ETV Bharat / entertainment

Ragneeti: କେମିତି ରାଘବଙ୍କ ପ୍ରେମରେ ପଡିଥିଲେ ପରିଣୀତି, ଲଭଷ୍ଟୋରୀର କଲେ ଖୁଲାସା

author img

By

Published : May 22, 2023, 2:01 PM IST

ସୋସିଆଲ ମିଡିଆରେ ପରିଣୀତି ଚୋପ୍ରା ନିର୍ବନ୍ଧର ଅନେକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜ ପରିବାର ଏବଂ ରାଘବ ଚଢାଙ୍କ ସହ ନଜର ଆସିଛନ୍ତି । ସେ ଏହି ସମୟରେ ଭାବବିହ୍ବଳ ମଧ୍ୟ ହୋଇଥିଲେ । ତେବେ ଏହି ଇମୋସନାଲ ଫଟୋ ସେୟାର କରି ସେ ଫ୍ୟାନ୍ସଙ୍କୁ ରାଘବ ଚଢାଙ୍କ ବିଷୟରେ କହିଛନ୍ତି । ଅଧିକ ପଢନ୍ତୁ

ନିର୍ବନ୍ଧର ଇମୋସନାଲ ଫଟୋ ସେୟାର କରି ଲଭ ଷ୍ଟୋରୀର ଖୁଲାସା କଲେ ପରିଣୀତି
ନିର୍ବନ୍ଧର ଇମୋସନାଲ ଫଟୋ ସେୟାର କରି ଲଭ ଷ୍ଟୋରୀର ଖୁଲାସା କଲେ ପରିଣୀତି

ହାଇଦ୍ରାବାଦ: ନିକଟରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସହ ଆପ୍ ସାଂସଦ ରାଘବ ଚଢାଙ୍କ ନିର୍ବନ୍ଧ ହୋଇଛି । ପୂର୍ବରୁ ନିଜ ନିର୍ବନ୍ଧର ଅନେକ ଫଟୋ ସେୟାର କରି ଦର୍ଶକଙ୍କ ମନ ଜିତିଥିବା ବେଳେ ବର୍ତ୍ତମାନ ପୁଣି ଥରେ ଏହି ଲଭବାର୍ଡ ସେମାନଙ୍କ ନିର୍ବନ୍ଧର ସ୍ମରଣୀୟ ଫଟୋ ସେୟାର କରିଛନ୍ତି । ପରିଣୀତି ସୋସିଆଲ ମିଡିଆରେ ନିଜ ନିର୍ବନ୍ଧର ଅନେକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ରାଘବଙ୍କ ସହ ତାଙ୍କ ପ୍ରେମ କାହାଣୀ ବିଷୟରେ କହିବା ସହ ତାଙ୍କ ଜୀବନର ସେହି ସ୍ପେଶାଲ ଦିନକୁ ମନେ ପକାଇଛନ୍ତି ।

ପରିଣୀତି ଏହି ସମସ୍ତ ଫଟୋ ଗୁଡିକୁ ସେୟାର କରି ଲେଖିଛନ୍ତି, 'ତୁମେ ଜାଣ, ଏକତ୍ର ଜଳଖିଆ ଖାଇଥିଲି ଏବଂ ମୁଁ ଜାଣିଥିଲି, ମୁଁ ତାଙ୍କୁ ଭେଟିଥିଲି । ସେ ସବୁଠାରୁ ଆଶ୍ଚର୍ଯ୍ୟଜନକ ବ୍ୟକ୍ତି, ଯାହାର ସ୍ବଭାବ ଶାନ୍ତ ଏବଂ ସେ ଜଣେ ପ୍ରେରଣାଦାୟକ ମଧ୍ୟ । ତାଙ୍କର ସମର୍ଥନ, ହସ, ବୁଦ୍ଧି ଏବଂ ବନ୍ଧୁତା ହିଁ ଭଲପାଇବା । ତାହା ମୋର ଘର, ଆମର ନିର୍ବନ୍ଧ ପାର୍ଟି ଭଲପାଇବା, ହସ, ଭାବନା ଏବଂ ଡ୍ୟାନ୍ସ ମଧ୍ୟରେ ଏକ ସୁନ୍ଦର ସ୍ୱପ୍ନ ବଞ୍ଚିବା ପରି ଥିଲା । ଏହି ଦିନକୁ ଆମେ ଆମ ଲୋକମାନଙ୍କ ସହ ଉତ୍ସାହର ପାଳନ କରୁଥିଲୁ । ରାଜକୁମାରୀ କାହାଣୀରେ ପ୍ରଭାବିତ ଏକ ଛୋଟ ଝିଅ ରୂପରେ ମୁଁ କଳ୍ପନା କରିଥିଲି ଯେ ମୋର କାହାଣୀ କିପରି ଆରମ୍ଭ ହେବ, ବର୍ତ୍ତମାନ ଏହା ହୋଇଛି, ଏହା ମୋ କଳ୍ପନା ଅପେକ୍ଷା ବହୁତ ଭଲ ।

ତେବେ ସେ ସେୟାର କରିଥିବା ଫଟୋରେ ନିଜ ପରିବାର ଏବଂ ରାଘବଙ୍କ ସହ ନଜର ଆସିଛନ୍ତି । ସେଥିମଧ୍ୟରୁ ଗୋଟିଏ ଫଟୋରେ ପରିଣୀତି କାନ୍ଦୁଥିବାର ମଧ୍ୟ ନଜର ଆସିଛନ୍ତି । ଏହି ସମୟରେ ରାଘବ ତାଙ୍କ ଲୁହ ପୋଛୁଥିବାର ମଧ୍ୟ ନଜର ଆସିଛନ୍ତି । ତେବେ ଏଭଳି ଜୀବନ ସାଥୀ ପାଇ ସେ ବେଶ ଖୁସିଥିବା କହିଛନ୍ତି ପରିଣୀତି ।

ସୂଚନା ଥାଉ କି, ମାର୍ଚ୍ଚରେ ମୁମ୍ବାଇରେ ମଧ୍ୟାହ୍ନ ଭୋଜନରେ ଏକାଠି ଦେଖିବା ପରେ ପରିଣୀତି ଏବଂ ରାଘବ ଡେଟିଂର ଗୁଜବ ଆରମ୍ଭ ହୋଇଥିଲା । କିନ୍ତୁ ପୂର୍ବରୁ ପରିଣୀତି ଏବଂ ରାଘବ ପରସ୍ପରକୁ ଜାଣିଥିଲେ । ପରିଣୀତି ଏବଂ ରାଘବ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ଏକାଠି ଅଧ୍ୟୟନ କରିଥିଲେ ଏବଂ ଦୀର୍ଘ ସମୟ ଧରି ବନ୍ଧୁ ଥିଲେ । ତେବେ ଶେଷରେ ମେ 13ରେ ଦିଲ୍ଲୀର କପୁରଥଲା ହାଉସରେ ସମ୍ପର୍କୀୟ ଏବଂ ବଡ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଏହି ଦମ୍ପତିଙ୍କ ନିର୍ବନ୍ଧ କରିଛନ୍ତି। ରାଜନୀତି ଏବଂ ଫିଲ୍ମ ଜଗତର ଅନେକ ତାରକା ଏହି ନିର୍ବନ୍ଧ ସମାରୋହରେ ସାମିଲ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.