ETV Bharat / entertainment

BoycottPathaan: ଶାହରୁଖଙ୍କ ଫିଲ୍ମ ପଠାନକୁ ବୟକଟ୍‌, ଟ୍ୱିଟରେ ଚାଲିଛି ଜୋରଦାର ଟ୍ରେଣ୍ଡ

author img

By

Published : Dec 14, 2022, 7:36 PM IST

ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ପଠାନକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ବର୍ତ୍ତମାନ ପଠାନ ଫିଲ୍ମକୁ ବୟକଟ୍ କରିବା ନେଇ ସୋସିଆଲ ମିଡିଆରେ ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ

ଶାହରୁଖଙ୍କ ଫିଲ୍ମ ପଠାନକୁ ବୟକଟ୍‌, ଟ୍ୱିଟରେ ଚାଲିଛି ଜୋରଦାର ଟ୍ରେଣ୍ଡ
ଶାହରୁଖଙ୍କ ଫିଲ୍ମ ପଠାନକୁ ବୟକଟ୍‌, ଟ୍ୱିଟରେ ଚାଲିଛି ଜୋରଦାର ଟ୍ରେଣ୍ଡ

ମୁମ୍ବାଇ: ବଲିଉଡ ଫିଲ୍ମକୁ ପୁଣି ଥରେ ବୟକଟ୍ ଧମକ । ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ କୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା। ନିକଟରେ ଏହି ଫିଲ୍ମର ଏକ ଗୀତ ‘ବେଶରମ୍ ରଙ୍ଗ’ ରିଲିଜ୍ ହୋଇଥିଲା । କିନ୍ତୁ ଏହି ଗୀତଟି ରିଲିଜ ହେବା ପରେ ଯେତିକି ପ୍ରଶଂସା ପାଇଛି ତାଠାରୁ ଅଧିକ ନିନ୍ଦା ଶୁଣୁଛି । ବର୍ତ୍ତମାନ ‘ପଠାନ’ ଫିଲ୍ମକୁ ବୟକଟ୍ କରିବା ନେଇ ସୋସିଆଲ ମିଡିଆରେ ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି । କବିବାକୁ ଗଲେ, ପଠାନର ପ୍ରଥମ ଗୀତ 'ବେଶରମ୍‌ ରଙ୍ଗ୍‌' ଗୀତ ଆସିବା ମାତ୍ରେ ବଏକଟ୍ ଗ୍ୟାଙ୍ଗ୍‌ ଏହାକୁ ଟାର୍ଗେଟ୍‌ କରିଛନ୍ତି ।

  • " class="align-text-top noRightClick twitterSection" data="">

କେବଳ ଏତିକି ନୁହେଁ ସେମାନେ ଏହି ଗୀତ ଉପରେ ଚୋରି ହେବାର ଅଭିଯୋଗ ମଧ୍ୟ କରୁଛନ୍ତି। ଏହି ଗୀତରେ ଜୈନଙ୍କ ‘ମକିବା’ ଗୀତର ସ୍ୱର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଏହି ଗୀତକୁ ନେଇ ହୋଇଥିବା ମିମ୍ସଗୁଡ଼ିକ ଦିନକୁ ଦିନ ଭାଇରାଲ୍‌ ହେବାରେ ଲାଗିଛି। ଏହି କାରଣରୁ 'ବେଶରମ୍ ରଙ୍ଗ୍‌' ମଧ୍ୟ ଟେଣ୍ଡ୍ ହେବାରେ ଲାଗିଛି। ଏହି ଗୀତରେ ଶାହରୁଖ ଖାନ୍ ଏବଂ ଦିପୀକା ପାଦୁକୋନ ନଜର ଆସିଛନ୍ତି । ଏଥିରେ ଦୀପିକା ପିନ୍ଧିଥିବା ପୋଷାକ ଏବଂ ସେନ୍ସୁଆଲ୍ ଡ୍ୟାନ୍ସକୁ ନେଇ ମଧ୍ୟ ବିବାଦ ବଢିବାର ଲାଗିଛି। ଯେଉଁଥିପାଇଁ ତାଙ୍କୁ ଜବରଦସ୍ତ ଟ୍ରୋଲ୍‌ ମଧ୍ୟ କରାଯାଉଛି।

ତେବେ ଜଣେ ଟ୍ୱିଟର ୟୁଜର ଅମିର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା ’ ଏବଂ ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ର ପୋଷ୍ଟର ସେୟାର କରି ଲେଖିଛନ୍ତି ଯେ, ‘ଏକକା ଘମଣ୍ଡ ତୋଡ ଦିଆ, ଦୁସରେକା ତୋଡନା ବାକି ହେ’ । ତୟାର ରହେ ବସ୍ । ଏପରି ଭାବେ ଶାହାରୁଖଙ୍କ ଫିଲ୍ମକୁ ଟ୍ୱିଟରେ ବୟକଟ୍ କରିବାକୁ ଧମକ ଦିଆଯାଉଛି ।

ୟୁଜରଙ୍କ କହିବା ମୁତାବକ, ଯେଉଁଭଳି ଭାବେ ମହିଳାଙ୍କୁ ନଗ୍ନ କରି ବଲିଉଡ ଚଳଚ୍ଚିତ୍ରରେ ଦେଖାଯାଉଛି, ତାହା ଦ୍ୱାରା ଭାରତର ମର୍ଯ୍ୟାଦାକୁ ସମ୍ପୁର୍ଣ୍ଣ ନଷ୍ଟ ହେଉଛି । ତେବେ ଏହି ଗୀତରେ ଦୀପିକା ପାଦୁକାନ ଗେରୁଆ ରଙ୍ଗର ଛୋଟ ବସ୍ତ୍ର ପିନ୍ଧି ଥିବାରୁ କିଛି କଟର ହିନ୍ଦୁତ୍ୱକୁ ବିଶ୍ୱାସ କରୁଥିବା ୟୁଜରସ୍ ଏହା ହିନ୍ଦୁ ଧର୍ମର ଅପମାନ କହି ଟ୍ରୋଲ କରୁଛନ୍ତି । ତେବେ ରିଲିଜ ପୂର୍ବରୁ ପଠାନ ଫିଲ୍ମ ବିବାଦରେ ଫସିଥିବା ବେଳେ ଫିଲ୍ମ ରିଲିଜ୍ ପରେ ଏହାର ପରିସ୍ଥିତ କଣ ହେବ ସେ ନେଇ ଏବେ ଚିନ୍ତାରେ ବଲିଉଡ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.