ETV Bharat / entertainment

ଦୀପିକାଙ୍କ ଲୁକ୍‌ରୁ ହଟୁନି ଶାହରୁଖଙ୍କ ନଜର, ଅଭିନେତ୍ରୀଙ୍କୁ କହିଲେ-ମୋଷ୍ଟ ଗ୍ଲାମରସ୍‌

author img

By

Published : Dec 10, 2022, 5:03 PM IST

ଫିଲ୍ମ ପଠାନର ପ୍ରଥମ ଗୀତ ବେଶରମ୍‌ ରଙ୍ଗ 12 ଡିସେମ୍ବରରେ ରିଲିଜ ହେବାକୁ ଯାଉଛି । ରିଲିଜ୍‌ ପୂର୍ବରୁ କିଙ୍ଗ ଖାନଙ୍କ ଦ୍ୱାରା ଆଉ ଏକ ନୂଆ ପୋଷ୍ଟର ରିଲିଜ ହୋଇଛି, ଯେଉଁଥିରେ ଦୀପିକା ପାଦୁକୋନ ଏକ ହଳଦିଆ ବିକିନିରେ ନଜର ଆସିଛନ୍ତି । ଅଧିକ ପଢନ୍ତୁ

ଦୀପିକାଙ୍କ ଲୁକ୍‌ରୁ ହଟୁନି ଶାହରୁଖଙ୍କ ନଜର, ଅଭିନେତ୍ରୀଙ୍କୁ କହିଲେ- ମୋଷ୍ଟ ଗ୍ଲାମରସ୍‌
ଦୀପିକାଙ୍କ ଲୁକ୍‌ରୁ ହଟୁନି ଶାହରୁଖଙ୍କ ନଜର, ଅଭିନେତ୍ରୀଙ୍କୁ କହିଲେ- ମୋଷ୍ଟ ଗ୍ଲାମରସ୍‌

ମୁମ୍ବାଇ: ଶାହରୁଖ ଖାନ (Shah Rukh Khan), ଦୀପିକା ପାଦୁକୋନ (Deepika Padukone) ଏବଂ ଜନ୍ ଅବ୍ରହାମ (John Abraham)ଙ୍କ ଅଭିନୀତ ଫିଲ୍ମ 'ପଠାନ' ଆସନ୍ତା ବର୍ଷ ଜାନୁଆରୀରେ ମୁକ୍ତିଲାଭ କରିବ। କିନ୍ତୁ ଏହି ଚଳଚ୍ଚିତ୍ରର ପ୍ରମୋସନ ଆରମ୍ଭ ହୋଇଯାଇଛି ଏବଂ ଫିଲ୍ମର ପ୍ରଥମ ଗୀତ 'ବେଶରମ୍‌ ରଙ୍ଗ' 12 ଡିସେମ୍ବରରେ ରିଲିଜ ହେବାକୁ ଯାଉଛି। ଫିଲ୍ମର ଗୀତ ରିଲିଜ୍ କରିବା ପୂର୍ବରୁ ଶାହାରୁଖ ସୋସିଆଲ ମିଡିଆରେ ଗୀତର ପୋଷ୍ଟର ସେୟାର କରିଛନ୍ତି। କିଙ୍ଗ ଖାନଙ୍କ ଦ୍ୱାରା ଆଉ ଏକ ନୂଆ ପୋଷ୍ଟର ରିଲିଜ ହୋଇଛି, ଯେଉଁଥିରେ ଦୀପିକା ପାଦୁକୋନ ଏକ ହଳଦିଆ ବିକିନିରେ ନଜର ଆସିଛନ୍ତି ।

ଶାହାରୁଖ ଶୁକ୍ରବାର ଏହି ଗୀତ ସହ ଜଡିତ ଏକ ପୋଷ୍ଟର ଜାରି କରିଥିଲେ । ଏଥିରେ ଦୀପିକାଙ୍କୁ ଏକ ସୁବର୍ଣ୍ଣ ରଙ୍ଗର ବିକିନିରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଶାହରୁଖ ଏହି ଗୀତର ଏକ ନୂଆ ପୋଷ୍ଟର ରିଲିଜ କରିଛନ୍ତି, ଯେଉଁଥିରେ ଦୀପିକା ପାଦୁକୋନ ଏକ ହଳଦିଆ ବିକିନିରେ ଦେଖିବାକୁ ମିଳିଛି । ଡିସେମ୍ବର 12 ରେ ସକାଳ 11 ଟାରେ 'ବେଶରମ୍‌ ରଙ୍ଗ' ମୁକ୍ତିଲାଭ କରିବ ।

ଏହା ବି ପଢନ୍ତୁ: ଆରପାରିରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କଣ୍ଠଶିଳ୍ପୀ ସୁଲୋଚନା ଚୌହାନ

ଦୀପିକାଙ୍କ ଏହି ଆକର୍ଷଣୀୟ ପୋଷ୍ଟର ସେୟାର କରିଥିବାବେଳେ ଶାହାରୁଖ ଦୀପିକାଙ୍କର ପ୍ରଶଂସା କରିଛନ୍ତି। ଶାହାରୁଖ ପୋଷ୍ଟର ସହିତ ଲେଖିଛନ୍ତି, 'Mirror mirror on the wall, she’s the most glamorous of them all!' ଶାହରୁଖ ଦୀପିକାଙ୍କ ଏହି ନୂଆ ପୋଷ୍ଟର ରିଲିଜ କରିବା ମାତ୍ରେ ଏହା ଇଣ୍ଟରନେଟରେ ଭାଇରାଲ ହୋଇଛି। ଦୀପିକାଙ୍କର ଏହି ଅନ୍ଦାଜ ଲୋକମାନଙ୍କୁ ଆକର୍ଷିତ କରୁଛି ଏବଂ ସମସ୍ତେ ଏହି ଗୀତକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.