ETV Bharat / entertainment

Money Laundering Case: ଜ୍ୟାକଲିନଙ୍କ 7.27 କୋଟିର ସମ୍ପତ୍ତି ଜବତ କଲା ED

author img

By

Published : Apr 30, 2022, 3:48 PM IST

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଖରୁ 7.27 କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ।

ପୁଣି ଫସିଲେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ
ପୁଣି ଫସିଲେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ

ହାଇଦ୍ରାବାଦ: 200 କୋଟି ଟଙ୍କା ହେରଫେର ମାମଲାରେ ଅଭିଯୁକ୍ତ କନ୍ ମ୍ୟାନ ସୁକେଶ ଚନ୍ଦ୍ରଶେଖର ଏବଂ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବ୍ୟକ୍ତିଗତ ଫଟୋ ଭାଇରାଲ ହେବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏଥି ସହିତ ଜ୍ୟାକଲିନ, ଯିଏ କି ଅନେକ ଦିନ ଧରି ଲାଇମଲାଇଟ୍ ଠାରୁ କିଛି ଦୂରରେ ରହିଆସୁଥିଲେ । ତେବେ ଏହି ବିବାଦ ତାଙ୍କ ପିଛା ଛାଡିବାର ନାଁ ନେଉନି । ଏବେ ଏହି ମାମଲା ଏକ ନୂଆ ମୋଡ଼ ନେଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଖରୁ 7.27 କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଜବତ ସମ୍ପତ୍ତିରେ 7.12 କୋଟି ଟଙ୍କା ମୂଲ୍ୟର ଫିକ୍ସଡ ଡିପାଜିଟ୍‌ ଅନ୍ତର୍ଭୁକ୍ତ ରହିଛି ।

ଇଡି ଆକଳନ କରିଛି ଯେ, ସୁକେଶ ଚୋରି ଟଙ୍କା ବ୍ୟବହାର କରି ଜ୍ୟାକଲିନଙ୍କୁ 5.71 କୋଟି ଟଙ୍କା ଉପହାର ଦେଇଥିଲା। ଏହା ସହିତ ଜ୍ୟାକଲିନଙ୍କ ପରିବାର ସଦସ୍ୟଙ୍କୁ 173,000 ଆମେରିକୀୟ ଡଲାର ଏବଂ ପ୍ରାୟ 27,000 ଅଷ୍ଟ୍ରେଲୀୟ ଡଲାରର ଫଣ୍ଡ ବା ପାଣ୍ଠି ମଧ୍ୟ ଦିଆଯାଇଥିଲା। ଏହି ମାମଲାରେ ଇଡି ଜ୍ୟାକଲିନଙ୍କୁ ପ୍ରଶ୍ନ କରିସାରିଛି। ଉଲ୍ଲେଖନୀୟ ଯେ, ଜ୍ୟାକଲିନ୍ ଏବଂ ସୁରେଶଙ୍କ ସମ୍ପର୍କର ଖବରକୁ ଅସ୍ୱୀକାର କରିଥିଲେ ଜ୍ୟାକଲିନ୍ କିନ୍ତୁ ସୁକେଶ ତାଙ୍କ ସମ୍ପର୍କକୁ ଗ୍ରହଣ କରିଥିଲେ ।

ବର୍ତ୍ତମାନ, ସୁକେଶ ରାଜନେତା ଟିଟିଭି ଧିନାକରନଙ୍କ ସହ ଜଡିତ ଏକ 5 ବର୍ଷ ପୁରୁଣା ଠକେଇ ମାମଲାରେ ଜଡିତ ଅଛନ୍ତି। ଏହି ମାମଲାରେ ଇଡି ତାଙ୍କୁ ଏପ୍ରିଲ 4 ରେ ଗିରଫ କରିଥିଲା । ଏଥି ସହିତ, ଗତ ବର୍ଷ ସୁକେଶଙ୍କୁ ଗୃହ ବିଭାଗ ଏବଂ ଆଇନ ମନ୍ତ୍ରଣାଳୟର ଜଣେ ଅଧିକାରୀ ବୋଲି ଦର୍ଶାଇ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ 215 କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ଇଡି ଗିରଫ କରିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.