ETV Bharat / entertainment

Disha Patani: ଏମଏସ ଧୋନୀକୁ ପୁରିଲା ୭ ବର୍ଷ, ସୁଶାନ୍ତଙ୍କୁ ମନେ ପକାଇ ଭାବ ବିହ୍ୱଳ ହେଲେ ଦିଶା

author img

By ETV Bharat Odisha Team

Published : Oct 1, 2023, 1:13 PM IST

ଏମଏସ ଧୋନୀକୁ ପୁରିଲା ୭ ବର୍ଷ । ଫିଲ୍ମଟି ସବୁବେଳେ ଖାସ ରହିବ ବୋଲି କହିଲେ ଅଭିନେତ୍ରୀ ଦିଶା ପଟାନୀ । ଅଧିକ ପଢନ୍ତୁ

Disha Patani
Disha Patani

ହାଇଦ୍ରାବାଦ: ନାହାନ୍ତି ଅଭିନେତା ହେଲେ ଆଜି ମଧ୍ୟ ସତେଜ ରହିଛି ସ୍ମୃତି । ବଲିଉଡ ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ଏମଏସ ଧୋନି ରିଲିଜକୁ ୭ ବର୍ଷ ପୁରିଛି । ୨୦୧୬ ମସିହାରେ ରିଲିଜ ହୋଇଥିବା ଏମଏସ ଧୋନୀ ଅନଟୋଲ୍ଡ ଷ୍ଟୋରୀକୁ ଏହାରି ଭିତରେ ୭ ବର୍ଷ ପୁରିଛି । ଏହି ଚଳଚ୍ଚିତ୍ରଟି ମହେନ୍ଦ୍ର ସିଂ ଧୋନିଙ୍କ ବାୟୋପିକ୍‌କୁ ନେଇ ତିଆରି ହୋଇଥିବା ବେଳେ ଏହି ଫିଲ୍ମ ଜରିଆରେ ବଲିଉଡରେ ପାଦ ଦେଇଥିଲେ ଦିଶା ପଟାନୀ । ଚଳଚ୍ଚିତ୍ରକୁ ୭ ବର୍ଷ ପୂର୍ତ୍ତିକୁ ନେଇ ସୋସିଆଲ ମିଡିଆରେ ସେ ନିଜ ଫିଲିଂ ସେୟାର କରିଛନ୍ତି ।

Disha Patani
Disha Patani

ଦର୍ଶକକୁ ଧନ୍ୟବାଦ ଜଣାଇଲେ ଦିଶା: ଏନେଇ ଦିଶା ପଟାନୀ ଫିଲ୍ମର ଏକ ଫଟୋକୁ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ରଖି ଲେଖିଛନ୍ତି, "ଏମଏସ ଧୋନୀ ଫିଲ୍ମ ରିଲିଜ ହେବାର 7 ବର୍ଷ ବିତିଗଲାଣି । ଏହି ଚଳଚ୍ଚିତ୍ରକୁ ବିପୁଳ ମାତ୍ରାରେ ସମର୍ଥନ କରିଥିବାରୁ ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞ । ମୋର ପ୍ରିୟଙ୍କାଙ୍କ ଚରିତ୍ର ପାଇଁ ଏତେ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ । କୁହାଯାଏ ପ୍ରଥମ କାମ ସର୍ବଦା ସ୍ବତନ୍ତ୍ର ହୋଇଥାଏ । ଏହା ଅନୁସାରେ, ଏହି ଚଳଚ୍ଚିତ୍ରଟି ମଧ୍ୟ ମୋ ପାଇଁ ସର୍ବଦା ସ୍ବତନ୍ତ୍ର ରହିବ । ଏହି ଫିଲ୍ମ ପାଇଁ ମୋ ହୃଦୟରେ ସ୍ବତନ୍ତ୍ର ସ୍ଥାନ ରହିଛି ।"

