ETV Bharat / entertainment

Sanjay Dutt Injured: କନ୍ନଡ ଫିଲ୍ମ ସୁଟିଂ ବେଳେ ଆହତ ହେଲେ ମୁନା ଭାଇ

author img

By

Published : Apr 12, 2023, 4:52 PM IST

ସାଉଥର ଏକ ଫିଲ୍ମର ସୁଟିଂ ସମୟରେ ଆହତ ହେଲେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ । ଶରୀରର ଅନେକ ସ୍ଥାନରେ ଆଘାତ ଲାଗିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ସାଉଥ ଫିଲ୍ମ ସୁଟିଂ ସମୟରେ ଆହତ ହେଲେ ସଞ୍ଜୟ ଦତ୍ତ
ସାଉଥ ଫିଲ୍ମ ସୁଟିଂ ସମୟରେ ଆହତ ହେଲେ ସଞ୍ଜୟ ଦତ୍ତ

ବେଙ୍ଗାଲୁରୁ: ସୁଟିଂ ସେଟ୍‌ରେ ଆହତ ହୋଇଛନ୍ତି ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ । ବର୍ତ୍ତମାନ କନ୍ନଡ ଫିଲ୍ମ 'କେଡି'ର ସୁଟିଂରେ ବ୍ୟସ୍ତ ଅଛନ୍ତି ସଞ୍ଜୟ ଦତ୍ତ । ଏହାରି ମଧ୍ୟରେ ଫିଲ୍ମର ଏକ ସିକ୍ବେନ୍ସ ସୁଟିଂ ସମୟରେ ଆହତ ହୋଇଛନ୍ତି ଅଭିନେତା । ସଞ୍ଜୟ ଦତ୍ତଙ୍କ କାନ୍ଧ, ହାତ ଏବଂ ମୁହଁରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି । ଏହି ଘଟଣା ପରେ ଫିଲ୍ମର ସୁଟିଂକୁ ମଧ୍ୟ ବନ୍ଦ କରାଯାଇଥିବା ଜଣାପଡିଛି ।

ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ ବର୍ତ୍ତମାନ ବେଙ୍ଗାଲୁରୁରେ କନ୍ନଡ ଫିଲ୍ମ 'କେଡି'ର ସୁଟିଂ କରୁଛନ୍ତି । ଏହି ଫିଲ୍ମ ପାଇଁ ଏକ ବୋମା ବିସ୍ଫୋରଣର ଏକ ସିକ୍ବେନ୍ସ ସୁଟିଂ କରାଯାଉଥିଲା । ଏହି ସମୟରେ ସଞ୍ଜୟ ଦତ୍ତ ଆହତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ସଞ୍ଜୟ ଦତ୍ତ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଘଟଣାଟି ବେଙ୍ଗାଲୁରୁର ମଗଦି ରୋଡରେ ଘଟିଥିବା ସୂଚନା ମିଳିଛି । ସଞ୍ଜୟ ଦତ୍ତ ଆହତ ହେବା ପରେ ଫିଲ୍ମର ସୁଟିଂକୁ ବନ୍ଦ କରାଯାଇଛି।

ସୂଚନା ଥାଉ କି, କେଜିଏଫ୍-2 ପରେ ସଞ୍ଜୟ ଦତ୍ତ ବର୍ତ୍ତମାନ ଆକ୍ସନ୍ ହିରୋ ଧ୍ରୁବ ସରଜାଙ୍କ କନ୍ନଡ ଫିଲ୍ମ 'କେଡି'ରେ ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମରେ ସଞ୍ଜୟଙ୍କୁ ପୁଣି ଭିଲେନ୍ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଫାଇଟ ମାଷ୍ଟର ଡଃ.ରବି ବର୍ମା ଆକ୍ସନ ସିନ୍‌ର ନିର୍ଦ୍ଦେଶନା ଦେଉଛନ୍ତି । 'KD' ପ୍ରେମଙ୍କ ଦ୍ବାରା ନିର୍ଦ୍ଦେଶିତ ଏବଂ KVN ବ୍ୟାନରରେ ନିର୍ମିତ ହେଉଛି । ଅର୍ଜୁନ ଜାନିଆ ଏହାର ସଂଗୀତ ନିର୍ଦ୍ଦେଶନା ଦେବେ। ଏଥିସହ ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମଧ୍ୟ ନଜର ଆସିବେ । ତେବେ ଫିଲ୍ମଟି କନ୍ନଡ, ହିନ୍ଦୀ, ତାମିଲ, ତେଲୁଗୁ ଏବଂ ମାଲାୟାଲମରେ ରିଲିଜ କରିବ ବୋଲି ଜଣାପଡିଛି ।

ସଞ୍ଜୟ ଦତ୍ତ ନିକଟରେ ପ୍ରକାଶ କରିଥିଲେ ଯେ ସେ ନିଜ ପିଲାମାନଙ୍କ ସହ ଅଧିକ ସମୟ ବିତାଇବାକୁ ଭଲ ପାଆନ୍ତି । ସୁଟିଂ ସାରି ନିଜ ପିଲାମାନଙ୍କ ସହ ସମୟ ବିତାଇଥାନ୍ତି । ଏଥିସହ ସେ କହିଥିଲେ ୟେ, ତାଙ୍କ ପିଲାମାନେ ଟାଇଗର ଶ୍ରଫଙ୍କୁ ବହୁତ ଭଲ ପାଆନ୍ତି । ତାଙ୍କ ପିଲାମାନେ ସଞ୍ଜୟଙ୍କ ଫିଲ୍ମ ଅପେକ୍ଷା ଟାଇଗରଙ୍କ ଫିଲ୍ମକୁ ଅଧିକ ପସନ୍ଦ କରନ୍ତି । ଟାଇଗର ସେମାନଙ୍କର ପ୍ରିୟ ଷ୍ଟାର । ସଞ୍ଜୟ ଦତ୍ତଙ୍କ ପିଲାମାନେ ଦୁବାଇରେ ମାନ୍ୟତା ଦତ୍ତଙ୍କ ସହିତ ରୁହନ୍ତି । ସୁଟିଂ ଶେଷ ହେବା ପରେ ସଞ୍ଜୟ ଦତ୍ତ ପିଲାମାନଙ୍କୁ ଭେଟିବାକୁ ଯାଇଥାନ୍ତି । ସେପଟେ ସଞ୍ଜୟ ଦତ୍ତ ଯୱାନ ଏବଂ ଘୁଡଚଡିରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.