ETV Bharat / entertainment

'ଖୋ ଗୟେ ହମ କାହାଁ'ର ଆସିଲା ପୋଷ୍ଟର, ଏହି ଦିନ ରିଲିଜ ହେବ ଟ୍ରେଲର

author img

By ETV Bharat Odisha Team

Published : Dec 7, 2023, 5:19 PM IST

Kho Gaye Hum Kahan: ଓଟିଟିରେ ଧମାକା କରିବାକୁ ଯାଉଛନ୍ତି ଅନନ୍ୟା ପାଣ୍ଡେ । ଆଜି ଫିଲ୍ମର ନୂଆ ପୋଷ୍ଟର ରିଲିଜ ହୋଇଥିବା ବେଳେ ଟ୍ରେଲର ରିଲିଜ ତାରିଖ ବି ଘୋଷଣା ହୋଇଛି । ଅଧିକ ପଢନ୍ତୁ

ଅନନ୍ୟା ପାଣ୍ଡେଙ୍କ ଫିଲ୍ମ 'ଖୋ ଗୟେ ହମ କାହାଁ' ପୋଷ୍ଟର ଆଉଟ୍, ଏହି ଦିନ ରିଲିଜ ହେବ ଟ୍ରେଲର
ଅନନ୍ୟା ପାଣ୍ଡେଙ୍କ ଫିଲ୍ମ 'ଖୋ ଗୟେ ହମ କାହାଁ' ପୋଷ୍ଟର ଆଉଟ୍, ଏହି ଦିନ ରିଲିଜ ହେବ ଟ୍ରେଲର

ହାଇଦ୍ରାବାଦ: ଡ୍ରିମ୍ ଗାର୍ଲ ୨ ପରେ ବର୍ତ୍ତମାନ ଅନନ୍ୟା ପାଣ୍ଡେ ତାଙ୍କର ଆଗାମୀ ୱେବ୍ ଚଳଚ୍ଚିତ୍ର 'ଖୋ ଗୟେ ହମ କାହାଁ' ରିଲିଜ୍ ପାଇଁ ପ୍ରସ୍ତୁତି କରୁଛନ୍ତି । ଟିମ୍ କିଛି ଦିନ ପୂର୍ବରୁ ଫିଲ୍ମର ପ୍ରମୋସନ ଆରମ୍ଭ କରିଥିବାବେଳେ ଫିଲ୍ମକୁ ନେଇ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଏହାରି ମଧ୍ୟରେ ନିର୍ମାତା ଅନନ୍ୟା ପାଣ୍ଡେଙ୍କର ଏକ ନୂଆ ଲୁକ୍ ପୋଷ୍ଟର ରିଲିଜ୍ କରି ଟ୍ରେଲର ରିଲିଜ ତାରିଖ ଘୋଷଣା କରିଛନ୍ତି ।

'ଖୋ ଗୟେ ହମ କାହାଁ'ରୁ ଅନନ୍ୟା ପାଣ୍ଡେଙ୍କ ନୂଆ ଲୁକ ପୋଷ୍ଟର ରିଲିଜ ହୋଇଛି । ସେ ଏକ ଦର୍ପଣ ଆଗରେ ସେଲଫି ନେଉଥିବା ଦେଖିବାକୁ ମିଳିଛି । ତେବେ ଏହି ଚଳଚ୍ଚିତ୍ରରେ ତାଙ୍କ ଚରିତ୍ରର ନାମ ଅହାନା । ଅନନ୍ୟାଙ୍କ ଏହି ପୋଷ୍ଟର ସହ ଚଳଚ୍ଚିତ୍ର ନିର୍ମାତାମାନେ ଫିଲ୍ମର ଟ୍ରେଲର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଏହାର ଟ୍ରେଲର ତିନି ଦିନ ପରେ ଅର୍ଥାତ୍ ଡିସେମ୍ବର ୧୦ରେ ମୁକ୍ତିଲାଭ କରିବ । ପୋଷ୍ଟ ସେୟାର କରି ନେଟଫ୍ଲିକ୍ସ ଲେଖିଛି, "ଆମେ ସରଳ ଲୋକ- ଆମେ ଅହାନାଙ୍କୁ ଏକ ଛବିରେ ଦେଖୁ, ଆମକୁ ଏହା ଭଲ ଲାଗେ । ତାଙ୍କ ଯାତ୍ରା ଅନୁସରଣ କରିବାକୁ ପ୍ରସ୍ତୁତ ହୁଅନ୍ତୁ । 'ଖୋ ଗୟେ ହମ କାହାଁ'ର ଟ୍ରେଲର ୩ ଦିନ ମଧ୍ୟରେ ମୁକ୍ତିଲାଭ କରିବ ।"

କିଛି ଦିନ ପୂର୍ବରୁ, ପ୍ରମୋସନ କରିବା ପାଇଁ ଫିଲ୍ମର କାଷ୍ଟ NH7 ୱିକେଣ୍ଡର 2023ରେ ସାମିଲ ହୋଇ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ସେମାନେ ଫିଲ୍ମର ଏକ ଗୀତରେ ପରଫରମାନ୍ସ ବି ଦେଇଥିଲେ । ଏହି ଚଳଚ୍ଚିତ୍ରର ଟାଇଟଲ୍ 'ଖୋ ଗୟେ ହମ କାହାଁ' 2016 ଚଳଚ୍ଚିତ୍ର 'ବାର ବାର ଦେଖୋ' ଏକ ଗୀତ ଉପରେ ଆଧାରିତ, ଯେଉଁଥିରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କ୍ୟାଟ୍ରିନା କୈଫ ଅଭିନୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ମାଳଦ୍ବୀପରେ ଛୁଟି କାଟୁଛନ୍ତି ଅନନ୍ୟା, ଆଦିତ୍ୟ ରୟ କପୁରଙ୍କ ସହ ପାଳିଲେ ଜନ୍ମଦିନ

ଅର୍ଜୁନ ବାରେନ୍ ସିଂଙ୍କ ନିର୍ଦ୍ଦେଶନାରେ ଡେବ୍ୟୁ ହେଉଛି ତିନିଜଣ ସାଙ୍ଗଙ୍କ କାହାଣୀକୁ ଏହି ଫିଲ୍ମରେ ସୁନ୍ଦର ଭାବେ ଦର୍ଶାଯାଇଛି । ସ୍କ୍ରିପ୍ଟରେ ଅର୍ଜୁନ ବାରେନ୍ ସିଂ, ଜୋୟା ଅଖତର ଏବଂ ରେମା କାଗି ସହଯୋଗ କରିଛନ୍ତି । ଏହି ଫିଲ୍ମ ଡିସେମ୍ବର 26 ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ଅନନ୍ୟା ଏବଂ ସିଦ୍ଧାର୍ଥଙ୍କ ବ୍ୟତୀତ ଆଦର୍ଶ ଗୌରବ ବି ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.