ETV Bharat / entertainment

ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କ ସାକ୍ଷାତକାର ନେଲେ ପ୍ରିୟଙ୍କା ଚୋପ୍ରା

author img

By

Published : Oct 1, 2022, 2:30 PM IST

ପ୍ରିୟଙ୍କା ଚୋପ୍ରା ହ୍ବାଇଟ ହାଉସରେ ଡେମୋକ୍ରାଟିକ୍ ନ୍ୟାସନାଲ କମିଟି ଓ୍ବିମେନ୍ସ ଲିଡରସିପ ଫୋରମ (Democratic National Committee Women's Leadership)ରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ସାକ୍ଷାତକାର ନେଇଛନ୍ତି । ଅଧିକ ପଢନ୍ତୁ

ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ସାକ୍ଷାତକାର ନେଲେ ପ୍ରିୟଙ୍କା ଚୋପ୍ରା
ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ସାକ୍ଷାତକାର ନେଲେ ପ୍ରିୟଙ୍କା ଚୋପ୍ରା

ହାଇଦ୍ରାବାଦ: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଶୁକ୍ରବାର (ସେପ୍ଟେମ୍ବର 30) ହ୍ବାଇଟ ହାଉସରେ ଡେମୋକ୍ରାଟିକ୍ ନ୍ୟାସନାଲ କମିଟି ଓ୍ବିମେନ୍ସ ଲିଡରସିପ ଫୋରମରେ (Democratic National Committee Women's Leadership) ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ସାକ୍ଷାତକାର ନେଇଛନ୍ତି । ଆମେରିକାରେ ବେତନ ସମାନତା ଏବଂ ବନ୍ଧୁକ ଆଇନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରିୟଙ୍କା ଆମେରିକାର ଉପରାଷ୍ଟ୍ରପତିଙ୍କୁ ପ୍ରଶ୍ନ ପଚାରିଥିଲେ । ସୂଚନାଯୋଗ୍ୟ ଯେ, ପ୍ରିୟଙ୍କା ସ୍ୱାମୀ ନିକ ଜୋନାସ ଝିଅ ମାଲତି ମେରି ଚୋପ୍ରାଙ୍କ ସହ ଭ୍ରମଣରେ ଯାଇଛନ୍ତି ।

ଝିଅ ମାଲତିଙ୍କୁ ସମ୍ଭାଳିଲେ ନିକ୍‌
ଝିଅ ମାଲତିଙ୍କୁ ସମ୍ଭାଳିଲେ ନିକ୍‌

ପ୍ରିୟଙ୍କା ନେଲେ କମଲା ହାରିସ୍‌ଙ୍କ ସାକ୍ଷାତକାର

ସାକ୍ଷାତକାରରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ତାଙ୍କ କ୍ୟାରିୟର ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଥିଲେ । ପ୍ରିୟଙ୍କା କହିଛନ୍ତି ଯେ, ସେ ତାଙ୍କ 22 ବର୍ଷର କ୍ୟାରିୟରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ କୌଣସି ପୁରୁଷ ସହ-ଅଭିନେତାଙ୍କ (Male Co-Actor) ପରି ସମାନ ଫି ପାଇଛନ୍ତି ।

ପ୍ରିୟଙ୍କା ଚୋପ୍ରା ତାଙ୍କର କିଛି ଫଟୋ ଏଠାରୁ (ୱାଶିଂଟନ୍ ଡିସି) ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହିସହିତ ଅଭିନେତ୍ରୀ ୱାଶିଂଟନ୍ ସ୍ମାରକର ଏକ ଫଟୋ, ହ୍ବାଇଟ ହାଉସର ଝଲକ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ପ୍ରିୟଙ୍କା ଚୋପ୍ରା
ପ୍ରିୟଙ୍କା ଚୋପ୍ରା

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପ୍ରଶଂସା କଲେ ପ୍ରିୟଙ୍କା ଚୋପ୍ରା

ନିକଟରେ ସୁପ୍ରିମକୋର୍ଟ ଏହି ରାୟ ଦେଇଥିଲେ କି, ଅବିବାହିତ ମହିଳାଙ୍କର ମଧ୍ୟ ଗର୍ଭପାତ କରିବାର ସମାନ ଅଧିକାର ରହିବ। ଅର୍ଥାତ ଗର୍ଭପାତ ଆଇନ୍‌ରେ ବିବାହିତ ଓ ଅବିବାହିତ ସମସ୍ତେ ସମାନ ବୋଲି କହିଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ପ୍ରିୟଙ୍କା ପ୍ରଶଂସା କରିଛନ୍ତି । ପ୍ରିୟଙ୍କା ଚୋପ୍ରା ଇନଷ୍ଟାଗ୍ରାମର କାହାଣୀ ସେୟାର କରି ଲେଖିଛନ୍ତି, 'ଚୟନ କରିବାର ଅଧିକାର । ସମଗ୍ର ବିଶ୍ୱରେ ମହିଳାମାନଙ୍କ ପାଇଁ ଏହା ଏକମାତ୍ର ଉପାୟ ହେବା ଉଚିତ୍, ଏକ ପ୍ରଗତିଶୀଳ ପଦକ୍ଷେପ !!!

ଝିଅ ମାଲତିଙ୍କୁ ସମ୍ଭାଳିଲେ ନିକ୍‌

ସୋସିଆଲ ମିଡିଆ ଆକାଉଣ୍ଟରେ ନିକ୍‌ ଲାଡଲି ଝିଅ ମାଲତି ମେରି ଚୋପ୍ରା ଜୋନାସଙ୍କ ସହ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କୁ ସମ୍ଭାଳୁଥିବା ନଜର ଆସିଛନ୍ତି । ନିକ ତାଙ୍କ ପିକନିକରୁ ଦୁହିଁଙ୍କର ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'Daddy daughter adventures in NYC' ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.