ETV Bharat / entertainment

ନୂଆବର୍ଷ ପାଳନ ପାଇଁ ଭ୍ୟାକେସନରେ ଗଲେ ଆଦିତ୍ୟ-ଅନନ୍ୟା! ଏୟାରପୋର୍ଟରେ ତମନ୍ନା-ବିଜୟ ବି ଆସିଲେ ନଜର

author img

By ETV Bharat Odisha Team

Published : Dec 27, 2023, 2:21 PM IST

Ananya-Aditya Vacation: ଖ୍ରୀଷ୍ଟାମାସ ପରେ ବର୍ତ୍ତମାନ ବଲିଉଡ ସାଉଥ ସେଲିବ୍ରିଟି ନୂଆ ବର୍ଷ ପାଳନ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ନୂଆବର୍ଷ ପାଇଁ ଅନେକ ତାରକା ଭ୍ୟାକେସନରେ ବାହାରିଛନ୍ତି । ମୁମ୍ବାଇ ଏୟାରପୋର୍ଟରେ ରୁମର କପଲ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେଙ୍କୁ ଦେଖିବାକୁ ମିଳିଥିବା ବେଳେ ତମନ୍ନା ଭାଟ୍ଟିଆ ଏବଂ ବିଜୟ ବର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ନୂଆବର୍ଷ ପାଳନ ପାଇଁ ଭ୍ୟାକସନରେ ଗଲେ ଆଦିତ୍ୟ-ଅନନ୍ୟା, ଏୟାରପୋର୍ଟରେ ତମନ୍ନା-ବିଜୟ ବି ଆସିଲେ ନଜର
ନୂଆବର୍ଷ ପାଳନ ପାଇଁ ଭ୍ୟାକସନରେ ଗଲେ ଆଦିତ୍ୟ-ଅନନ୍ୟା, ଏୟାରପୋର୍ଟରେ ତମନ୍ନା-ବିଜୟ ବି ଆସିଲେ ନଜର

ହାଇଦ୍ରାବାଦ: ଖ୍ରୀଷ୍ଟାମାସ ପରେ ନୂଆ ବର୍ଷ ପାଇଁ ଉତ୍ସାହିତ ସେଲିବ୍ରିଟି । ଏହି ଖାସ ଦିନକୁ ସେଲିବ୍ରେଟ କରିବା ପାଇଁ ବଲିଉଡ ସାଉଥ ସେଲିବ୍ରିଟି ଭ୍ୟାକସନରେ ବାହାରିଛନ୍ତି । ନିକଟରେ ଆଲିଆ-ରଣବୀରକଙ୍କୁ ଭ୍ୟାକସନରେ ଯିବା ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ମୁମ୍ବାଇ ଏୟାରପୋର୍ଟରେ ରୁମର କପଲ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେଙ୍କୁ ଦେଖିବାକୁ ମିଳିଥିବା ବେଳେ ତମନ୍ନା ଭାଟ୍ଟିଆ ଏବଂ ବିଜୟ ବର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଇନ୍‌ଷ୍ଟାଗ୍ରାମରେ ପାପରାଜିଙ୍କ ଦ୍ବାରା ସେୟାର ହୋଇଥିବା ଏକ ଭିଡିଓରେ ଅନନ୍ୟା ପାଣ୍ଡେ ଏୟାରପୋର୍ଟେ ସ୍ପଟ୍‌ ହୋଇଛନ୍ତି । ଏହି ସମୟରେ ସେ କ୍ରିମ ରଙ୍ଗର ଆଉଟଫିଟ ସହ ଏକ ଜ୍ୟାକେଟ ଏବଂ ପ୍ୟାପ ପିନ୍ଧିଥିବାର ନଜର ଆସିଛନ୍ତି । ଏହି ସମୟରେ ଆଦିତ୍ଯ ହ୍ବାଇଟ ଟି-ସାର୍ଟ ସହ କ୍ରିମ୍‌ ରଙ୍ଗର ପ୍ୟାଣ୍ଟ ଏବଂ ଜ୍ୟାକେଟ, ବ୍ଲାକ୍‌ କ୍ୟାପ୍‌ରେ ନଜର ଆସିଛନ୍ତି । ତେବେ ଉଭୟ ନୂଆ ବର୍ଷ ପାଇଁ ଭ୍ୟାକସନରେ ଯାଉଥିବା କୁହାଯାଉଛି । କହିରଖୁଛୁ କି, ଏହା ପ୍ରଥମ ଥର ନୁହେଁ ଉଭୟ ଅନେକ ଥର ଭ୍ୟାକେସନରେ ଯାଇଛନ୍ତି । ଏବଂ ଫଟୋ ମଧ୍ୟ ଭାଇରାଲ ହୋଇଛି । ହେଲେ ଏପର୍ଯ୍ୟନ୍ତ ଉଭୟ ନିଜ ସମ୍ପର୍କକୁ ନେଇ ଖୁଲାସା କରିନାହାନ୍ତି ।

