ETV Bharat / entertainment

Money Laundering Case: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପୁଣି ସମନ

author img

By

Published : Sep 13, 2022, 8:59 AM IST

ମନି ଲଣ୍ଡରିଂ ମାମଲାରେ ବଢୁଛି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ । ସେପ୍ଟେମ୍ବର 14 ଅର୍ଥାତ ଆସନ୍ତାକାଲି (ବୁଧବାର) ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ

Money Laundering Case: ଜ୍ୟାକଲିନଙ୍କୁ ପୁଣି ସମନ
Money Laundering Case: ଜ୍ୟାକଲିନଙ୍କୁ ପୁଣି ସମନ

ନୂଆଦିଲ୍ଲୀ: ଠକ ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ତଥା ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢିବାରେ ଲାଗିଛି । ପୁଣି ଜେରା ହେବେ ଜ୍ୟାକଲିନ । କନମ୍ୟାନ ସୁକେଶ ଚନ୍ଦ୍ରଶେଖର ସହ 200 କୋଟି ଟଙ୍କା ଦୁର୍ନୀତି ମାମଲାରେ ଲିଙ୍କ ଥିବା ନେଇ ଜ୍ୟାକଲିନଙ୍କୁ ଦିଲ୍ଲୀ ପୋଲିସ ଆର୍ଥିକ ଅପରାଧ ଶାଖାରେ (EOW) ତୃତୀୟ ଥର ପାଇଁ ସମନ ଜାରି କରିଛି । ସେପ୍ଟେମ୍ବର 14 ଅର୍ଥାତ ଆସନ୍ତାକାଲି (ବୁଧବାର) ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି ।

ପୂର୍ବରୁ ଅଗଷ୍ଟ 29 ଓ ସେପ୍ଟେମ୍ବର 12ରେ ହାଜର ପାଇଁ ସମନ ଜାରି ହୋଇଥିଲା । କାର୍ଯ୍ୟବ୍ୟସ୍ତତା ଥିବା ଦର୍ଶାଇ ସମନକୁ ଏଡାଇ ଯାଇଥିଲେ ଅଭିନେତ୍ରୀ । କନମ୍ୟାନ ସୁକେଶଙ୍କ ଦ୍ବାରା ତିହାର ଜେଲରୁ ବଟି ଆଦାୟ ରାକେଟ ଚାଲିଛି । ଏଥିରେ ଜ୍ୟାକଲିନଙ୍କ ସମ୍ପୃକ୍ତି ଥିବା ନେଇ ଜେରା କରିବାକୁ ଦିଲ୍ଲୀ ପୋଲିସ ତାଙ୍କୁ ତୃତୀୟ ଥର ସମନ ଜାରି କରିଛି । ଏହି ମାମଲାରେ କିଛି ଦିନ ପୂର୍ବରୁ ଅଭିନେତ୍ରୀ ନୋରା ଫତେହିଙ୍କୁ ମଧ୍ୟ ଇଓଡବ୍ଲ୍ୟୁ ଜେରା କରିଥିଲା ।

ସୁକେଶ ଜେଲ୍‌ରେ ଥାଇ ଭଏସ ମଡ୍ୟୁଲେସନ ବ୍ୟବହାର କରି ଦିଲ୍ଲୀର ଜଣେ ବ୍ୟବସାୟୀଙ୍କଠୁ 215 କୋଟି ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜ୍ୟାକଲିନଙ୍କ ନାମରେ ମାମଲା ରୁଜୁ କରି ଚାର୍ଜସିଟ୍‌ ମଧ୍ୟ ଦାଖଲ କରିଥିଲା । ଗତବର୍ଷ ଅଗଷ୍ଟ 30 ଓ ଅକ୍ଟୋବରରେ ଜ୍ୟାକଲିନଙ୍କ ବୟାନ ରେକର୍ଡ କରିଥିଲା ଇଡି । ସେ ସୁକେଶ ଚନ୍ଦ୍ରଶେଖରଠୁ ଉପହାର ଗ୍ରହଣ କରିଥିହା ସ୍ବୀକାର କରିଥିଲେ ।

ଏହା ବି ପଢନ୍ତୁ...ସଲମାନ ଖାନଙ୍କୁ ବିପଦ, ଘର ବାହାରେ ବଢିଲା ସୁରକ୍ଷା ବ୍ୟବସ୍ଥା

ଅଗଷ୍ଟ 26 ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଖରୁ 7.27 କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା । ଜବତ ସମ୍ପତ୍ତିରେ 7.12 କୋଟି ଟଙ୍କା ମୂଲ୍ୟର ଫିକ୍ସଡ ଡିପୋଜିଟ୍‌ ଅନ୍ତର୍ଭୁକ୍ତ ରହିଥିଲା । ଏଥିସହିତ ଏହି ମାମଲାରେ ଜ୍ୟାକଲିନ PMLA ର ନ୍ୟାୟ ଅଧିକାରୀଙ୍କ ନିକଟରେ ବୟାନ ରେକର୍ଡ କରିଥିଲେ । ଅଭିନେତ୍ରୀ ବୟାନରେ ସଫେଇ ଦେଇ କହିଥିଲେ ''ମୋ ସମ୍ପତ୍ତି ମୋ ଅର୍ଜିତ ଧନ । ସୁକେଶଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ।''

ଉଲ୍ଲେଖଯୋଗ୍ୟ, ସୁକେଶ ଚନ୍ଦ୍ରଶେଖରକୁ ଦିଲ୍ଲୀ ପୋଲିସ ଆଦିତି ସିଂହ ଓ ଫାର୍ମାସ୍ୟୁଟିକଲ କମ୍ପାନୀ ରେନବ୍ୟାକ୍ସିର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂହଙ୍କ ଠାରୁ ୨୧୫ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ କରିଥିଲା । ଏହି ମାମଲାରେ ଇଡି ଚନ୍ଦ୍ରଶେଖରଙ୍କ ସମେତ ତାଙ୍କ ପତ୍ନୀ ଲୀନା ମାରିଆ ପଲ୍‌, ପିଙ୍କି ଇରାନୀ ସମେତ 8 ଜଣଙ୍କୁ ଗିରଫ କରିସାରିିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.