ETV Bharat / entertainment

ଡବିଂ ଷ୍ଟୁଡିଓରେ ନଜର ଆସିଲେ ସଲମାନ ଖାନ, ବାଲ୍ଡ ଲୁକରେ ଭାଇଜାନଙ୍କୁ ଦେଖି ଫ୍ୟାନ୍ସ କହିଲେ ଏମିତି

author img

By ETV Bharat Odisha Team

Published : Aug 29, 2023, 12:53 PM IST

ସଲମାନ ଖାନ ମୁମ୍ବାଇର ଏକ ଡବିଂ ଷ୍ଟୁଡିଓ ବାହାରେ ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଏହି ଲୁକ୍‌ ଭିଡିଓ ଭାଇରାଲ ହୋଇଛି । ବାଲ୍ଡ ଲୁକରେ ଭାଇଜାନଙ୍କୁ ଦେଖି ଫ୍ୟାନ୍ସ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ

ଡବିଂ ଷ୍ଟୁଡିଓରେ ନଜର ଆସିଲେ ସଲମାନ ଖାନ, ବାଲ୍ଡ ଲୁକରେ ଭାଇଜାନଙ୍କୁ ଦେଖି ଫ୍ୟାନ୍ସ କହିଲେ ଏମିତି
ଡବିଂ ଷ୍ଟୁଡିଓରେ ନଜର ଆସିଲେ ସଲମାନ ଖାନ, ବାଲ୍ଡ ଲୁକରେ ଭାଇଜାନଙ୍କୁ ଦେଖି ଫ୍ୟାନ୍ସ କହିଲେ ଏମିତି

ହାଇଦ୍ରାବାଦ: ବଲିଉଡ ଭାଇଜାନ ସଲମାନ ଖାନ ଆଜିକାଲି ନିଜ ବାଲ୍ଡ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି । କୁହାଯାଉଛି ଯେ, ସଲମାନ ଖାନ ତାଙ୍କ ପରବର୍ତ୍ତୀ ଫିଲ୍ମରେ ଏହି ଲୁକ୍‌ରେ ନଜର ଆସିବେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସଲମାନ ଖାନ୍‌ ବିଷ୍ଣୁ ବର୍ଦ୍ଦନଙ୍କ ଆଗାମୀ ଡ୍ରାମା ଫିଲ୍ମ ଏକ ସେନା ଅଧିକାରୀ ଭୂମିକାରେ ନଜର ଆସିବେ । କରଣ ଜୋହର ଏହି ଫିଳ୍ମ ନିର୍ମାଣ କରୁଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ସଲମାନ ଖାନ୍‌ଙ୍କୁ ବାଲ୍ଡ ଲୁକ୍‌ରେ ବାନ୍ଦ୍ରା ସ୍ଥିତ ଏକ ଡବିଂ ଷ୍ଟୁଡିଓରେ ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓରେ ସଲମାନ ଖାନ ଏକ ଅଫ୍‌ ହ୍ବାଇଟ୍‌ ରଙ୍ଗର ଟି-ସାର୍ଟ ସହ ବ୍ଲାକ୍‌ ଜିନ୍ସରେ ଖୁବ ସୁନ୍ଦର ଲାଗୁଛନ୍ତି । ନିକଟରେ ସଲମାନ ଖାନଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ବାଲ୍ଡ ଲୁକ୍‌ରେ ନଜର ଆସିଥିଲେ । ଏବେ ପୁଣି ଭାଇଜାନ୍‌ଙ୍କ ସମାନ ଲୁକ୍‌ର ଭିଡିଓ ଭାଇରାଲ ପରେ ଫ୍ୟାନ୍ସ, ଏହାକୁ ଲାଇକ୍‌ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଅନେକ ଫ୍ୟାନ୍ସ ତେରେ ନାମ ଫିଲ୍ମକୁ ମେନ ପକାଇ ରାଧେ ଫେରିଛନ୍ତି ବୋଲି କହିଛନ୍ତି। ଅନ୍ୟ କେତେକ ଫ୍ୟାନ୍ସ ଫାୟାର ଇମୋଜି ଦେଇଛନ୍ତି। ଆଉ କେତେକ ଫ୍ୟାନ୍ସ କହିଛନ୍ତି, ଆଗାମୀ ଫିଲ୍ମରେ ଭାଇଜାନ ଧମାକା କରିବେ।

ସୂଚନା ଥାଉ କି, ସଲମାନ ଖାନଙ୍କୁ ଶେଷ ଥର ଫିଲ୍ମ କିସି କା ଭାଇ କିସି କି ଜାନରେ ଦେଖିବାକୁ ମିଳିଥିଲା। 4 ବର୍ଷ ପରେ ଏପ୍ରିଲ 21 ଇଦ ଅବସରରେ ସଲମାନଙ୍କ ଏହି ଫିଲ୍ମ ରିଲିଜ ହୋଇଥିଲା । ହେଲେ ଭାଇଜାନଙ୍କ ଫିଲ୍ମ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇପାରିନଥିଲା । ଯାହାକୁ ନେଇ ସଲମାନ ମଧ୍ୟ ଅସନ୍ତୁଷ୍ଟ ରହିଥିଲେ। ଏହି ଫିଲ୍ମଟି ବକ୍ସ ଅଫିସରେ 200 କୋଟି ମଧ୍ୟ ସଂଗ୍ରହ କରିପାରିନାହିଁ। ଏହି ଫିଲ୍ମ ସଲମାନ ଖାନଙ୍କ ଚଳିତ ବର୍ଷର ପ୍ରଥମ ଫିଲ୍ମ ଥିଲା। ଯାହା ଫ୍ଲଫ୍ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ଆସୁଛି ତେରେ ନାମ୍‌ 2 ! ପୁଣି ବାଲ୍ଡ ଲୁକ୍‌ରେ ଭାଇଜାନ

ତେବେ ବର୍ତ୍ତମାନ ଭାଇଜାନ ଆଗାମୀ ଫିଲ୍ମ ଟାଇଗର-3ରେ ନଜର ଆସିବେ । ଏହି ଫିଲ୍ମ ଦିପାବଳୀ ଅବସରରେ ରିଲିଜ ହେବ । ଏହି ଫିଲ୍ମରେ ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନଙ୍କୁ ମଧ୍ୟ ପଠାନ ଭୂମିକାରେ କେମିଓ ରୋଲରେ ଦେଖିବାକୁ ମିଳିବ । ଏଥିସହ ସଲମାନଙ୍କ ବିପକ୍ଷରେ ପୁଣି ନଜର ଆସିବେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ଅଭିନେତା ଇମ୍ରାନ୍‌ ହାସମୀଙ୍କୁ ବି ଏହି ଫିଲ୍ମରେ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.