ETV Bharat / entertainment

କେବଳ ପରିଣୀତି ନୁହନ୍ତି,ଏମାନେ ବି ସାଜିଛନ୍ତି ରାଜନୈତିକ ପରିବାରର ବୋହୂ

author img

By

Published : May 13, 2023, 6:23 PM IST

ଅନେକ ବଲିଉଡ ତାରକା ରାଜନେତାଙ୍କ ପରିବାରର ବୋହୂ ହୋଇଛନ୍ତି । ନିକଟରେ ସ୍ବରା ଭାସ୍କର ରାଜନେତା ଫହାଦ ଅହମ୍ମଦଙ୍କୁ ବିବାହ କରିଥିବା ବେଳେ ଏବେ ପରିଣୀତି ଚୋପ୍ରା ରାଜନେତା ରାଘବ ଚଢାଙ୍କୁ ବିବାହ କରିବାକୁ ଯାଉଛନ୍ତି । ତେବେ ଜାଣନ୍ତୁ ବଲିଉଡ ତାରକାଙ୍କ ବିଷୟରେ, ଯିଏ ସାଜିଛନ୍ତି ରାଜନେତା ପରିବାରର ବୋହୂ ।

ପରିଣୀତି ନୁହେଁ ବରଂ ଅନେକ ବଲିଉଡ ତାରକା ରାଜନୀତିରେ ଜଡିତ ପରିବାରର ବୋହୂ ହୋଇଛନ୍ତି
ପରିଣୀତି ନୁହେଁ ବରଂ ଅନେକ ବଲିଉଡ ତାରକା ରାଜନୀତିରେ ଜଡିତ ପରିବାରର ବୋହୂ ହୋଇଛନ୍ତି

ହାଇଦ୍ରାବାଦ: ରାଜନୀତି ଓ ଫିଲ୍ମ ଦୁନିଆର ସମ୍ପର୍କ ନିବିଡ଼ । ଅନେକ ସମୟରେ ଦେଖାଯାଏ ଅନେକ କଳାକାର ରାଜନୀତି ସହ ଜଡିତ ହୋଇଯାଆନ୍ତି । ଜୟା ବଚ୍ଚନ, ହେମା ମାଲିନି, ସନ୍ନି ଦେଓଲ, କିରନ୍ ଖେର୍‌ ଏବଂ ଉର୍ମିଲା ମାଟୋଣ୍ଡକରଙ୍କ ପରି ଅନେକ ସେଲିବ୍ରିଟି ଦେଶର ସକ୍ରିୟ ରାଜନେତାଙ୍କ ଜୀବନସାଥି ପାଲଟିଛନ୍ତି । ସେହିପରି ରାଜନେତାଙ୍କ ପରିବାରର ବୋହୂ ହୋଇଛନ୍ତି ଅନେକ ବଲିଉଡ ତାରକା । ରାଜନେତାଙ୍କ ସହ ବିବାହର ଏହି ଲମ୍ବା ତାଲିକାରେ ଅଭିନେତ୍ରୀ ଜେନିଲିଆ ଡି’ସୁଜା, ଅଭିନେତ୍ରୀ ଆୟେଶା ଟାକିଆ, ଅଭିନେତ୍ରୀ ସ୍ବରା ଭାସ୍କର ଭଳି ଅନେକ ନାଁ ଯୋଡା ହୋଇଛି । ଏହି ତାଲିକାରେ ବର୍ତ୍ତମାନ ପରିଣୀତି ଚୋପ୍ରା ମଧ୍ୟ ସାମିଲ ହେବାକୁ ଯାଉଛନ୍ତି ।

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା AAP ସାଂସଦ ରାଘବ ଚଢାଙ୍କ ବିବାହ କରିବାକୁ ଯାଉଛନ୍ତି । ଆଜି ଏହି ଲଭ୍‌ବାର୍ଡଙ୍କ ନିର୍ବନ୍ଧ ହେବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଉଭୟଙ୍କ ଏହି ସମାରୋହରେ ଯୋଗ ଦେବାକୁ ଅତିଥିମାନେ ମଧ୍ୟ ପହଞ୍ଚି ସାରିଲେଣି । ଦିଲ୍ଲୀରେ ରାଘବଙ୍କ ଘର କପୁରଥଲା ହାଉସରେ ଉଭୟଙ୍କ ନିର୍ବନ୍ଧ ଉତ୍ସବ ଅନୁଷ୍ଠିତ ହୋଇଛି ।

