ETV Bharat / entertainment

KBC 15: କେବିସି ସେଟରେ ସାଉଥ ଇଣ୍ଡିଆନ ଲୁକରେ ବିଗ ବି, ପ୍ରଶଂସା କଲେ ଫ୍ୟାନ୍ସ

author img

By ETV Bharat Odisha Team

Published : Sep 20, 2023, 1:19 PM IST

କେବିସି 15ର ସେଟରେ ସାଉଥ ଇଣ୍ଡିଆନ ଲୁକ୍‌ରେ ନଜର ଆସିଲେ ଅମିତାଭ ବଚ୍ଚନ । ସୋସିଆଲ ମିଡିଆରେ ବିଗ୍‌ ବି ଏହି ଫଟୋ ସେୟାର କରି ମଜାଳିଆ କ୍ୟାପସନ ଲେଖିଥିବା ବେଳେ ଏହି ଫଟୋ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

କେବିସି ସେଟରେ ସାଉଥ ଇଣ୍ଡିଆନ ଲୁକରେ ନଜର ଆସିଲେ ବିଗ ବି, ଫ୍ୟାନ୍ସ କଲେ ପ୍ରଶଂସା
କେବିସି ସେଟରେ ସାଉଥ ଇଣ୍ଡିଆନ ଲୁକରେ ନଜର ଆସିଲେ ବିଗ ବି, ଫ୍ୟାନ୍ସ କଲେ ପ୍ରଶଂସା

ହାଇଦ୍ରାବାଦ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ବର୍ତ୍ତମାନ ତାଙ୍କର ଲୋକପ୍ରିୟ କୁଇଜ୍ ଶୋ' କୌନ ବାନେଗା କରୋଡପତିର ସିଜନ 15 ପାଇଁ ଚର୍ଚ୍ଚାରେ ରହିଛନ୍ତି । ଶୋ’ରେ ବିଗ୍ ବି ନିଜେ ପ୍ରତିଯୋଗୀମାନଙ୍କ ସହ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ରହସ୍ୟ ସେୟାର କରିଥାନ୍ତି। ନିକଟରେ କେବିସି 15ର ଏପିସୋଡ୍ 26ରେ ଅମିତାଭ ବଚ୍ଚନ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଏବଂ ଏଥିରୁ ପାଇଥିବା ଦରମାକୁ ନେଇ ଏକ ଷ୍ଟୋରୀ ସେୟାର କରିଥିଲେ । ଏହାରି ମଧ୍ୟରେ ଅମିତାଭ ବଚ୍ଚନ ସେଟ୍‌ରେ ସାଉଥ ଇଣ୍ଡିଆନ ଲୁକ୍‌ରେ ନଜର ଆସିଛନ୍ତି । ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

  • T 4775 - कौन कहता है कि 'मुंडू ', यानी वेष्टि पहन कर दौड़ा नहीं जाता !!!! pic.twitter.com/h2aeNP6QKD

    — Amitabh Bachchan (@SrBachchan) September 19, 2023 " class="align-text-top noRightClick twitterSection" data=" ">

ବିଗ୍ ବି ଇନ୍‌ଷ୍ଟାଗ୍ରାମରେ ଏବଂ ତାଙ୍କ ଏକ୍ସ(ପୂର୍ବରୁ ଟ୍ବିଟର) ପୋଷ୍ଟରେ ସାଉଥ୍ ଲୁକର ଫଟୋ ସେୟାର କରିଛନ୍ତି ଏବଂ କ୍ୟାପ୍‌ସନରେ ଲେଖିଛନ୍ତି, କିଏ କୁହନ୍ତି ଯେ ଲୁଙ୍ଗି ପିନ୍ଧି ଦୌଡ଼ି ପାରିବେ ନାହିଁ । ଆଉ ଏକ ପୋଷ୍ଟ ସେୟାର କରି ଅମିତାଭ ଲେଖିଛନ୍ତି, 'ପାରମ୍ପରିକ ବିବିଧତା, ସାଂସ୍କୃତିକ, ଐତିହ୍ୟ, ଭାରତୀୟ ପୋଷାକ ଏହା ହେଉଛି ଭାରତର ଗର୍ବ । ଫଟୋରେ ସେ ହ୍ବାଇଟ ଧୋତି, ହ୍ବାଇଟ୍‌ ସାର୍ଟରେ ନଜର ଆସିଛନ୍ତି । ଏହି ଫଟୋ ସେୟାର ହେବା ମାତ୍ରେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

