ETV Bharat / entertainment

Pathaan Trailor Leaked: ହଟିଲା ସସ୍‌ପେନ୍ସ, ଜାଣନ୍ତୁ ଭାଇରାଲ ଭିଡିଓ ପଛର ସତ୍ୟତା

author img

By

Published : Jan 4, 2023, 5:48 PM IST

ପଠାନର ନିର୍ମାତା ଫିଲ୍ମର ଟ୍ରେଲର ରିଲିଜ୍ ତାରିଖ ଚୂଡାନ୍ତ କରିଛନ୍ତି । ସୋସିଆଲ ମିଡିଆରେ ଫିଲ୍ମର ପ୍ରମୋସନାଲ ଭିଡିଓରୁ ଏକ ଭିଡିଓ କ୍ଲିପ ଭାଇରାଲ ହେବା ପରେ ପଠାନର ଟ୍ରେଲର ରିଲିଜ ତାରିଖ ଏବଂ ଭିଡିଓ ପଛର ସତ୍ୟତା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ଫିଲ୍ମ ପଠାନ
ଫିଲ୍ମ ପଠାନ

ହାଇଦ୍ରାବାଦ: ଶାହରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ପଠାନ ରିଲିଜ ହେବା ପୂର୍ବରୁ ଚର୍ଚ୍ଚାର ଘେରରେ ରହିଛି । ଫିଲ୍ମର ‘ବେସରମ ରଙ୍ଗ’ ଗୀତ ରିଲିଜ ହେବା ଦିନଠାରୁ ଏହି ଫିଲ୍ମକୁ ନେଇ ଅନେକ ବାଦବିବାଦ ଲାଗି ରହିଛି। ‘ବେସରମ ରଙ୍ଗ’ ପରେ ଆଉ ଏକ ଗୀତ ‘ଝୁମ ଜୋ ପଠାନ’ ମୁକ୍ତିଲାଭ କରିଥିଲା । ପ୍ରଶଂସକମାନେ ଏହି ଗୀତକୁ ମଧ୍ୟ ଖୁବ୍‌ ପସନ୍ଦ କରିଥିଲେ । ତେବେ ଏତେ ବିବାଦ ପରେ ମଧ୍ୟ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମର ଟ୍ରେଲରକୁ ଅପେକ୍ଷା କରିଛନ୍ତି । ଏଭଳି ସ୍ଥିତିରେ ସୋସିଆଲ ମିଡିଆରେ ଶାହାରୁଖ ଖାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ପଠାନର ଟ୍ରେଲର ବୋଲି କୁହାଯାଉଛି । ତେବେ ଆସନ୍ତୁ ଜାଣିବା ଏହି ଭିଡିଓ ପଛରେ କ'ଣ ସତ୍ୟତା ରହିଛି।

ପ୍ରଶଂସକମାନେ ବଡ଼ ପରଦାରେ ଶାହରୁଖ ଖାନଙ୍କୁ ଦେଖିବାକୁ ଆଗ୍ରହୀ । ଏହି ଚଳଚ୍ଚିତ୍ର ମାଧ୍ୟମରେ ଶାହରୁଖ ଖାନ ୪ ବର୍ଷ ପରେ ବଡ ପରଦାରେ ଫେରିବାକୁ ଯାଉଛନ୍ତି । ଏଥି ସହିତ, ପଠାନଙ୍କ ପୋଷ୍ଟର ଏବଂ ଗୀତ ରିଲିଜ୍ ହେବା ପରେ ପ୍ରଶଂସକଙ୍କ ମଧ୍ୟରେ ଏହି ଚଳଚ୍ଚିତ୍ରକୁ ନେଇ ଗୁଜବ ଦ୍ୱିଗୁଣିତ ହୋଇଛି । ଏହି ସମୟରେ ଶାହାରୁଖ ଖାନଙ୍କ ଏକ ଆକ୍ସନ୍ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିପାଇଁ ଏହା ପଠାନ ଫିଲ୍ମର ଟ୍ରେଲର ବୋଲି ଦାବି କରାଯାଉଛି ।

