ETV Bharat / entertainment

Sunil Dutt Birth Anniversary: ପିତାଙ୍କ ଜନ୍ମ ବାର୍ଷିକୀରେ ଭାବପ୍ରବଣ ହେଲେ ସଞ୍ଜୟ ଦତ୍ତ

author img

By

Published : Jun 6, 2023, 7:33 PM IST

ବଲିଉଡ ଅଭିନତା ସୁନୀଲ ଦତ୍ତଙ୍କ ଆଜି ଜନ୍ମ ବାର୍ଷିକୀ । ଏହି ଅବସରରେ ପିତାଙ୍କୁ ମନେ ପକାଇ ଭାବବିହ୍ବଳ ହୋଇଛନ୍ତି ସଞ୍ଜୟ ଦତ୍ତ। ଏବଂ ଅଭିନେତା ପିତାଙ୍କ ଏକ ଫଟୋ ସେୟାର କରି ଏକ ହୃଦୟସ୍ପର୍ଶୀ ନୋଟ୍ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

ପିତା ସୁନୀଲ ଦତ୍ତଙ୍କ ଜନ୍ମ ବାର୍ଷିକୀରେ ଭାବପ୍ରବଣ ହେଲେ ସଞ୍ଜୟ ଦତ୍ତ
ପିତା ସୁନୀଲ ଦତ୍ତଙ୍କ ଜନ୍ମ ବାର୍ଷିକୀରେ ଭାବପ୍ରବଣ ହେଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ଆଜି ବଲିଉଡ ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତଙ୍କ ପିତା ତଥା ଅଭିନେତା ସୁନୀଲ ଦତ୍ତଙ୍କ 94ତମ ଜନ୍ମ ବାର୍ଷିକୀ। ସୁନୀଲ ଦତ୍ତ (ପାକିସ୍ତାନ) 6 ଜୁନ୍ 1929 ରେ ଜନ୍ମଗ୍ରହଣ କରିଥିଲେ ଏବଂ 25 ମଇ 2005 ରେ (ମୁମ୍ବାଇ) ମୃତ୍ୟୁବରଣ କରିଥିଲେ। ତେବେ ତାଙ୍କ ଜନ୍ମବାର୍ଷିକୀରେ ପିତାଙ୍କୁ ମନେ ପକାଇଛନ୍ତି ସଞ୍ଜୟ ଦତ୍ତ। ଏହି ଅଭିନେତା ତାଙ୍କ ପିତାଙ୍କ ସ୍ମୃତିରେ ସୋସିଆଲ ମିଡିଆରେ ପିତାଙ୍କ ସହ ଫଟୋ ସେୟାର କରିବା ସହ ଏକ ହୃଦୟସ୍ପର୍ଶୀ ନୋଟ୍ ମଧ୍ୟ ସେୟାର କରିଛନ୍ତି।

ସଞ୍ଜୟ ଦତ୍ତ ଟ୍ବିଟରରେ ତାଙ୍କ ପିତାଙ୍କ ଜନ୍ମ ବାର୍ଷିକୀରେ ମନେ ପକାଇଛନ୍ତି। ଏବଂ ତାଙ୍କ ପିଲାଦିନ ଏବଂ ଯୌବନର ଫଟୋ ତାଙ୍କ ପିତାଙ୍କ ସହ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ସଞ୍ଜୟ ଦତ୍ତ ତାଙ୍କ ପିତାଙ୍କ ସହ ବହୁତ ଖୁସି ଦେଖାଯାଉଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, ମୁଁ ତୁମକୁ ବହୁତ ଭଲ ପାଏ ଏବଂ ବହୁତ ମନେ ପକାଉଛୁ ବାପା । ଜନ୍ମଦିନର ଶୁଭେଚ୍ଛା, ଲଭ ୟୁ ଡାଡ ସହ ଲାଲ ରହାର୍ଟ ଇମୋଜି ସେୟାର କରିଛନ୍ତି।

ଏଥିସହିତ ସଞ୍ଜୟ ଦତ୍ତଙ୍କ ଭଉଣୀ ପ୍ରିୟା ଦତ୍ତ ମଧ୍ୟ ତାଙ୍କ ପିତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, 'ଏହି ଫଟୋ ତୁମେ ଆମକୁ ଛାଡିବା ପୂର୍ବରୁ ରାତିରେ ସେୟାର କରିଥିଲ, ମୁଁ ସେଦିନ ସବୁବେଳେ ମନେ ରଖିବି, ଯାହା କହିଥିଲ। ଏବଂ ଯେତେବେଳେ ମୁଁ ପଛକୁ ଚାହିଁବି, ମୁଁ ଅନୁଭବ କରେ ଯେ ତୁମେ ଯାହା କହିଥିଲ ତାହା ଆମ ପାଇଁ ବହୁତ ମହତ୍ବପୂର୍ଣ୍ଣ ଥିଲା ଏବଂ ସେବେଠାରୁ ତୁମେ ମୋ ସହିତ ରହି ଆସିଛ। ଭଲପାଇବା ଏବଂ ଶିକ୍ଷା ପାଇଁ ଧନ୍ୟବାଦ ପାପା। ଆଜି ତୁମର 94 ତମ ଜନ୍ମଦିନ, କିନ୍ତୁ ଆମ ହୃଦୟରେ ତୁମେ ସବୁବେଳେ ଜୀବନ୍ତ ରହିବ। ଜନ୍ମଦିନର ଶୁଭେଚ୍ଛା। ଉଭୟଙ୍କ ପୋଷ୍ଟ ସେୟାର କରିବା ପରେ ଅନେକ ତାରକା ଏବେ ଫ୍ୟାନ୍ସ ସୁନୀଲଙ୍କ ଜନ୍ମବାର୍ଷିକୀ ଶୁଭେଚ୍ଛା ଜଣାଇଛନ୍ତି।

ସଞ୍ଜୟ ଦତ୍ତଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, କେଜିଏଫ୍-2 ପରେ ସଞ୍ଜୟ ଦତ୍ତ ବର୍ତ୍ତମାନ ଆକ୍ସନ୍ ହିରୋ ଧ୍ରୁବ ସରଜାଙ୍କ କନ୍ନଡ ଫିଲ୍ମ 'କେଡି'ରେ ନଜର ଆସିବେ। ଏହି ଫିଲ୍ମରେ ସଞ୍ଜୟଙ୍କୁ ପୁଣି ଭିଲେନ୍ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଫାଇଟ ମାଷ୍ଟର ଡଃ.ରବି ବର୍ମା ଆକ୍ସନ ସିନ୍‌ର ନିର୍ଦ୍ଦେଶନା ଦେଉଛନ୍ତି । ଏଥିସହ ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମଧ୍ୟ ନଜର ଆସିବେ । ତେବେ ଫିଲ୍ମଟି କନ୍ନଡ, ହିନ୍ଦୀ, ତାମିଲ, ତେଲୁଗୁ ଏବଂ ମାଲାୟାଲମରେ ରିଲିଜ କରିବ ବୋଲି ଜଣାପଡିଛି ।ଏଥିସହ ସେ ଫିଲ୍ମ ଘୁଡଚଡିରେ ମଧ୍ୟ ନଜର ଆସିବେ। ଯେଉଁଥିରେ ସଞ୍ଜୟ ଦତ୍ତଙ୍କ ସମେତ ପାର୍ଥ ସମଥାନ ଏବଂ ଖୁଶଲି କୁମାରଙ୍କ ମୁଖ୍ୟ ଭୂମିକାରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.