ETV Bharat / entertainment

Koffee With Karan 8: କାର୍ତ୍ତିକଙ୍କ ସହ ବ୍ରେକଅପ୍‌ ନେଇ ସାରାଙ୍କ ପ୍ରତିକ୍ରିୟା, କହିଲେ 'ଏହା ସହଜ ନଥିଲା'

author img

By ETV Bharat Odisha Team

Published : Nov 9, 2023, 11:11 AM IST

କଫି ୱିଥ୍ କରଣ ସିଜନ ୮ରେ ଲାଟେଷ୍ଟ୍‌ ଏପିସୋଡ୍‌ରେ ସାରା ଅଲି ଖାନ ଏବଂ ଅନନ୍ୟା ପାଣ୍ଡେ ଏକାଠି ନଜର ଆସିଛନ୍ତି । ଏହି ସମୟରେ ସାରା ପ୍ରଥମ ଥର ପାଇଁ କାର୍ତ୍ତିକଙ୍କ ସହ ବ୍ରେକଅପ୍ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: କଫି ୱିଥ୍ କରଣ ଶୋ' ର ଅଷ୍ଟମ ସିଜିନର ଏପିସୋଡ୍-3ରେ ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ୍ ଏବଂ ଅନନ୍ୟା ପାଣ୍ଡେ ଯୋଗ ଦେଇଛନ୍ତି । ଏହି ସମୟରେ ସାରା ନିଜ ରୁମର ବୟଫ୍ରେଣ୍ଡଙ୍କ ସହ ଡେଟିଂ ଖବର ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଭାରତୀୟ ଷ୍ଟାର କ୍ରିକେଟର ଶୁଭମନ ଗିଲ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ତାଙ୍କ ଡେଟିଂ ଖବର ଉପରେ ମୁହଁ ଖୋଲିଛନ୍ତି । ଶୁଭମନ ଗିଲଙ୍କ ନାଁ ଯେଉଁ ସାରା ସହ ଯୋଡ଼ା ଯାଉଛି ସେହି ସାରା ନୁହଁ କହିଥିବା ବେଳେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ତାଙ୍କ ବ୍ରେକଅପ୍‌ ଏବଂ ବ୍ରେକଅପ ପରେ ବନ୍ଧୁତା ନେଇ ପ୍ରତିକ୍ରିୟା ଦେଇଛନ୍ତି ସାରା । ସେ କହିଛନ୍ତି, ଏସବୁ ମୋ ପାଇଁ ସହଜ ନଥିଲା ।

କରଣ ଜୋହରଙ୍କ ପ୍ରଶ୍ନରେ ସେ ଡେଟ୍‌ କରିଥିବା ବ୍ୟକ୍ତିଙ୍କ ସହ ବନ୍ଧୁତା ବଜାୟ ରଖିବା ସହଜ କି ନୁହେଁ ବୋଲି ସାରାଙ୍କୁ ପଚାରିଥିଲେ । ଏହି ସମୟରେ ସାରା ଅଲି ଖାନ କହିଛନ୍ତି, 'ମୁଁ ଏହା କହିବାକୁ ଚାହେଁ ନାହିଁ ଯେ ଏହା ସବୁ ସହଜ, କାରଣ ସେତେବେଳେ ଏହା ବହୁଜ ଅଜବ ଲାଗିଥାଏ । ଏହା ସର୍ବଦା ସହଜ ନୁହେଁ । ଯେତେବେଳେ ତୁମେ କାହା ସହ ଜଡିତ ହୁଅ ସେ ସାଙ୍ଗ ହେଉ ବା ବୃତ୍ତିଗତ ହେଉ ଅବା ରୋମାଣ୍ଟିକ ସ୍ତରରେ ହେଉ । ବିଶେଷତଃ ଯଦି ମୋ କଥା କୁହାଯିବ ମୁଁ ଅଧିକ ଘନିଷ୍ଠ ହୋଇଯାଇଥାଏ ।'

