ETV Bharat / entertainment

Sanjay Dutt B'day: ଫିଲ୍ମ Double iSmartରୁ ଫାଷ୍ଟ ଲୁକ୍ ସେୟାର କଲେ ସଞ୍ଜୁ ବାବା

author img

By

Published : Jul 29, 2023, 2:04 PM IST

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଆଜି ତାଙ୍କର 64ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର Double iSmartରୁ ନିଜର ପ୍ରଥମ ଲୁକ୍ ପୋଷ୍ଟର ସେୟାର କରିଛନ୍ତି । ଜନ୍ମଦିନ ଅବସରରେ ପତ୍ନୀ ମାନ୍ୟତା ଦତ୍ତ ମଧ୍ୟ ରୋମାଣ୍ଟିକ ଫଟୋ ସେୟାର କରି ଏକ ପ୍ରେମଭରା ନୋଟ ଲେଖିଛନ୍ତି । ଅଧିକ ପଢନ୍ତୁ

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଜନ୍ମଦିନ
ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଜନ୍ମଦିନ

ହାଇଦ୍ରାବାଦ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଆଜି ତାଙ୍କର 64ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଦିନରେ ଅଭିନେତା ତାଙ୍କ ପ୍ରଶଂସକମାନଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି । ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଡବଲ୍ ଇସ୍ମାର୍ଟ' (Double iSmart)ରୁ ତାଙ୍କର ପ୍ରଥମ ଲୁକ୍ ପୋଷ୍ଟର ସେୟାର କରିଛନ୍ତି । ଏହି ଚଳଚ୍ଚିତ୍ରଟି ଦକ୍ଷିଣର ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ରାମ ପୋଥିନେନି ନଜର ଆସିବେ । ଏହି ଫିଲ୍ମରେ ସଞ୍ଜୟ ଦତ୍ତଙ୍କୁ ବିଗ୍‌ବୁଲ ଭାବରେ ଦେଖିବାକୁ ମିଳିବ ।

ସଞ୍ଜୟ ଦତ୍ତ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ସହିତ 'ଡବଲ୍ ଇସ୍ମାର୍ଟ'ରୁ ତାଙ୍କ ଲୁକ୍ ସେୟାର କରିଛନ୍ତି । ସେ ସାଇଡ୍ ପୋଜ୍ ଦେଉଥିବାର ଦେଖାଯାଇଛି ଏବଂ ସିଗାରେଟ୍ ଧରିଥିବାର ଦେଖାଯାଇଛି । ସଞ୍ଜୟ ଦତ୍ତ କଳା ରଙ୍ଗର ସୁଟ୍-ବୁଟ୍ ରେ ନଜର ଆସିଛନ୍ତି । ତେବେ ଏହି ଚଳଚ୍ଚିତ୍ରଟି 8 ମାର୍ଚ୍ଚ 2024 ରେ ପ୍ରେକ୍ଷାଳୟକୁ ଆସିବ । ଏହି ଚଳଚ୍ଚିତ୍ର ତେଲୁଗୁ, ହିନ୍ଦୀ, କନ୍ନଡ, ତାମିଲ ଏବଂ ମାଲାୟାଲମରେ ମୁକ୍ତିଲାଭ କରି ବ।

ପୋଷ୍ଟର ସେୟାର କରି ସଞ୍ଜୟ ଦତ୍ତ ଲେଖିଛନ୍ତି, 'ଶାନଦାର ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ଜୀ ଏବଂ ଉତ୍ସାଦ ରାମ ପୋଥିନେନିଙ୍କ ସହ କାମ କରିବା ଅତ୍ୟନ୍ତ ଗର୍ବର ବିଷୟ । ଏହି ସାଇ-ଫାଇ ଏଣ୍ଟରଟେନମେଣ୍ଟ ଫିଲ୍ମରେ ବିଗବୁଲ୍ ଭାବରେ ନିଜକୁ ଦେଖିବା ମୋ ପାଇଁ ଆନନ୍ଦର ବିଷୟ ଅଟେ। ଏପରି ପ୍ରତିଭାଶାଳୀ ଦଳ ସହିତ କାମ କରିବାକୁ ଉତ୍ସାହିତ। ମୁଁ ଆଶା କରୁଛି ଦର୍ଶକ ନିଶ୍ଚିତ ଭାବରେ ଏହି ଚଳଚ୍ଚିତ୍ରକୁ ପସନ୍ଦ କରିବେ।

