ETV Bharat / entertainment

Raksha Bandhan 2023: ବଲିଉଡରୁ ଟଲିଉଡ୍‌, ଫ୍ୟାନ୍ସଙ୍କୁ ରାକ୍ଷୀର ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

author img

By ETV Bharat Odisha Team

Published : Aug 30, 2023, 2:17 PM IST

ରକ୍ଷା ବନ୍ଧନର ଶୁଭ ଅବସରରେ ବଲିଉଡରୁ ଆରମ୍ଭ କରି ଦକ୍ଷିଣ ସିନେମା ପର୍ଯ୍ୟନ୍ତ ଅନେକ ତାରକା ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି
ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

ହାଇଦ୍ରାବାଦ: ୩୦ ନାଁ ୩୧ ତାରିଖ ଏବେବି ଲୋକଙ୍କ ମନରେ କିଛି ଦ୍ୱନ୍ଦ୍ୱ ରହିଛି । କେଉଁ ଦିନ ବାନ୍ଧିବେ ରାକ୍ଷୀ ସେ ନେଇ ପ୍ରଶ୍ନ ଉଠୁଛି । ପାଞ୍ଜି ଅନୁସାରେ ରାକ୍ଷୀ ପୂର୍ଣ୍ଣିମା 30 ତାରିଖ ଅର୍ଥାତ ବୁଧବାର ସକାଳ ୧୦ଟା ୫୯ରୁ , ଅଗଷ୍ଟ ୩୧ ତାରିଖ ଅର୍ଥାତ୍‌ ଗୁରୁବାର ସକାଳ ୭ଟା ୫ ମିନିଟ ଯାଏଁ ରହିଛି । ଏହି ଶୁଭ ବେଳା ମଧ୍ୟରେ ରାକ୍ଷୀ ବନ୍ଧା ହୋଇପାରିବ । ତେବେ ପୁରା ଦେଶ ହସ ଉଲ୍ଲାସର ସହିତ ଏହି ପର୍ବକୁ ପାଳନ କରୁଥିବାବେଳେ ବଲିଉଡ ଏବଂ ଟଲିଉଡ୍‌ ସେଲିବ୍ରିଟି ବା ବାଦ୍‌ ପଡିବେ କେମିତି । ଦେଖନ୍ତୁ ସେଲିବ୍ରିଟିଙ୍କ ରାକ୍ଷୀ ପର୍ବ ପାଳନର କିଛି ଫଟୋ ।

ଫ୍ୟାନ୍ସଙ୍କୁ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି
ଫ୍ୟାନ୍ସଙ୍କୁ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

ରାକ୍ଷୀ ପୂର୍ଣ୍ଣିମାକୁ ନେଇ ବଲିଉଡ ଏବଂ ଦକ୍ଷିଣ ତାରକାଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର କ୍ରେଜ ଅଛି ଏବଂ ଏଥିପାଇଁ ସେମାନେ ନିଜ ପ୍ରଶଂସକଙ୍କୁ ଅଭିନନ୍ଦନ ଜଣାଇବାରେ ପଛରେ ନାହାଁନ୍ତି । ଏହି ଧାରାରେ କଙ୍ଗନା ରଣାୱତ, କିଆରା ଆଡଭାନି, ମଲାଇକା ଆରୋରା, ଅନୁପମ ଖେର, ଜେନେଲିଆ ଡି’ସୁଜା ଏବଂ ରଶ୍ମିକା ମନ୍ଦାନା, ମିହିକା ବଜାଜଙ୍କ ସମେତ ଅନେକ ତାରକା ଫ୍ୟାନ୍ସଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି।

ଫ୍ୟାନ୍ସଙ୍କୁ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି
ଫ୍ୟାନ୍ସଙ୍କୁ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

ବଲିଉଡ ଅଭିନେତ୍ରୀ ଜେନେଲିଆ ତାଙ୍କ ଦୁଇ ପୁଅ ଏବଂ ଭାଇଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ରାକ୍ଷୀ ପୂର୍ଣ୍ଣିମା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏଥି ସହିତ ଅନୁପମ ଖେର ଏହି ଅବସରରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏଠାରେ, ମଲାଇକା ଆରୋରା ତାଙ୍କ ଭାଇଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । କେବଳ ଏତିକି ନୁହେଁ ବଲିଉଡର ସୁନ୍ଦରୀ ଅଭିନେତ୍ରୀ କିଆରା ଆଡଭାନୀ ତାଙ୍କ ଭାଇଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି ଯେ, ଏହି ବିଶେଷ ଉତ୍ସବରେ ସେ ତାଙ୍କୁ ମିସ୍‌ କରୁଛନ୍ତି ।