  • T 4774 - वेष्टि, धारण कर के KBC के मंच पर ! 🙏

    'पारंपरिक विविधिता, सांस्कृतिक विरासत , भारतीय परिधान' , 🙏 ये है भारत का गर्व 🚩🇮🇳 pic.twitter.com/mOCC8XLlFv

    — Amitabh Bachchan (@SrBachchan) September 19, 2023 " class="align-text-top noRightClick twitterSection" data=" ">

ଫ୍ୟାନ୍ସ ବିଗ୍‌ ବି'ଙ୍କ ଲୁକ୍‌କୁ ପ୍ରଶଂସା କରିଛନ୍ତି । ପ୍ରତିକ୍ରିୟାରେ ଜଣେ ଫ୍ୟାନ୍ସ ଲେଖିଛନ୍ତି, ପାରମ୍ପରିକ ଲୁକ୍‌ରେ ଆପଣ ବହୁତ କ୍ୟୁଟ୍ ଲାଗୁଛନ୍ତି । ଆଉ ଜଣେ ଲେଖିଛନ୍ତି, ଆପଣ ତ ଏବେ ବି ଯୁବକ ଅଛନ୍ତି । ଆଉ ଜଣେ ଫ୍ୟାନ୍ସ ଅମିତାଭଙ୍କ ଏକ ବିଜ୍ଞାପନର ଫଟୋ ସେୟାର କରି ଲେଖିଛନ୍ତି, ସାର୍‌, ଲୁଙ୍ଗି ପିନ୍ଧି କେବଳ ଦୌଡ଼ ନୁହଁ ଡ୍ୟାନ୍ସ ବି କରାଯାଇପାରୁଛି । ଆଉ ଜଣେ ଲେଖିଛନ୍ତି, ଦାଦୁ, ଆପଣ କେବେ ବି ବୁଢା ହେବେ ନାହିଁ ।

ଏହା ମଧ୍ୟ ପଢନ୍ତୁ: ‘ଇଣ୍ଡିଆ’ ନାଁ ପରିବର୍ତ୍ତନ ଚର୍ଚ୍ଚା; ବିଗ ବିଙ୍କ ଟ୍ବିଟ୍, କହିଲେ ‘ଭାରତ ମାତା କି ଜୟ’

ସୂଚନା ଥାଉ କି, କେବିସି 15ର ଏପିସୋଡ୍ 26ରେ ଅମିତାଭ ବଚ୍ଚନ କହିଥିଲେ ଯେ ଖ୍ୱାଜା ଅହମ୍ମଦ ଆବ୍ବାସଙ୍କ ନିର୍ଦ୍ଦେଶନାରେ ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର 'ସାତ ହିନ୍ଦୁସ୍ତାନୀ'ର ଦରମା ତାଙ୍କ ପିତାମାତାଙ୍କୁ ଦେବାକୁ ଚାହୁଁଥିଲେ ଏବଂ ତାଙ୍କ ପିତାମାତାଙ୍କ ସମସ୍ତ ଦାୟିତ୍ବ ନେବାକୁ ଚାହୁଁଥିଲେ ଏବଂ ନିଜ ସାଙ୍ଗରେ ତାଙ୍କ ପିତାମାତାଙ୍କୁ ରଖିବାକୁ ଚାହୁଁଥିଲେ । ହଟ୍‌ ସିଟ୍‌ରେ ବସିଥିବା ପ୍ରତିଯୋଗୀ ବିବେକ ତାଙ୍କୁ ପଚାରିବାରୁ ବିଗ୍ ବି ଏହି ଖୁଲାସା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.