ETV Bharat / entertainment

800: ସଚିନ ତେନ୍ଦୁଲକର ଲଞ୍ଚ କଲେ ଟ୍ରେଲର, ମୁଥିଆ ମୁରଲୀଧରନଙ୍କ ଉପରେ ନିର୍ମାଣ ହୋଇଛି ବାୟୋପିକ

author img

By ETV Bharat Odisha Team

Published : Sep 6, 2023, 7:38 AM IST

ମୁଥିଆ ମୁରଲୀଧରନଙ୍କ ବାୟୋପିକ ଉପରେ ପ୍ରସ୍ତୁତ ଫିଲ୍ମ '800'। ଗତକାଲି ଫିଲ୍ମର ଟ୍ରେଲର ରିଲିଜ୍ କରାଯାଇଛି । ସଚିନ ତେନ୍ଦୁଲକର ଏହି ଟ୍ରେଲର ଲଞ୍ଚ କରିଛନ୍ତି । ନଜର ପକାନ୍ତୁ ଟ୍ରେଲର ଉପରେ

800
800

ମୁମ୍ବାଇ: ଏମଏସ ଧୋନୀଙ୍କ ପରେ ବର୍ତ୍ତମାନ ମୁଥିଆ ମୁରଲୀଧରନଙ୍କ ବାୟୋପିକ୍ ଫିଲ୍ମ ଆସିବାକୁ ଯାଉଛି । ମୁଥିୟା ମୁରଲୀଧରନଙ୍କ ବାୟୋପିକ ଉପରେ ପ୍ରସ୍ତୁତ ଫିଲ୍ମ '800'। ଗତକାଲି '800' ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଲଞ୍ଚ କାର୍ଯ୍ୟକ୍ରମରେ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ମୁଥିୟା ମୁରଲୀଥାରନ୍ ମଧ୍ୟ ଉପସ୍ଥିତ ଥିଲେ ।

'800'ର ଟ୍ରେଲରରେ କ’ଣ ଅଛି ? ଟ୍ରେଲରରେ ମୁଥିୟା ମୁରଲୀଧରନଙ୍କ ଜୀବନ କାହାଣୀ ଦର୍ଶାଯାଇଛି । 3 ମିନିଟ 7 ସେକେଣ୍ଡର ଟ୍ରେଲର 1970ଦଶକରେ ଶ୍ରୀଲଙ୍କାରେ ଘଟିଥିବା ଘଟଣାଗୁଡ଼ିକର ଫ୍ଲାସବ୍ୟାକ୍ ସହ ଏହା ଆରମ୍ଭ ହୋଇଛି । ଏଥିରେ ଯେତେବେଳେ ଅଳ୍ପସଂଖ୍ୟକ ତାମିଲମାନଙ୍କୁ ଟାର୍ଗେଟ କରାଯାଇଥିଲା, ସେହି ସମୟରେ ହୋଇଥିବା ବିରୋଧକୁ ଦର୍ଶାଯାଇଛି । ପରେ ହ୍ବାଇଟ୍ କ୍ରିକେଟ୍ ଜର୍ସି ପିନ୍ଧିଥିବା ଜଣେ ଯୁବକ ମଧ୍ୟ ସଶସ୍ତ୍ର ସେନାଙ୍କ ଯବାନଙ୍କ ଆଗରେ ଆଣ୍ଠୁମାଡି ବସିଥିବାର ନଜର ଆସିଛନ୍ତି । ଏକ ସ୍ବରରୁ ଶୁଣିବାକୁ ମିଳୁଛି, 'ପ୍ରବାସୀ ଶ୍ରମିକଙ୍କ ଗୋଷ୍ଠୀରୁ ଏହିଭଳି ଜଣେ ବ୍ୟକ୍ତି ନାଗରିକ ମାନ୍ୟତା ପାଇବା କଷ୍ଟସାଧ୍ୟ । ଆଜି ସେ ଏପରି ସ୍ଥାନରେ ପହଞ୍ଚିଛନ୍ତି ଯାହାଙ୍କ ପାଇଁ ପୁରା ଦେଶ ଗର୍ବିତ । ପରେ ସେ ବିବାଦର ମଧ୍ୟ ଶିକାର ହୁଅନ୍ତି । ତାଙ୍କ କାହାଣୀକୁ ଫିଲ୍ମରେ ସୁନ୍ଦର ଭାବେ ଦର୍ଶାଯାଇଛି ।