ସାରା ଆହୁରି କହିଛନ୍ତି, 'ଏହା ସେପରି ନୁହେଁ, ପ୍ରକୃତରେ କିଛି ଗୁରୁତ୍ବ ନାହିଁ, ଆଜି ଏବଂ ଆସନ୍ତାକାଲି ଯାହା ଘଟେ । ଏହା ଆପଣଙ୍କୁ ପ୍ରଭାବିତ କରେ । ଏବଂ ପରିଶେଷରେ ଆପଣଙ୍କୁ ସେ ସବୁଥିରୁ ଆଗକୁ ବଢ଼ିବାକୁ ପଡ଼ିବ । ସାରା ଆହୁରି ମଧ୍ୟ କହିଛନ୍ତି ଯେ ଇଣ୍ଡଷ୍ଟ୍ରିରେ କେହି ଜଣେ ତୁମର ଚିରଦିନ ବନ୍ଧୁ ହୋଇ ରହିବ କିମ୍ବା ତୁମେ କାହା ସହିତ କଥାବାର୍ତ୍ତା କରିବ ନାହିଁ ଏହା କହିବା ବୁଦ୍ଧିମତା ନୁହେଁ । ମୋ ଅଭିଜ୍ଞତା ଅନୁଯାୟୀ, ସ୍ଥାୟୀ ବନ୍ଧୁତା, ପ୍ରତିଶୃତିବଦ୍ଧତା ହେବା ଏପରି କି ମୁଁ ଆଉ ଆପଣଙ୍କ ସହ ଆଉ କଥାବାର୍ତ୍ତା କରିବି ନାହିଁ । ଏଭଳି ମନୋଭାବ ସବୁବେଳେ ରୁହେନାହିଁ ।'

ସୂଚନା ଥାଉ କି, ଲଭ୍ ଆଜ କଲ୍ ଫିଲ୍ମ କରୁଥିବା ସମୟରେ କାର୍ତ୍ତିକ ଏବଂ ସାରା ଡେଟିଂ କରୁଥିବା ଚର୍ଚ୍ଚା ହୋଇଥିଲା । ପରେ ଫିଲ୍ମ ବଡ଼ ପରଦାରେ ରିଲିଜ ହେଲା ବେଳୁ ଉଭୟଙ୍କ ମଧ୍ୟରେ ବ୍ରେକଅପ୍ ହୋଇଯାଇଥିଲା । ଦୀର୍ଘ ଦିନ ପରେ ଉଭୟଙ୍କୁ ନିକଟରେ ଗଦର-2ର ସଫଳତା ପାର୍ଟିରେ ଦେଖିବାକୁ ମିଳିଥିଲା । ଏହି ସମୟରେ ଉଭୟ ହଗ୍ କରୁଥିବାର ନଜର ଆସିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏଥିରୁ ଅନୁମାନ କରାଯାଇଥିଲା ଯେ, ଉଭୟ ଅଲଗା ହେବା ପରେ ବି ଉଭୟ ଭଲ ବନ୍ଧୁ ଅଟନ୍ତି ।

ଏହା ମଧ୍ୟ ପଢନ୍ତୁ: ୨ ସପ୍ତାହରେ Belly Fat କମାଇଲେ ସାରା, ଫଟୋ ସେୟାର କରି ଦେଖାଇଲେ ଟ୍ରାନ୍ସଫରମେସନର ଝଲକ

ସେପଟେ ଶୁଭମନ ଗିଲଙ୍କ ଉପରେ ସାରା କହିଛନ୍ତି ଯେ, ମୁଁ ସେହି ସାରା ନୁହେଁ । ଆପଣ ସାରାଙ୍କୁ ଭୁଲ ବୁଝିଛନ୍ତି । ଭୁଲ ସାରାଙ୍କ ପଛରେ ପୁରା ଦୁୁନିଆ ପଡିଛି । ପରୋକ୍ଷରେ ସେ ସଚିନ ତେନ୍ଦୁଲକଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସହ ଶୁଭମନ ଗିଲଙ୍କ ଡେଟିଂ ଖବରକୁ ନିଶ୍ଚିତ କରିଥିଲେ । ସେପଟେ ସେ ଅନନ୍ୟା ପାଣ୍ଡେ ଆଦିତ୍ୟ ରୟ କପୁରଙ୍କୁ ଡେଟ୍ କରୁଥିବା ନେଇ ମଧ୍ୟ ଖୁଲାସା କରିଥିଲେ । ସୂଚନା ଥାଉ କି, ଅନନ୍ୟା ଆଦିତ୍ୟ ପ୍ରାୟ ସମୟରେ ଏକାଠି ଦେଖିବାକୁ ମିଳିଥିବା ବେଳେ ଉଭୟ ଡେଟ୍‌ କରୁଥିବା ନେଇ ଦୀର୍ଘ ଦିନରୁ ଶିରୋନାମାରେ ରହି ଆସୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.