ETV Bharat / entertainment

ବିବାହର 4ବର୍ଷ ପରେ ଦୀପିକା-ରଣଭୀରଙ୍କ ସମ୍ପର୍କରେ ଫାଟ ! ମୁହଁ ଖୋଲିଲେ ଅଭିନେତା

author img

By

Published : Sep 29, 2022, 3:56 PM IST

ବିବାହର ଚାରି ବର୍ଷ ପରେ ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ସମ୍ପର୍କକୁ ନେଇ ବିବାଦ ଦେଖାଦେଇଛି ବୋଲି ଚର୍ଚ୍ଚା ହେଉଥିଲା । ବର୍ତ୍ତମାନ ଅଭିନେତା ଖୋଦ୍‌ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ

ବିବାହର 4 ବର୍ଷ ପରେ ଦୀପିକା-ରଣଭୀରଙ୍କ ସମ୍ପର୍କରେ ଫାଟ ! ମୁହଁ ଖୋଲିଲେ ଅଭିନେତା
ବିବାହର 4 ବର୍ଷ ପରେ ଦୀପିକା-ରଣଭୀରଙ୍କ ସମ୍ପର୍କରେ ଫାଟ ! ମୁହଁ ଖୋଲିଲେ ଅଭିନେତା

ହାଇଦ୍ରାବାଦ: ବିବାହର 4 ବର୍ଷ ପରେ ଦୀପିକା ଏବଂ ରଣଭୀରଙ୍କ ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ । ଉଭୟଙ୍କ ମଧ୍ୟରେ ସବୁ ଠିକ୍ ଚାଲି ନାହିଁ ବୋଲି ଏକ ଟ୍ୱିଟ୍ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିିଥିଲା । ବଲିଉଡର ଦମଦାର ଦମ୍ପତି ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଯୋଡିକୁ ପ୍ରଶଂସକମାନେ ଖୁବ୍‌ ଭଲ ପାଆନ୍ତି । ଦୀର୍ଘ ଦିନ ଧରି ଦୁହେଁ ପରସ୍ପରକୁ ଡେଟ୍‌ କରିବା ପରେ 2018 ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ହେଲେ ବର୍ତ୍ତମାନ ଏହି ଦମ୍ପତି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି, ଯେଉଁ କାରଣରୁ ପ୍ରଶଂସକମାନେ ବି ଚିନ୍ତାରେ ପଡିଯାଇଛନ୍ତି । ତେବେ ଏହି ଗୁଜବ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବର୍ତ୍ତମାନ ଅଭିନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ନିକଟରେ ଏକ ସାକ୍ଷାତକାର ସମୟରେ ରଣଭୀର ସିଂ ଦୀପିକା ପାଦୁକୋନଙ୍କ ସହ ତାଙ୍କ ସମ୍ପର୍କକୁ ମୁହଁ ଖୋଲିଛନ୍ତି । ଯାହାକୁ ଶୁଣିବା ପରେ ପ୍ରଶଂସକମାନେ ବହୁତ ଖୁସି ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଟ୍ୱିଟ ପ୍ରଶଂସକଙ୍କ ଚିନ୍ତା ବଢାଇଦେଇଥିଲା, ଯାହା ରଣଭୀର ସିଂଙ୍କ ବୟାନ ପରେ ଦୂର ହୋଇଯାଇଛି। ବର୍ତ୍ତମାନ ରଣଭୀର ସିଂଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅଭିନେତା କହୁଛନ୍ତି ଯେ, 'ଟଚବୁଡ୍ ... ଆମେ ଦୁହେଁ 2012 ରେ ସାକ୍ଷାତ ହୋଇ ଡେଟିଂ ଆରମ୍ଭ କରିଥିଲୁ । ମୁଁ ଏବଂ ଦୀପିକା 10 ବର୍ଷ ଧରି ଏକାଠି ଅଛୁ ।'

ଦୀପିକାଙ୍କୁ ଭାଗ୍ୟବାନ ମନେ କରନ୍ତି ରଣଭୀର

ନିକଟରେ ରଣଭୀର ସିଂ ଫିଲ୍ମଫେୟାର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିବା ସମୟରେ କହିଥିଲେ, 'ମୋର ସଫଳତାର ରହସ୍ୟ ମୋର ପତ୍ନୀ ଏବଂ ମୁଁ ତାଙ୍କଠାରୁ କିଛି କରିବାକୁ ଶକ୍ତି ପାଏ । ଦମ୍ପତିଙ୍କ କେମେଷ୍ଟ୍ରିକୁ ପ୍ରଶଂସକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି । ରଣଭୀର ଏବଂ ଦୀପିକା 6 ବର୍ଷ ଡେଟିଂ କରିବା ପରେ 2018 ମସିହାରେ ବିବାହ କରିଥିଲେ ।

ଦୀପିକା ଏବଂ ରଣଭୀରଙ୍କ ଆଗାମୀ ଚଳଚ୍ଚିତ୍ର

ଦମ୍ପତିଙ୍କ କାମ ବିଷୟରେ କହିବାକୁ ଗଲେ, ଦୀପିକା ପାଦୁକୋନ ଫିଲ୍ମ 'ପଠାନ'ରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଏବଂ ହ୍ରିତିକ ରୋଶନଙ୍କ ସହ ' ଫାଇଟର୍' ଫିଲ୍ମରେ ନଜର ଆସିବେ । ଏହା ବ୍ୟତୀତ ଦୀପିକା ପ୍ରୋଜେକ୍ଟ K ଉପରେ ମଧ୍ୟ କାମ କରୁଛନ୍ତି । ରଣଭୀର ସିଂ ଖୁବ ଶୀଘ୍ର ରୋହିତ ଶେଟ୍ଟୀଙ୍କ ଫିଲ୍ମ 'ସର୍କସ'ରେ ନଜର ଆସିବେ ଏବଂ ସେ କରଣ ଜୋହରଙ୍କ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନି'ର ସୁଟିଂ ଶେଷ କରିସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.