ଏହା ବି ପଢନ୍ତୁ: RRKPK Day 1 Collection: ମନ ଜିତିଲା ଆଲିଆ-ରଣଭୀରଙ୍କ ଫିଲ୍ମ, ରୋଜଗାର କଲା ଏତେ କୋଟି

ସଞ୍ଜୟ ଦତ୍ତଙ୍କ ପ୍ରଶଂସକମାନେ ତାଙ୍କର ଏହି ଅନ୍ଦାଜକୁ ପସନ୍ଦ କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି, 'ସ୍ୱାଗତ ସାର୍, ଜବରଦସ୍ତ ଅନ୍ଦାଜ ଆପଣଙ୍କର । ଜଣେ ୟୁଜର ଲେଖିଛନ୍ତି, 'ବାବା, ଆପଣଙ୍କର ନିଜର ପ୍ରାକୃତିକ ଏବଂ ଭିନ୍ନ ଅନ୍ଦାଜ ରହିଛି । ଆପଣଙ୍କ ନୂଆ ଚଳଚ୍ଚିତ୍ରରେ ସମାନ ଝଲକ ଦୃଶ୍ୟମାନ ହେଉଛି । ଜନ୍ମଦିନର ଅଭିନନ୍ଦନ।' ଅନ୍ୟ ଜଣେ ୟୁଜର ଲେଖିଛନ୍ତି, 'ସାର୍ ଆମେ ଏହି ଚଳଚ୍ଚିତ୍ର ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛୁ ।' ଅନ୍ୟ ଜଣେ ୟୁଜର ଲେଖିଛନ୍ତି, 'ଫିଲ୍ମର ରିଲିଜ୍ ତାରିଖ ସୁନ୍ଦର ଭାବେ ଚୟନ କରାଯାଇଛି । ଏହା ଏକ ଭଲ ନିଷ୍ପତ୍ତି ।

ଅନ୍ୟପକ୍ଷରେ ପତ୍ନୀ ମାନ୍ୟତା ଦତ୍ତ ସଞ୍ଜୟ ଦତ୍ତଙ୍କ ପାଇଁ ଏକ ରୋମାଣ୍ଟିକ ଫଟୋ ସେୟାର କରି ଏକ ପ୍ରେମଭରା ନୋଟ ଲେଖିଛନ୍ତି । ମାନ୍ୟତା ଲେଖିଛନ୍ତି- ‘ତୁମେ ମୋ ପାଇଁ ଯାହା କରିଛ, ତାହାକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ । ଏତେ ଭଲ ହୋଇଥିବାରୁ ତୁମକୁ ବହୁତ ଧନ୍ୟବାଦ । ତୁମେ ଯାହା ଅଛ ସେମିତି ରହିଥିବାରୁ ମଧ୍ୟ ଧନ୍ୟବାଦ । ଆଶା କରୁଛି ଆଗାମୀ ବର୍ଷ ତୁମ ପାଇଁ ବହୁତ ଭଲ ରହୁ । ତୁମର ଏହି ସୁନ୍ଦର ଜୀବନର ମୁଁ ଏକ ଅଂଶ ହୋଇଥିବାରୁ ନିଜର ଧନ୍ୟ ମନେ କରୁଛି ।’ ମାନ୍ୟତାଙ୍କ ଏହି ପୋଷ୍ଟରେ ଫ୍ୟାନ୍ସ ମଧ୍ୟ ସଞ୍ଜୟ ଦତ୍ତଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.