ETV Bharat / entertainment

କାର୍ତ୍ତିକ ଆର୍ଯ୍ୟନଙ୍କୁ କୋରୋନା, କ୍ବାରେଣ୍ଟାଇନ୍‌ ରୁମ୍‌ରୁ ସେୟାର କଲେ ଫଟୋ

author img

By

Published : Jun 8, 2022, 3:07 PM IST

ଅଭିନେତା କାର୍ତ୍ତିକ ଆର୍ଯ୍ୟନ ବର୍ତ୍ତମାନ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଅଛନ୍ତି । ବର୍ତ୍ତମାନ ଅଭିନେତା ଏକ ଫଟୋ ସେୟାର କରି ନିଜର ଝଲକ ଦେଖାଇଛନ୍ତି। ଅଧିକ ପଢନ୍ତୁ

କାର୍ତ୍ତିକ ଆର୍ଯ୍ୟନଙ୍କୁ କୋରୋନା, କ୍ବାରେଣ୍ଟାଇନ୍‌ ରୁମ୍‌ରୁ ସେୟାର କଲେ ଫଟୋ
କାର୍ତ୍ତିକ ଆର୍ଯ୍ୟନଙ୍କୁ କୋରୋନା, କ୍ବାରେଣ୍ଟାଇନ୍‌ ରୁମ୍‌ରୁ ସେୟାର କଲେ ଫଟୋ

ହାଇଦ୍ରାବାଦ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ କୋରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ଅଭିନେତା ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଥିଲେ। ଜୁନ୍ 4 ତାରିଖରେ ଅଭିନେତାଙ୍କର କୋରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା, ଯାହା ପରେ ଅଭିନେତା ହୋମ୍‌ କ୍ବାରେଣ୍ଟାଇନ୍‌ରେ ଅଛନ୍ତି । ବର୍ତ୍ତମାନ ଅଭିନେତା ଏକ ଫଟୋ ସେୟାର କରି ନିଜର ଝଲକ ଦେଖାଇଛନ୍ତି। କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଉ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସହିତ କାର୍ତ୍ତିକ ଲେଖିଛନ୍ତି, ରୁହ ବାବାଙ୍କ ତରଫରୁ ଗୁଡ୍ ନାଇଟ୍, ସାଙ୍ଗମାନେ ମାସ୍କ ପିନ୍ଧିବା ଜରୁରୀ ।

କ୍ବାରେଣ୍ଟାଇନ୍‌ ରୁମ୍‌ରୁ ସେୟାର କଲେ ଫଟୋ
କ୍ବାରେଣ୍ଟାଇନ୍‌ ରୁମ୍‌ରୁ ସେୟାର କଲେ ଫଟୋ

ସୂଚନାଯୋଗ୍ୟ ଯେ, 2021 ମସିହା ମାର୍ଚ୍ଚ 22ରେ ଅଭିନେତା କୋରୋନା ସଂକ୍ରମିତ ହୋଇଥିଲେ। ଏହି ସୂଚନା ଅଭିନେତା ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ମଧ୍ୟ ଦେଇଥିଲେ। ନିକଟରେ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଫିଲ୍ମ ‘ଭୁଲ ଭୁଲେୟାଁ-୨’ ରିଲିଜ ହୋଇସାରିଛି। ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍‌ ମଧ୍ୟ ହୋଇଛି। ରିଲିଜ ହେବାର ଦୁଇ ସପ୍ତାହ ମଧ୍ୟରେ ଫିଲ୍ମରେ ୧୦୦ କୋଟି କ୍ଲବରେ ଏଣ୍ଟ୍ରି କରିସାରିଛି । ଏହି ଫିଲ୍ମରେ କାର୍ତ୍ତିକଙ୍କ ସହ କିଆରା ଆଡଭାନୀ ଓ ତବୁ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

କୋରୋନା ସଂକ୍ରମିତ ହେବା ପରେ କାର୍ତ୍ତିକ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ। ଏହି ଫଟୋରେ ସେ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଭୁଲ ଭୁଲେୟାଁ-୨’ର ସଫଳତା ଆଡୁକୁ ଇସାରା ଦେଇ କ୍ୟାପସନରେ ଲେଖିଥିଲେ- ‘ସବୁ କିଛି ଠିକ୍‌ ଚାଲିଥିଲା, କିନ୍ତୁ କୋରୋନା ଏହା ଦେଖି ଆଉ ସହିପାରିଲା ନାହିଁ।’ ଏଥିସହ ସେ ଏକ ଇମୋଜି ମଧ୍ୟ ସେୟାର କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.