ଅଭିନେତ୍ରୀ ସ୍ୱରା ଭାସ୍କର ମଧ୍ୟ ସମାଜବାଦୀ ପାର୍ଟି ନେତା ଫହାଦ ଅହମ୍ମଦଙ୍କୁ ବିବାହ କରିଛନ୍ତି । ଏହି ଦମ୍ପତି ପ୍ରଥମେ କୋର୍ଟରେ ବିବାହ କରିବା ପରେ ହିନ୍ଦୁ ଏବଂ ମୁସଲମାନ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ଏକ ଆନ୍ଦୋଳନ ସମୟରେ ସ୍ୱରା ଏବଂ ଫହାଦଙ୍କର ସାକ୍ଷାତ ହୋଇଥିଲା । ଏହାପରେ, ସେମାନେ ପରସ୍ପରକୁ ଡେଟିଂ କରିବା ଆରମ୍ଭ କରିଥିଲେ । ତାପରେ ଜାନୁଆରୀ 6ରେ ଏହି ଦମ୍ପତି କୋର୍ଟରେ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ତେବେ ଏହି ଦମ୍ପତିଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଅଧିକ ଟ୍ରୋଲ ମଧ୍ୟ କରାଯାଇଥିଲା। ପରେ ଉଭୟ ପାରମ୍ପରିକ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ ଏବଂ ଗ୍ରାଣ୍ତ୍‌ ରିସେପ୍‌ସନ ପାର୍ଟିର ଆୟୋଜନ କରିଥିଲେ । ଏବେ ଏହି ଦମ୍ପତି ବେଶ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

ସେପଟେ ଟାର୍ଜନ୍ ଦ ୱାଣ୍ଡର୍ କାର୍ ସହ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଆୟେଶା ଟାକିଆ ମଧ୍ୟ ଜଣେ ରାଜନେତାଙ୍କ ପୁଅକୁ ବିବାହ କରିଛନ୍ତି । ସମାଜବାଦି ପାର୍ଟି ନେତା ଅବୁ ଆଜମୀଙ୍କ ପୁଅ ଫରହାନ ଆଜମୀଙ୍କ ସହ ଆୟେଶାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟ 2009ରେ ବିବାହ କରିଥିଲେ ଏବଂ ବର୍ତ୍ତମାନ ଦମ୍ପତିଙ୍କ ପୁଇ ମିକାଲି ସହ ଖୁସିରେ ଜୀବନ ବିତାଉଛନ୍ତି ।

ଅନ୍ୟ ଏକ ଲୋକପ୍ରିୟ ଦମ୍ପତି ହେଉଛନ୍ତି ରିତେଶ ଦେଶମୁଖ ଏବଂ ଜେନିଲିଆ ଡି’ସୁଜା । ଜେନେଲିଆ ଡି’ସୁଜା ମଧ୍ୟ ମହାରାଷ୍ଟ୍ରର 14 ତମ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ଭାରତୀୟ ରାଜନେତା ବିଲାସ୍‌ ରାଓ ଦେଶମୁଖଙ୍କ ପୁଅ ରିତେଶ ଦେଶମୁଖଙ୍କୁ ବିବାହ କରିଛନ୍ତି। ଦୁହେଁ 2003ରେ 'ତୁଝେ ମେରୀ କସମ'ର ସେଟ୍‌ରେ ପ୍ରଥମେ ଭେଟିଥିଲେ । ଏହି ଫିଲ୍ମ ସହ ଦୁହେଁ ଏକାଠି ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ଏହି ଫିଲ୍ମରୁ ହିଁ ସେମାନଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ଏହି ଦମ୍ପତି 2012ରେ ଏକ ଗ୍ରାଣ୍ଡ୍‌ ସମାରୋହରେ ବିବାହ କରିଥିଲେ । ଉଭୟ ବର୍ତ୍ତମାନ 2ପୁଅଙ୍କ ସହ ଖୁସିରେ ବୈବାହିକ ଜୀବନକୁ ଅତିବାହିତ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.