ସେହିପରି ଅକ୍ଷୟ କୁମାର ତାଙ୍କ ଭଉଣୀ ସହିତ ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ଅକ୍ଷୟ କୁମାର ପଞ୍ଜାବୀ ଭାଷାରେ ଲେଖିଛନ୍ତି, ଜେ ତୁ ମେରେ ନାଲ ହୈ ତେ ଜିନ୍ଦେଗୀ ବିଚ୍‌ ସବ୍‌ ଚଙ୍ଗା, ମୋ ଭଉଣୀ, ପ୍ରଥମ ଦିନରୁ ହିଁ ମୋର ଶକ୍ତି ହୋଇ ଛିଡ଼ା ହୋଇଛି, ହାପି ରକ୍ଷା ବନ୍ଧନ ।

ଫ୍ୟାନ୍ସଙ୍କୁ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି
ଫ୍ୟାନ୍ସଙ୍କୁ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

ଏହା ମଧ୍ୟ ପଢନ୍ତୁ: Sunny Deol: ସ୍କୁଲ ପିଲା ଓ ଫ୍ୟାନ୍ସଙ୍କ ସହ ରାକ୍ଷୀ ପୂର୍ଣ୍ଣିମା ପାଳିଲେ ସନ୍ନି ଦେଓଲ

ସଞ୍ଜୟ ଦତ୍ତ ତାଙ୍କ ଦୁଇ ଭଉଣୀଙ୍କ ସହ ପୋଷ୍ଟ କରି ଲେଖିଛନ୍ତି, ମୋର ଦୁଇ ଭଉଣୀ ପ୍ରିୟା ଏବଂ ଅଞ୍ଜୁ, ତୁମ ଦୁଇ ଜଣଙ୍କୁ ବହୁତ ଭଲ ପାଇବା ଏବଂ ଦୁହିଁଙ୍କୁ ହୃଦୟରୁ ସମ୍ମାନ ଜଣାଉଛି, ତୁମେ ଦୁହେଁ ମୋ ଜୀବନର ମଜବୁତ ସ୍ତମ୍ଭ, ମୁଁ ପ୍ରତିଜ୍ଞା କରୁଛି ଯେ ମୋର ଶେଷ ନିଶ୍ବାସ ପର୍ଯ୍ୟନ୍ତ ମୁଁ ତୁମ ପାଖରେ ଠିଆ ହେବି ।

ଫ୍ୟାନ୍ସଙ୍କୁ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି
ଫ୍ୟାନ୍ସଙ୍କୁ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

ଏଥିସହିତ ରକୁଲ ପ୍ରୀତ ସିଂ ତାଙ୍କ ଭାଇଙ୍କ ସହ ଏକ ଭିଡିଓ ସେୟାର କରିଛନ୍ତି ଏବଂ କ୍ରିତି ସାନନ ଏବଂ ଅନୁପମ ଖେର ମଧ୍ୟ ଏହି ଭିଡିଓ ସେୟାର କରି ପ୍ରଶଂସକମାନଙ୍କୁ ରକ୍ଷା ବନ୍ଧନ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହା ବ୍ୟତୀତ ଫରହାନ ଅଖତରଙ୍କ ଭଉଣୀ ତଥା ଫିଲ୍ମ ଦି ଆର୍ଚିଜର ନିର୍ଦ୍ଦେଶକ ଜୋୟା ଅଖତର ତାଙ୍କ ଭାଇଙ୍କ ସହ ଏକ ଫଟୋ ସେୟାର କରି ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଛନ୍ତି ।

ଅନ୍ୟପକ୍ଷରେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାଓ୍ବତ ତାଙ୍କ ଭଉଣୀ ଏବଂ ଭାଇଙ୍କ ସହ ପିଲାଦିନର ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି। ଦକ୍ଷିଣ ତାରକା ପୁଷ୍ପା ଫେମ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦନା, କାଜଲ ଅଗ୍ରୱାଲ, ନିଶା ଅଗ୍ରୱାଲ, ମିହିକା ବଜାଜ ଏବଂ ମେହେରିନ ପିରଜାଦା ରାକ୍ଷୀ ପୂର୍ଣ୍ଣିମାରେ ସେମାନଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.