ETV Bharat / entertainment

ସାରା ଅଲି ଖାନଙ୍କ ଦିୱାଲୀ ପାର୍ଟିରେ କାର୍ତ୍ତିକ ଆର୍ଯ୍ୟନ, ରୁମର କପଲ ଆଦିତ୍ୟ-ଅନନ୍ୟା ମଧ୍ୟ ଆସିଲେ ନଜର

author img

By ETV Bharat Odisha Team

Published : Nov 10, 2023, 1:12 PM IST

ପୂର୍ବତନ ପ୍ରେମିକ କାର୍ତ୍ତିକ ଆର୍ଯ୍ୟନଙ୍କୁ ସାରା ଅଲି ଖାନଙ୍କ ଦିୱାଲୀ ପାର୍ଟୀରେ ଦେଖିବାକୁ ମିଳିଛି । ଏହାସହ ଏହି ପାର୍ଟିରେ ରୁମର କପଲ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ ମଧ୍ୟ ନଜର ଆସିଛନ୍ତି । ଅଧିକ ପଢନ୍ତୁ

ସାରା ଅଲି ଖାନଙ୍କ ଦିୱାଲୀ ପାର୍ଟିରେ ସାମିଲ ହେଲେ କାର୍ତ୍ତିକ ଆର୍ଯ୍ୟନ, ରୁମର କପଲ ଆଦିତ୍ୟ-ଅନନ୍ୟା ମଧ୍ୟ ଆସିଲେ ନଜର
ସାରା ଅଲି ଖାନଙ୍କ ଦିୱାଲୀ ପାର୍ଟିରେ ସାମିଲ ହେଲେ କାର୍ତ୍ତିକ ଆର୍ଯ୍ୟନ, ରୁମର କପଲ ଆଦିତ୍ୟ-ଅନନ୍ୟା ମଧ୍ୟ ଆସିଲେ ନଜରt

ହାଇଦ୍ରାବାଦ: ଆଜିକାଲି ବି-ଟାଉନରେ ଦିୱାଲୀ ମହୋତ୍ସବକୁ ଧୁମଧାମରେ ପାଳନ କରୁଛନ୍ତି ସେଲିବ୍ରିଟି । କିଛି ଦିନ ପୂର୍ବରୁ ବି-ଟାଉନରେ ପ୍ରଥମ ଥର ପାଇଁ ଫ୍ୟାଶନ ଡିଜାଇନର୍ ମନୀଷ ମଲହୋତ୍ରା ବଲିଉଡ ତାରକାମାନଙ୍କ ପାଇଁ ଏକ ଗ୍ରାଣ୍ଡ ଦିୱାଲୀ ପାର୍ଟିର ଆୟୋଜନ କରିଥିଲେ । ଏହା ପରେ ଚଳଚ୍ଚିତ୍ର ନିର୍ମାତା ରମେଶ ଗୁରନାନୀ, ଆଉ ଏବେ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଦିୱାଲୀ ପାର୍ଟିର ଆୟୋଜନ କରିଛନ୍ତି । ଏହି ପାର୍ଟୀରେ ସାରାଙ୍କ ପୂର୍ବତନ ପ୍ରେମିକ କାର୍ତ୍ତିକ ଆର୍ଯ୍ୟନଙ୍କୁ ବି ଦେଖିବାକୁ ମିଳିଛି । ରୁମର କପଲ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ ମଧ୍ୟ ପାର୍ଟିରେ ନଜର ଆସିଛନ୍ତି ।