  • " class="align-text-top noRightClick twitterSection" data="">

ଏହା ବି ପଢନ୍ତୁ: Pathaan Trailer Leaked: ବିବାଦ ଭିତରେ ଲିକ୍‌ ହେଲା ପଠାନ୍‌ର ଟ୍ରେଲର

ଏହି ଭିଡିଓରେ ଶାହରୁଖ ଖାନଙ୍କୁ ସମ୍ପୂର୍ଣ୍ଣ ଆକ୍ସନ୍ ମୋଡ୍‌ରେ ଦେଖିବାକୁ ମିଳିଛି ଏବଂ ସେ ଜୋରଦାର ଲଢୁଛନ୍ତି । କିନ୍ତୁ ବାସ୍ତବରେ ପଠାନର ଭିଡିଓ ଲିକ୍ ହୋଇନାହିଁ । ଅର୍ଥାତ ଏହି ଭିଡିଓ ପଠାନ ଫିଲ୍ମର ନୁହେଁ ବରଂ ଶାହାରୁଖ ଖାନଙ୍କର ଏକ ପୁରୁଣା ଭିଡିଓ ଅଟେ । ଏହି ଭିଡିଓଟି ଏକ କୋଲ୍ଡ ଡ୍ରିଙ୍କ୍ସ ବିଜ୍ଞାପନର । କେବଳ ଏତିକି ନୁହେଁ, Comment Section(ମନ୍ତବ୍ୟ ବିଭାଗ)ରେ ଶାହରୁଖ ଖାନଙ୍କ ଏହି ଭିଡିଓକୁ ପ୍ରଶଂସକମାନେ ମଧ୍ୟ ଡ୍ରିଙ୍କ୍ସ ବିଜ୍ଞାପନ ବୋଲି କହିଛନ୍ତି।

ଅନଲାଇନରେ ଲିକ୍ ହୋଇଛି 'ପଠାନ' ଟ୍ରେଲର- ରିଲିଜ ହେବା ପୂର୍ବରୁ ଶାହରୁଖ ଖାନଙ୍କ 'ପଠାନ' ଅନେକ ଚର୍ଚ୍ଚାରେ ଅଛି । ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପୋଷାକ ଏବଂ ଫିଲ୍ମର ଲଜ୍ଜାଜନକ ଗୀତରେ ଅଶ୍ଳୀଳତା ପ୍ରଚାର ଭଳି ଅଭିଯୋଗ ହେତୁ 'ପଠାନ'କୁ ନେଇ ଅନେକ ବିବାଦ ଲାଗି ରହିଛି । ଏଭଳି ସ୍ଥିତିରେ ଏବେ 'ପଠାନ'ର ଟ୍ରେଲରର ଅନଲାଇନ୍ ଲିକ୍ ଖବର ଏହି ଚଳଚ୍ଚିତ୍ରକୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏକ ଭିଡିଓ ତୀବ୍ରଗତିରେ ଭାଇରାଲ ହେବାରେ ଲାଗିିଥିଲା । ଯାହା 'ପଠାନ'ର ଟ୍ରେଲର ବୋଲି ଦାବି କରାଯାଉଥିଲା ।

ଏହା ବି ପଢନ୍ତୁ: KRKଙ୍କ ଦାବି: ବିଳମ୍ବ ହେବ ପଠାନ ରିଲିଜ, ହଟିବ ଦୀପିକାଙ୍କ ଗେରୁଆ ବିକିନି ସିନ୍‌

ପଠାନ ଫିଲ୍ମର ଟ୍ରେଲର ବିଷୟରେ କହିବାକୁ ଗଲେ, ଏହାର ଟ୍ରେଲର ଜାନୁଆରୀ 10ରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ଜାନୁଆରୀ 25ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ବିବାଦ ମଧ୍ୟରେ ଫିଲ୍ମଟି ଲୋକଙ୍କ ମଧ୍ୟରେ ବହୁତ ଗୁଜବ ସୃଷ୍ଟି କରୁଛି । ଏବେ ଦେଖିବାକୁ ବାକି ରହିଲା ଦର୍ଶକ ଏହି ଫିଲ୍ମକୁ କେତେ ପସନ୍ଦ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.