ETV Bharat / entertainment

ଜାଲ ପ୍ରମାଣ ପତ୍ର ଦାଖଲ ଅଭିଯୋଗ, ଧନୁଷଙ୍କୁ ହାଇକୋର୍ଟଙ୍କ ସମନ

author img

By

Published : May 4, 2022, 7:43 AM IST

ଅଡୁଆରେ ତାମିଲ ସୁପରଷ୍ଟାର ଧନୁଷ । ମାଡ୍ରାସ ହାଇକୋର୍ଟ ଧନୁଷଙ୍କୁ ସମନ ଜାରି କରିଛନ୍ତି ଯାହାକୁ ନେଇ ପୁଣି ଚର୍ଚ୍ଚାରେ ଏହି ଷ୍ଟାର । ଅଧିକ ପଢନ୍ତୁ

ଧନୁଷଙ୍କୁ ହାଇକୋର୍ଟ ସମନ
ଧନୁଷଙ୍କୁ ହାଇକୋର୍ଟ ସମନ

ଚେନ୍ନାଇ: ଅଡୁଆରେ ତାମିଲ ସୁପରଷ୍ଟାର ଧନୁଷ । କେତେବେଳ ପର୍ସନାଲ ତ ପୁଣି କେତେବେଳେ ପ୍ରଫେସନାଲ ଘଟଣାକୁ ଚର୍ଚ୍ଚାକୁ ଆସୁଛନ୍ତି ଏହି ଅଭିନେତା । ମାଡ୍ରାସ ହାଇକୋର୍ଟ ଧନୁଷଙ୍କୁ ସମନ ଜାରି କରିଛନ୍ତି ଯାହାକୁ ନେଇ ପୁଣି ଚର୍ଚ୍ଚାରେ ଏହି ଷ୍ଟାର । ଜାଲ ଜନ୍ମ ପ୍ରମାଣ ପତ୍ର ଦାଖଲ କରିବା ଅଭିଯୋଗରେ ମାଡ୍ରାସ ହାଇକୋର୍ଟଙ୍କ ପକ୍ଷରୁ ଧନୁଷଙ୍କୁ ସମନ ଜାରି କରାଯାଇଛି ।

କଣ ପୂରା ଘଟଣା...

ମାଡ୍ରାସର ଜଣେ ଦମ୍ପତି କଥିରେସନ ଓ ପତ୍ନୀ ମୀନାକ୍ଷୀ ଅଭିଯୋଗ କରିଛନ୍ତି ଯେ ସେମାନେ ହିଁ ଧନୁଷଙ୍କର ପ୍ରକୃତ ପିତାମାତା । ନିଜର ଅଭିଯୋଗରେ ଦମ୍ପତି ଦର୍ଶାଇଛନ୍ତି ଯେ ପିତାମାତଙ୍କ ବାବାଦରେ ଧନୁଷ ଜାଲ ପ୍ରମାଣପତ୍ର ଦାଖଲ କରିଛନ୍ତି । ସେ କହିଛନ୍ତି ଧନୁଷ ତାଙ୍କ ତୃତୀୟ ସନ୍ତାନ । ଅଭିନୟ ଜଗତରେ କାମ କରିବା ପାଇଁ ଘରୁ ଲୁଚି ପଳାଇ ଆସିଥିଲେ ।

ଧନୁଷ ଜନ୍ମଗତ ପ୍ରମାଣ ପତ୍ର କୋର୍ଟରେ ଦାଖଲ କରିବା ପରେ ସମସ୍ତ ଦସ୍ତାବିଜ ଜାଲ ବୋଲି କୋର୍ଟରେ ଦମ୍ପତି ଅଭିଯୋଗ କରିଥିଲେ । ଏହାକୁ ଧନୁଷ କୋର୍ଟରେ ଜାଲ ପ୍ରମାଣପତ୍ର ଦଖଲ କରିବା ନେଇ କୌଣସି ପ୍ରମାଣ ନଥିବା କହି 2020ରେ ଏହି ମାମଲାକୁ କୋର୍ଟ ଖାରଜ କରିଥିଲେ । ସଦ୍ୟ ରିପୋର୍ଟ ମୁତାବକ ଧନୁଷଙ୍କ ପ୍ରକୃତ ବାପା ବୋଲି ଦାବି କରୁଥିବା କାଥିସେରନ ମାଡ୍ରାସ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଉକ୍ତ ଦମ୍ପତି ଭରଣପୋଷଣ ବାବଦକୁ 65 ହଜାର ଟଙ୍କା ଦାବି କରିଛନ୍ତି । ସେପଟେ ଧନୁଷ ଏ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.