ETV Bharat / entertainment

Varun-Lavanya Engagement: ସରିଲା ବରୁଣ ତେଜ୍‌-ଲାବନ୍ୟାଙ୍କ ନିର୍ବନ୍ଧ, ନଜର ଆସିଲେ ଏହି ମେଗାଷ୍ଟାର

author img

By

Published : Jun 10, 2023, 10:58 AM IST

ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ । ସରିଲା ବରୁଣ ତେଜ୍‌ ଲାବନ୍ୟାଙ୍କ ନିର୍ବନ୍ଧ । ଅଧିକ ପଢନ୍ତୁ

Varun-Lavanya Engagement:
Varun-Lavanya Engagement

ହାଇଦ୍ରାବାଦ: ତେଲୁଗୁ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ବରୁଣ ତେଜଙ୍କ ସହ ଲାବନ୍ୟା ତ୍ରିପାଠୀଙ୍କ ନିର୍ବନ୍ଧ ହୋଇଛି । ଦୁହେଁ ଗତକାଲି (ଶୁକ୍ରବାର) ନିର୍ବନ୍ଧ କରିଛନ୍ତି । ଗତ କିଛିଦିନ ଧରି ଦୁହିଁଙ୍କର ନିର୍ବନ୍ଧ ଖବର ଚର୍ଚ୍ଚା ହେଉଥିବା ବେଳେ ଶୁକ୍ରବାର ସେମାନେ ହାଇଦ୍ରାବାଦରେ ନିର୍ବନ୍ଧ କରିଛନ୍ତି । ଏହି ସେରେମନିରେ ଅନେକ ଭେଟେରାନ ସାଉଥ ଅଭିନେତା ଯୋଗ ଦେଇଥିଲେ । କୋନିଡେଲା ଏବଂ ଅଲ୍ଲୁ ପରିବାର ଏକତ୍ରିତ ହୋଇଥିଲେ । ଅନ୍ୟପକ୍ଷରେ ରାମ ଚରଣ ତାଙ୍କ ଗର୍ଭବତୀ ପତ୍ନୀ ଉପାସନା କାମିନେନିଙ୍କ ସହ ଏହି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଚିରଞ୍ଜୀବୀ, ଅଲ୍ଲୁ ଅରବିନ୍ଦ, ଅଲ୍ଲୁ ଅର୍ଜୁନ, ଭେଙ୍କଟେଶ ଡଗୁବତୀ, ରାଣା ଡଗୁବତୀ, ନିତିନଙ୍କ ସମେତ ଅନେକ ତାରକା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ତେବେ ନିର୍ବନ୍ଧ ପରେ ବରୁଣ ତେଜ ନିଜ ପ୍ରଶଂସକଙ୍କ ପାଇଁ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି । ସେ ନିଜ ନିର୍ବନ୍ଧର ଫଟୋ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି, ମୋତେ ମୋ ଭଲ ପାଇବା ମିଳିଯାଇଛି(ଫାଉଣ୍ଡ ମାଇଁ ଲଭ)। ଦୁହେଁ ରିଙ୍ଗ ବା ମୁଦିର ଫଟୋ ମଧ୍ୟ ସେୟାର କରିଛନ୍ତି ।

ଅନ୍ୟପଟେ ଲାବଣ୍ୟା ଏକ ଫଟୋ ସେୟାର କରିଛନ୍ତି, "ମୁଁ 2016ରୁ ମୋର ଜୀବନସାଥି ପାଇସାରିଛି । ଆଜୀବନ ଜୀବନସାଥି ହୋଇ ରହିବ ।"

ତେବେ ଫଟୋ ଦେଖିବାକୁ ଗଲେ ଦୁହେଁ କ୍ରିମ ଏବଂ ସବୁଜ ରଙ୍ଗର ଶାଢି ଏବଂ କୁର୍ତ୍ତାରେ ଖୁବ ସୁନ୍ଦର ଦେଖାଯାଉଥିଲେ । ବରୁଣ କ୍ରିମ ରଙ୍ଗର କର୍ତ୍ତା ପିନ୍ଧିଥିବା ବେଳେ ଲାବନ୍ୟା ଲାଇଟ ଗ୍ରୀନ ରଙ୍ଗର ଏକ ଶାଢୀ ସହ ଏକ ନେକଲେସ ପିନ୍ଧିଥିଲେ । ଏହାସହ ତାଙ୍କର ମୁଣ୍ଡର ଫୁଲ ଖୋସା ବହୁତ ଆକର୍ଷଣୀୟ ଦେଖାଯାଉଥିଲା । ଷ୍ଟାର ତାଲିକା ଦେଖିବାକୁ ଗଲେ RRR ତାରକା ରାମ ଚରଣ କଳା ପ୍ୟାଣ୍ଟ ଉପରେ ଧଳା ସାର୍ଟ ପିନ୍ଧିଥିଲେ ଏବଂ ତାଙ୍କ ପତ୍ନୀ ଉପାସନା ଏକ ଲାଇଟ ଗ୍ରୀନର ଡ୍ରେସ ପିନ୍ଧିଥିଲେ।

ଏହା ମଧ୍ୟ ପଢନ୍ତୁ: HBD Sonam Kapoor: ସ୍ପଶାଲ ନୋଟ୍ ସହ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଅନିଲ, ଏହି ଗିଫ୍ଟ ଦେଲେ ସ୍ବାମୀ

ଉଲ୍ଲେଖନୀୟ କଥା ହେଉଛି, ବରୁଣ ତେଜଙ୍କ ପିତା ନାଗା ବାବୁ ତାଙ୍କ ପୁଅଙ୍କ ବିବାହ ଚଳିତବର୍ଷ କରିବା ନେଇ ଘୋଷଣା କରିଥିଲେ । ତେବେ ବର୍ତ୍ତମାନ ତାହା ସତ ହେବାକୁ ଯାଉଛି । ବରୁଣ ହେଉଛନ୍ତି ଚିରଞ୍ଜୀବୀ ଏବଂ ପୱନ କଲ୍ୟାଣଙ୍କ ପୁତୁରା । ୨୦୧୨ ଚଳଚ୍ଚିତ୍ର ଅନ୍ଦାଲା ରାକ୍ଷସୀ ସହିତ ଲବନ୍ୟାଙ୍କ ତେଲୁଗୁ ସିନେମା ଜରିଆରେ ଏଣ୍ଟ୍ରି କରିଥିଲେ । ହେଲେ ଗତ କିଛି ଦିନ ହେବ ଦୁହିଁଙ୍କ ସମ୍ପର୍କକୁ ନେଇ ବେଶ ଚର୍ଚ୍ଚା ହେଉଥିଲା । 2016ରୁ ଦୁହେଁ ଦୁହିଁଙ୍କୁ ଡେଟ କରୁଥିଲେ । ହେଲେ ଦୁହେଁ ଏନେଇ ମୁହଁ ଖୋଲୁନଥିୁଲେ । ହେଲେ ଶୁକ୍ରବାର ବହୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଦୁହେଁ ନିର୍ବନ୍ଧ କରିଥିବା ବେଳେ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.