍ପା ଘୋଡା ଚାଳକ ଭୂମିକାରେ ନଜର ଆସିଛନ୍ତି। ଅନ୍ୟପକ୍ଷରେ, ପୋଷ୍ଟରରେ ଏହା ସ୍ପଷ୍ଟ ଜଣାପଡୁଛି ଯେ ଅଭିନେତ୍ରୀ ଏକ ପରିବାର ମୁଖିଆ ଭୂମିକାରେ ଅଭିନୟ କରିବେ, ଯିଏ କ୍ରୀଡା ଏବଂ ଘରକୁ ବହୁତ ଭଲ ଭାବେ ପରିଚାଳନା କରିବେ। ଶିଳ୍ପା ଶେଟ୍ଟୀଙ୍କ ବ୍ୟତୀତ ଅଭିନେତା ଅମିତ ସାଧ ଏବଂ କୁଶା କପିଲା ମଧ୍ୟ ସୁଖୀଙ୍କ ଏହି ପ୍ରଥମ ଲୁକ୍ ପୋଷ୍ଟରରେ ନଜର ଆସିଛନ୍ତି। ଏହି ପ୍ରଥମ ଲୁକ୍ ପୋଷ୍ଟର ସହିତ ଅଭିନେତ୍ରୀ ଏହାର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଏହି ପୋଷ୍ଟର ସହ କ୍ୟାପ୍‌ସନରେ ଶିଳ୍ପା ଲେଖିଛନ୍ତି, "ଏହି କାହାଣୀ ମୋର, ଆପଣଙ୍କର, ଆମ ସମସ୍ତଙ୍କର, ମିଶନ୍ତୁ ଆପଣଙ୍କ ପରି ସୁଖପ୍ରୀତ କାଲରା ଓରଫ ଖୁସିଙ୍କୁ ଏବଂ ଆସନ୍ତୁ ମୋ ଦୁନିଆରେ, 22 ସେପ୍ଟେମ୍ବର ସିନେମା ଘରେ ।"

ଏହା ମଧ୍ୟ ପଢନ୍ତୁ: ଶିଳ୍ପାଙ୍କୁ ଆଶ୍ବସ୍ତି, ୧୫ ବର୍ଷ ଧରି ଏକ ଚୁମ୍ବନ ମାମଲାରେ ଦୋଷମୁକ୍ତ ଶିଳ୍ପା

1993 ମସିହାରେ ଶିଳ୍ପା ଶେଟ୍ଟୀ ଶାହାରୁଖ ଖାନଙ୍କ ହିନ୍ଦୀ ଚଳଚ୍ଚିତ୍ର 'ବାଜିଗର' ସହିତ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ଏହା ହିଟ୍ ହେବା ସହ ବେଶ ଲୋକପ୍ରିୟତା ସାଉଁଟିଥିଲା । ଏହାପରେ ଅଭିନେତ୍ରୀ ଆଉ ପଛକୁ ଫେରି ଚାହିଁନ ଥିଲେ । ଅନେକ ଚଳଚ୍ଚିତ୍ରରେ ନିଜର ଦମଦାର ଅଭିନୟରେ ଦର୍ଶକଙ୍କ ଦୃଦୟ ଜିତିଛନ୍ତି । 'ମେ ଖିଲାଡି ତୁ ଅନାଡ଼ି, ଜାନୱର୍‌, ରିସ୍ତେ, ଧଡ଼କନ୍, ଛୋଟେ ସରକାର, ଇଣ୍ଡିଆନ ଏବଂ ଅପ୍ନେ' ଭଳି ଅନେକ ବଡ଼ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଫିଲ୍ମ 'ନିକମା'ରେ ଶିଳ୍ପାଙ୍କୁ ଶେଷ ପରଦାରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ 'ସୁଖୀ' ବ୍ୟତୀତ 'କେଡି'ରେ ମଧ୍ୟ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.