ETV Bharat / entertainment

ଏମିତି ବିବାହ ବାର୍ଷିକୀ ସେଲିବ୍ରେଟ କଲେ ବିରୁଷ୍କା, ସେୟାର କଲେ ଫଟୋ

author img

By ETV Bharat Odisha Team

Published : Dec 12, 2023, 11:08 AM IST

Updated : Dec 12, 2023, 11:27 AM IST

Anushka Sharma-Virat Kohli 6th Wedding Anniversary: ନଭେମ୍ବର ୧୧ରେ ଷ୍ଟାର ଦମ୍ପତି ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ୬ଷ୍ଠତମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଯାହାର ଫଟୋ ଆଜି ଉଭୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଦେଖନ୍ତୁ ଫଟୋ

ବିରାଟ-ଅନୁଷ୍କା ଏମିତି ସେଲିବ୍ରେଟ କଲେ ୬ଷ୍ଠ ବିବାହ ବାର୍ଷିକୀ, ସେୟାର କଲେ ଫଟୋ
ବିରାଟ-ଅନୁଷ୍କା ଏମିତି ସେଲିବ୍ରେଟ କଲେ ୬ଷ୍ଠ ବିବାହ ବାର୍ଷିକୀ, ସେୟାର କଲେ ଫଟୋ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟର ବିରାଟ କୋହଲି ଅନ୍ୟତମ ଲୋକପ୍ରିୟ ଯୋଡି । ୨୦୨୩ ଡିସେମ୍ବର ୧୧ ବିରାଟ ଏବଂ ଅନୁଷ୍କା ସେମାନଙ୍କର ଷଷ୍ଠ ବିବାହ ବାର୍ଷିକୀ ପାଳନ କରିଛନ୍ତି । ବର୍ତ୍ତମାନ ସେ ତାଙ୍କ ବିବାହ ବାର୍ଷିକୀର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋ ସେୟାର ହେବା ମାତ୍ରେ ଅନେକ ସେଲିବ୍ରିଟି ସମେତ ଫ୍ୟାନ୍ସ ଲାଇକ କରିବା ସହ କମେଣ୍ଟ ବର୍ଷା କରିଛନ୍ତି ।

ଅନୁଷ୍କା ଶର୍ମାଙ୍କ ପୋଷ୍ଟ
ଅନୁଷ୍କା ଶର୍ମାଙ୍କ ପୋଷ୍ଟ

ବିରାଟ ଏବଂ ଅନୁଷ୍କା ନିଜ ଇନଷ୍ଟାଗ୍ରାମରେ ବିବାହ ବାର୍ଷିକୀର ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ଅନୁଷ୍କା ଲେଖିଛନ୍ତି, ''ପ୍ରେମ, ବନ୍ଧୁତା ଏବଂ ପରିବାରରେ ପରିପୂର୍ଣ୍ଣ ଦିନ । ଇନଷ୍ଟାଗ୍ରାମରେ ପୋଷ୍ଟ କରିବାକୁ ବହୁତ ବିଳମ୍ବ କଲି ? ମୋ ନ୍ୟୁମେରୋ ୟୁନୋ ସହ 6+ବର୍ଷ ।'' ଏହାସହ ସେ ଏକ ଲାଲ ହାର୍ଟ ଇମୋଜି ମଧ୍ୟ ସେୟାର କରିଛନ୍ତି । ସେହିପରି ବିରାଟ ଇନଷ୍ଟାଗ୍ରାମରେ ପୋଷ୍ଟ କରି କ୍ୟାପସନରେ ଏକ ହାର୍ଟ ଇମୋଜୀ ସେୟାର କରିଛନ୍ତି ।

ଏଥିସହ ଅନୁଷ୍କା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ମଧ୍ୟ କିଛି ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ଏହି ଦମ୍ପତି ନିଜ ପରିବାର ସହ ବିବାହ ବାର୍ଷିକ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି । ଗୋଟିଏ ଫଟୋରେ କୋହଲି ଏବଂ ଅନୁଷ୍କା କେକ୍ ସହ ମଜା କରୁଥିବା ନଜର ଆସିଛନ୍ତି । ଦ୍ୱିତୀୟ ଫଟୋରେ ଦୁହେଁ ଏକାଠି କେକ୍ କାଟୁଥିବାର ଦେଖିବାକୁ ମିଳିଛନ୍ତି । ଅନୁଷ୍କା ପୁରା ପରିବାର ସହ ଆଉ ଏକ ଫଟୋ ପୋଷ୍ଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ୬ ବର୍ଷ ପୂର୍ବେ ବିରାଟ କୋହଲି- ଅନୁଷ୍କା ଶର୍ମାଙ୍କ ପଡିଥିଲା ହାତଗଣ୍ଠି, ସାମ୍ପୋ ବିଜ୍ଞାପନରୁ ହୋଇଥିଲା ପ୍ରେମ

ଦମ୍ପତିଙ୍କ ଏହି ଫଟୋ ସେୟାର ହେବା ମାତ୍ରେ ଅନେକ ସେଲିବ୍ରିଟି ସମେତ ଫ୍ୟାନ୍ସ ଲାଇକ କରିବା ସହ କମେଣ୍ଟ ବର୍ଷା କରିଛନ୍ତି । ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ, ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସୁନ୍ଧୁ ସମେତ ଫ୍ୟାନ୍ସ ଉଭୟଙ୍କୁ ବିବାହ ବାର୍ଷିକୀର ଶୁଭକାମନା ଜଣାଇଛନ୍ତି । ସୂଚନା ଥାଉକି, ୨୦୧୭ ଡିସେମ୍ବର ୧୧ରେ ବିବାହ କରିଥିଲେ ଅନୁଷ୍କା-ବିରାଟ । ବିବାହ ପରେ, ଦମ୍ପତି ୨୦୨୧ ମସିହାରେ ଝିଅ ଭାମିକାଙ୍କ ପିତାମାତା ହୋଇଥିଲେ । ଏହି ଦମ୍ପତି ଫ୍ୟାନ୍ସଙ୍କୁ ଏଯାଏଁ ତାଙ୍କ ଝିଅ ଭାମିକାଙ୍କ ଚେହେରା ଦେଖାଇ ନାହାଁନ୍ତି । ସେପଟେ ଖବର ଅନୁଯାୟୀ ଅନୁଷ୍କା ବିରାଟ ୨ୟ ଥର ପାଇଁ ପିତାମାତା ହେବାକୁ ଯାଉଥିବା କୁହାଯାଉଛି ।

Last Updated : Dec 12, 2023, 11:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.