  • " class="align-text-top noRightClick twitterSection" data="">

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଅନୁଯାୟୀ, ସଚିନ ତେନ୍ଦୁଲକର ମୁଥିୟା ମୁରଲୀଧରନଙ୍କ ବାୟୋପିକ '800'ର ଟ୍ରେଲର ରିଲିଜ କରିଛନ୍ତି । ଏହି ଚଳଚ୍ଚିତ୍ରଟି ଅକ୍ଟୋବର 6 ରେ ମୁକ୍ତିଲାଭ କରିବ । ଏହି କାର୍ଯ୍ୟକ୍ରମରେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନତ ଜୟସୁରିଆ ମଧ୍ୟ ଉପସ୍ଥିତ ଥିଲେ । ସୂଚନା ଥାଉ କି, ମୁଥିଆ ମୁରଲୀଧରନ୍ ତାଙ୍କ କ୍ୟାରିୟରରେ 800 ୱିକେଟ୍ ନେଇ ରେକର୍ଡ ସୃଷ୍ଟି କରିଛନ୍ତି । ଏହି କାରଣରୁ ଫିଲ୍ମର ନାମ 800 ଭାବରେ ରଖାଯାଇଛି । ତାମିଲ ଚଳଚ୍ଚିତ୍ର ହିନ୍ଦୀ ଏବଂ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ ।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ମୁରଲୀଧରନ୍ କହିଛନ୍ତି, 'ମୁଁ ବହୁତ ଗର୍ବିତ କାରଣ ସଚିନ୍ ତେନ୍ଦୁଲକର ଏବଂ ସନତ ଜୟସୁରିଆ ଆସି ମୋ ପାଇଁ ଏହାକୁ ଲଞ୍ଚ କରିଥିଲେ । ମୁଁ ମଧ୍ୟ ଅନୁଭବ କରୁଛି ଯେ ଏହି ପ୍ରକଳ୍ପ ଗତ 5 ବର୍ଷ ଧରି ଚାଲିଛି, ଯାହା ବର୍ତ୍ତମାନ ଫଳପ୍ରଦ ହୋଇଛି । ଆଶା କରୁଛି ଲୋକମାନେ ଏହି ଚଳଚ୍ଚିତ୍ରକୁ ଉପଭୋଗ କରିବେ । ଓସ୍କାର ବିଜେତା ଚଳଚ୍ଚିତ୍ର 'ସ୍ଲମଡଗ ମିଲିଅନେୟର' ଅଭିନେତା ମଧୁର ମିତ୍ତଲ ତାଙ୍କ ବାୟୋପିକରେ ମହାନ ଶ୍ରୀଲଙ୍କା ସ୍ପିନରଙ୍କ ଭୂମିକାରେ ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ: କ୍ୟାଟ୍ରିନା କୈଫଙ୍କ ସହ ସମ୍ପର୍କକୁ ନେଇ ବିକିଙ୍କ ଖୁଲାସା, ଏମିତି କ୍ୟାଟ୍ରିନାଙ୍କ ପ୍ରେମରେ ପଡିଥିଲେ

ମୁଥିଆ ମୁରଲୀଧରନ୍ ଜଣେ ଶ୍ରୀଲଙ୍କା କ୍ରିକେଟର ଯିଏ ନିଜର ଦମଦାର ବୋଲିଂ ପାଇଁ ଜଣାଶୁଣା । ମୁରଲୀଧରନ ତାଙ୍କ କ୍ୟାରିୟରରେ 800 ଟେଷ୍ଟ ୱିକେଟ୍ ନେଇଛନ୍ତି । ଟେଷ୍ଟ ମ୍ୟାଚରେ ତାଙ୍କର ହାରାହାରି 6ଟି ୱିକେଟ୍ ଅଧିକ ରହିଛି । ସେ 1992ରେ ଖେତାରାମା ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିଲେ । ଏହା ବ୍ୟତୀତ ସେ 530ରୁ ଅଧିକ ୱାନ ଡେ ୱିକେଟ୍ ନେଇ ଏକ ରେକର୍ଡ ସୃଷ୍ଟି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.