କହିରଖୁଛୁ କି, ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ସହ ଅଭିନୟ କରି ଏମଏସ ଧୋନୀ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଥିଲେ ଦିଶା ପଟାନୀ । ଫିଲ୍ମ ରିଲିଜ୍‌କୁ 7 ବର୍ଷ ପୂରଣ ହୋଇଥିବା ବେଳେ ସେ ନିଜ କୋ-ଷ୍ଟାର୍‌ ସୁଶାନ୍ତ ସିଂ ରାଜପୁତଙ୍କୁ ମଧ୍ୟ ମନେ ପକାଇଛନ୍ତି । ଏହା ବ୍ୟତୀତ ଦିଶା 'ମଲାଙ୍ଗ', 'ବାଗୀ ୨' ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଖୁବ୍ କମ୍ ସମୟ ମଧ୍ୟରେ ଅନେକ ସଫଳ ଚଳଚ୍ଚିତ୍ରରେ ଅଭିନୟ କରି ଦିଶା ପଟାନୀ ନିଜର ପରିଚୟ ସୃଷ୍ଟି କରିଛନ୍ତି । ସେ ଏହି ଫିଲ୍ମରୁ ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ସହ ନିଜର ଏକ ଫଟୋକୁ ଇନ୍‌ଷ୍ଟାରେ ସେୟାର କରିଥିଲେ । ଏହା ସହିତ ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, "ଏଠାରୁ ମୋର ଯାତ୍ରା 7 ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ସମସ୍ତଙ୍କ ପ୍ରେମ ଏବଂ ଭଲପାଇବା ପାଇଁ ମୁଁ କୃତଜ୍ଞ ।" ଚଳଚ୍ଚିତ୍ର ବ୍ୟତୀତ ଦିଶା ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ରୁହନ୍ତି । ସେ ପ୍ରାୟତଃ ନିଜର ଓ୍ବାର୍କ ଆଉଟ୍‌ ଭିଡିଓ ସେୟାର କରିଥାଆନ୍ତି ।

ଏହା ମଧ୍ୟ ପଢନ୍ତୁ: ପରଦାରେ ମାହିଙ୍କ ଜଲୱା, ପୁଣି ରିଲିଜ ହେବ ସୁଶାନ୍ତଙ୍କ ଅଭିନିତ ଏମଏସ ଧୋନୀ ଅନଟୋଲ୍ଡ ଷ୍ଟୋରୀ

ଦିଶାଙ୍କ ଆଗାମୀ ଚଳଚ୍ଚିତ୍ର: ମୋହିତ ସୂରୀଙ୍କ ଆକ୍ସନ୍ ଥ୍ରୀଲର 'ଏକ ଭିଲେନ୍ ରିଟର୍ନସ୍'ରେ ଦିଶାଙ୍କୁ ଶେଷ ଥର ପାଇଁ ଜନ୍ ଆବ୍ରାହମ୍ ଏବଂ ଅର୍ଜୁନ କପୁରଙ୍କ ସହ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ର 2022 ମସିହାରେ ମୁକ୍ତିଲାଭ କରିଥିଲା । ତେବେ ଉକ୍ତ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କର ମନ ଜିଣି ପାରିନଥିଲେ ଦିଶା । ତେବେ ବର୍ତ୍ତମାନ ସିଦ୍ଧାର୍ଥ ମାଲହୋତ୍ରା ଏବଂ ରାଶି ଖାନ୍ନାଙ୍କ ଅଭିନୀତ ଆକ୍ସନ୍ ଫିଲ୍ମ 'ଯୋଦ୍ଧା' ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା 15 ଡିସେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି । ଏହା ବ୍ୟତୀତ ସେ 'କଙ୍ଗୁବା' ନାମକ ଏକ ତାମିଲ ପିରିୟଡ୍‌ ଡ୍ରାମା ଚଳଚ୍ଚିତ୍ର ଏବଂ ଦ୍ୱିଭାଷୀ ସାଇନ୍ସ ଫିକ୍ସନ ଆକ୍ସନ୍ ଫିଲ୍ମ 'କଲ୍‌କି 2898 AD' ମଧ୍ୟ କରୁଛନ୍ତି । ଏହି ଚଳଚ୍ଚିତ୍ରରେ ପ୍ରଭାସ, କମଲ ହାସନ, ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନ ମଧ୍ୟ ଅଭିନୟ କରିବେ । ସୂଚନା ଅନୁସାରେ ଚଳଚ୍ଚିତ୍ରଟି ୨୦୨୪ରେ ରିଲିଜ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.