ନଭେମ୍ବର 9, ଗୁରୁବାର ଦିନ ସାରା ଅଲି ଖାନଙ୍କ ଘରେ ବଲିଉଡ ତାରକାମାନଙ୍କ ମେଳି ଦେଖିବାକୁ ମିଳିଥିଲା । ଯାହାର ଫଟୋ ଏବେ ସାମ୍ନାକୁ ଆସିଛି । ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସାରା ଅଲି ଖାନଙ୍କ ଦିୱାଲୀ ପାର୍ଟିର ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋରେ ମନୀଷ ସାରା ଏବଂ ଅନନ୍ୟା ପାଣ୍ଡେଙ୍କ ସହ ସେଲ୍‌ଫି ନେଉଥିବାର ନଜର ଆସିଛନ୍ତି । ସେହିପରି ନିଦ୍ଧି ଦତ୍ତା ମଧ୍ୟ ଏହି ପାର୍ଟିର ଅନେକ ଫଟୋ ସେୟାର କରିଛନ୍ତି । ସେପଟେ କାର୍ତ୍ତିକ ଆର୍ଯ୍ୟନଙ୍କୁ ମଧ୍ୟ ସାରା ଘର ବାହାରେ ସ୍ପଟ୍‌ କରାଯାଇଛି । ତେବେ ଏହି ପାର୍ଟିର ସମସ୍ତ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ଥାଉ କି, ସାରା ଅଲି ଖାନ କାର୍ତ୍ତିକ ଆର୍ଯ୍ୟନ ପରସ୍ପରକୁ ଡେଟ୍‌ କରୁଥିଲେ । ଏହି କପଲଙ୍କୁ ପ୍ରଥମ ଥର ପାଇଁ ଲଭ୍ ଆଜ୍ କଲ୍ 2ରେ ଦେଖିବାକୁ ମିଳିଥିଲା ​ । ଏହି ସମୟ ମଧ୍ୟରେ ଦୁହେଁ ପରସ୍ପରକୁ ଡେଟ୍‌ କରିଥିଲେ, କିନ୍ତୁ ଫିଲ୍ମ ରିଲିଜ ହେଲା ବେଳକୁ ଉଭୟ ଅଲଗା ହୋଇଗଲେ । ପରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ସେପଟେ ନିକଟରେ କରଣଙ୍କ ଚାଟ ଶୋ' କଫି ୱିଥ୍ କରଣ ସିଜନ ୮ରେ ସାରା ପ୍ରଥମ ଥର ପାଇଁ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ତାଙ୍କ ବ୍ରେକଅପ୍‌ ଏବଂ ବ୍ରେକଅପ ପରେ ବନ୍ଧୁତା ନେଇ ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ, ଏସବୁ ମୋ ପାଇଁ ସହଜ ନଥିଲା ।

ଏହା ମଧ୍ୟ ପଢନ୍ତୁ: କାର୍ତ୍ତିକଙ୍କ ସହ ବ୍ରେକଅପ୍‌ ନେଇ ସାରାଙ୍କ ପ୍ରତିକ୍ରିୟା, କହିଲେ 'ଏହା ସହଜ ନଥିଲା'

ସେପଟେ ଏହି ଶୋ'ରେ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେଙ୍କ ଡେଟିଂ ଖବରକୁ ମଧ୍ୟ ନିଶ୍ଚିତ କରିଥିଲେ ସାରା । ଏହି ସମୟରେ କରଣ ସାରାଙ୍କୁ ପଚାରନ୍ତି, 'ଅନନ୍ୟାଙ୍କର ଏପରି ଗୋଟିଏ ଜିନିଷ ଅଛି ଏବଂ ଯାହା ତୁମ ପାଖରେ ନାହିଁ।' ଏହା ଉପରେ ସାରା କୁହନ୍ତି, 'ଦ ନାଇଟ୍ ମ୍ୟାନେଜର' । ଏହା ପରେ ଅନନ୍ୟା ସ୍ମାଇଲ କରୁଥିବା ନଜର ଆସନ୍ତି । ସୂଚନା ଥାଉ କି, ଦ ନାଇଟ୍ ମ୍ୟାନେଜରରେ ଆଦିତ୍ୟ ରୟ କପୁରଙ୍କୁ ଦେଖିବାକୁ ମିଳିଥିଲା । ଆଦିତ୍ୟ ରୟ କପୁର, ଅନନ୍ୟା ପରସ୍ପରକୁ ଡେଟ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଉଭୟଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.