ETV Bharat / entertainment

Tumse Na Ho Payega ସ୍କ୍ରିନିଂରେ ଆଦିତ୍ୟ-ଅନନ୍ୟା, ଭାଇରାଲ ହେଉଛି ଭିଡିଓ

author img

By ETV Bharat Odisha Team

Published : Sep 27, 2023, 3:07 PM IST

ବଲିଉଡର ରୁମର୍‌ ଲଭବାର୍ଡ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେଙ୍କୁ 'ତୁମସେ ନା ହୋ ପାୟେଗା' ସ୍କ୍ରିନିଂରେ ଦେଖିବାକୁ ମିଳିଛି । ଯାହାର ଫଟୋ ଓ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ

ଲଭ୍‌ବାର୍ଡ ଅନନ୍ୟା ଆଦିତ୍ୟ
ଲଭ୍‌ବାର୍ଡ ଅନନ୍ୟା ଆଦିତ୍ୟ

ହାଇଦ୍ରାବାଦ: 'ତୁମସେ ନା ହୋ ପାୟେଗା' ମଲ୍ଟି ଷ୍ଟାରର କମେଡି ଡ୍ରାମା ଫିଲ୍ମ, ଯେଉଁଥିରେ ଇଶ୍ୱକ ସିଂ ଏବଂ ମହିମା ମକୱାନା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ସପ୍ତାହ ଶେଷରେ ଡିସ୍ନି ପ୍ଲସ ହଟଷ୍ଟାରରେ ଏହା ମୁକ୍ତିଲାଭ କରିବାକୁ ଯାଉଛି । ଅଭିଷେକ ସିହ୍ନାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରର ଏକ ଗ୍ରାଣ୍ଡ ସ୍କ୍ରିନିଂ ଇଭେଣ୍ଟ 26 ସେପ୍ଟେମ୍ବର (ମଙ୍ଗଳବାର) ରାତିରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା । ଜାତୀୟ ପୁରସ୍କାର ବିଜେତା ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ବିଦ୍ୟା ବାଲାନଙ୍କ ସମେତ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବହୁ ପ୍ରସିଦ୍ଧ ତାରକା, ରୁମର ଲଭବାର୍ଡ ଆଦିତ୍ୟ ରୟ କପୁର-ଅନନ୍ୟା ପାଣ୍ଡେ ଏବଂ ଅନ୍ୟମାନେ ତୁମସେ ନା ହୋ ପାୟେଗା କାଷ୍ଟରେ ଯୋଗ ଦେଇଥିବା ନଜର ଆସିଥିଲେ । ଏହି ସମୟରେ ଅନନ୍ୟା ଆଦିତ୍ୟଙ୍କ ଭାଉଜ ବିଦ୍ୟା ବାଲାନଙ୍କୁ ଭେଟିଥିଲେ ଏବଂ ତାଙ୍କ ସହ ଫଟୋ ପାଇଁ ପୋଜ୍ ଦେଉଥିବା ଦେଖିବାକୁ ମିଳିଥିଲା । ଫିଲ୍ମର କ୍ରୁ ସଦସ୍ୟମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ଅନନ୍ୟା-ବିଦ୍ୟା ପରସ୍ପରକୁ କଲେ ଆଲିଙ୍ଗନ

ଫିଲ୍ମର ସ୍କ୍ରିନଂରେ ଅନନ୍ୟା କାଜୁଆଲ ଲୁକ୍‌ରେ ନଜର ଆସିଥିଲେ । ସେ ହଳଦିଆ ରଙ୍ଗର ଟପ୍‌ ସହିତ ନୀଳ ଡେନିମ୍ ଜିନ୍ସ ପିନ୍ଧିଥିଲେ, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ସେ ପାପାରାଜି ପାଇଁ ପୋଜ୍ ଦେଇଥିଲେ । ଏହା ପରେ ଅନନ୍ୟା ବିଦ୍ୟାଙ୍କୁ ଆଲିଙ୍ଗନ କରିଥିଲେ ଏବଂ ପରେ ଉଭୟ ଅଭିନେତ୍ରୀ ଏକାଠି ହୋଇ ପାପାରାଜି ପାଇଁ ପୋଜ୍ ଦେଉଥିବା ଦେଖିବାକୁ ମିଳିଥିଲା ।

ଆଦିତ୍ୟ ଏବଂ ଅନନ୍ୟାଙ୍କ ସମ୍ପର୍କ:

ଅନନ୍ୟା ପାଣ୍ଡେ ଏବଂ ଆଦିତ୍ୟ ରୟ କପୁରଙ୍କ ଡେଟିଂ ଗୁଜବ କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ଦୁହେଁ ଏକାଠି ଛୁଟିଦିନ ପାଇଁ ଗୋଆ ଯାଇଥିଲେ । ତେବେ ଅନନ୍ୟା ଏବଂ ଆଦିତ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଏକ ସାକ୍ଷାତକାରରେ ଅନନ୍ୟା ପାଣ୍ଡେ କହିଥିଲେ - ‘‘ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ ମୁଁ କାହା ସହିତ ଡେଟ କରୁଛି, ସେମାନଙ୍କ ଏହି ଉତ୍ସୁକତା ଦେଖି ଭଲ ଲାଗୁଛି ।’’

ଅନନ୍ୟା ପାଣ୍ଡେଙ୍କ କାମ

ଯଦି ଆମେ ଅନନ୍ୟା ପାଣ୍ଡେଙ୍କ କାମ ସମ୍ପର୍କରେ କଥା ହେବା, ତେବେ ତାଙ୍କ ପାଖରେ ଅନେକ ବଡ଼ ବଡ ପ୍ରୋଜେକ୍ଟ ରହିଛି । ନିକଟରେ ଅନନ୍ୟା ଆୟୁଷ୍ମାନ ଖୁରାନାଙ୍କ ସହ ଡ୍ରିମ୍ ଗାର୍ଲ 2ରେ ନଜର ଆସିଥିଲେ। ଏବେ ସେ ଖୁବ୍ ଶୀଘ୍ର ନିର୍ଦ୍ଦେଶକ ବିକ୍ରମାଦିତ୍ୟ ମୋଟୱାନାଙ୍କ ଆଗାମୀ ଥ୍ରୀଲର ଫିଲ୍ମ 'କଣ୍ଟ୍ରୋଲ୍'ରେ ନଜର ଆସିବେ । ତାଙ୍କ ବ୍ୟତୀତ ବିହାନ ସମତ ଏବଂ ଦେବିକା ବତ୍ସ ମଧ୍ୟ ଏହି ଫିଲ୍ମରେ ଅଛନ୍ତି। ଅନନ୍ୟାଙ୍କୁ ଅର୍ଜୁନ ବରେନ ସିଂଙ୍କ ଆଗାମୀ ଡ୍ରାମା ଚଳଚ୍ଚିତ୍ର ଖୋ ଗଏ ହମ କାହାଁରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ଆଦର୍ଶ ଗୌରବ ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ମଧ୍ୟ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.