ସେହିପରି ଏୟାରପୋର୍ଟରେ ତମନ୍ନା ଭାଟ୍ଟିଆ ଏବଂ ବିଜୟ ବର୍ମାଙ୍କୁ ମଧ୍ୟ ଦଜେଖିବାକୁ ମିଳିଛି । ଏହି ସମୟରେ ତମନ୍ନା ତମନ୍ନା ବ୍ଲାକ ଆଉଟଫିଟରେ ନଜର ଆସିଥିବା ବେଳେ ବିଜୟ ହ୍ୱାଇଟ୍‌ ସାର୍ଟ ଗ୍ରେ ପ୍ୟାଣ୍ଟ୍‌ ସହ ବ୍ଲାକ୍‌ ଜ୍ୟାକେଟରେ ନଜର ଆସିଛନ୍ତି । ତେବେ ଏହି ଯୋଡ଼ି ମଧ୍ୟ ନୂଆ ବର୍ଷ ପାଇଁ ଭ୍ୟାକସନରେ ଯାଉଥିବା କୁହାଯାଉଛି । ପ୍ରକାଶ ଥାଉ କି, ଉଭୟ ନିଜ ସମ୍ପର୍କକୁ ନେଇ ଚଳିତ ବର୍ଷ ଅଫିସିଆଲ ଘୋଷଣା କରିଥିଲେ । ଏହା ପରଠୁ ଉଭୟ ଅନେକ ସ୍ଥାନରେ ଏକାଠି ନଜର ଆସି ଥାଆନ୍ତି ।

ଏହା ମଧ୍ୟ ପଢନ୍ତୁ: 'ଖୋ ଗୟେ ହମ କାହାଁ' ସ୍କ୍ରିନିଂରେ ସ୍ପଟ ହେଲେ ଲଭବାର୍ଡ ଅନନ୍ୟା-ଆଦିତ୍ୟ, ବିବାହ କେବେ ନେଇ ପ୍ରଶ୍ନ କଲେ ଫ୍ଯାନ୍ସ

ସୂଚନା ଥାଉ କି, ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ ଦୁହେଁ ଏକାଠି କ୍ରିତି ସାନନଙ୍କ ଦିୱାଲି ପାର୍ଟିରେ ଯୋଗଦେବା ପରଠାରୁ ଆଦିତ୍ୟ ଏବଂ ଅନନ୍ୟାଙ୍କ ଡେଟିଂ ନେଇ ଖବର ସାମ୍ନାକୁ ଆସିଥିଲା । ଏହାପରେ ଦୁହେଁ ଏକାଠି ମନୀଷ ମଲହୋତ୍ରାଙ୍କ ଲାକ୍‌ମୀ ଫ୍ୟାଶନ ୱିକ୍‌ରେ ରାମ୍ପ୍‌ ୱାକ୍‌ କରିଥିଲେ । ଫିଫା ବିଶ୍ୱକପ୍‌ର ସେମିଫାଇନାଲରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ବାରମ୍ବାର ଏଭଳି ଉଭୟଙ୍କୁ ସ୍ପଟ୍‌ ହେଉଥିବା ଦେଖି ଉଭୟଙ୍କ ଡେଟିଂ ନେଇ ଚର୍ଚ୍ଚା ଜୋର ଧରିଲା ।

ଏହା ମଧ୍ୟ ପଢନ୍ତୁ: ବିବାହକୁ ନେଇ ବିଜୟଙ୍କ ବୟାନ, କହିଲେ ମାଆଙ୍କୁ କହିନି ତୁମକୁ କଣ ...

ସୂଚନା ଅନୁଯାୟୀ, 'ଲଷ୍ଟ ଷ୍ଟୋରୀ ୨'ର ସୁଟିଂ ସମୟରେ ତମନ୍ନା ଏବଂ ବିଜୟ ବର୍ମା ପ୍ରେମରେ ପଡିଥିଲେ । ନୂଆବର୍ଷରେ ଗୋଆର ଉଭୟଙ୍କ ଲିପଲକ୍‌ର ଏକ ଭିଡିଓ ଭାଇରାଲ୍ ହେବାପରେ ଉଭୟଙ୍କ ସମ୍ପର୍କ ସାମ୍ନାକୁ ଆସିଥିଲା । ତମନ୍ନା ଏବଂ ବିଜୟ କିଛି ସମୟ ପୂର୍ବରୁ ନିଜ ସମ୍ପର୍କକୁ ସର୍ବସାଧାରଣରେ ସ୍ୱୀକାର କରିଥିଲେ । ତେବେ ଉଭୟ ୨୦୨୪ ରେ ବିବା ଯୋଜନା କରିପାରନ୍ତି ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.