ETV Bharat / entertainment

Dhadkan 2: ଆସୁଛି ଆଉ ଏକ ବ୍ଲକବଷ୍ଟର ଫିଲ୍ମର ସ୍ୱିକେଲ ! ଲଭ୍‌ ଟ୍ରାଙ୍ଗେଲ୍‌ ସହ ବଢିବ ଦର୍ଶକଙ୍କ ‘ଧଡକନ୍‌’

author img

By ETV Bharat Odisha Team

Published : Sep 14, 2023, 2:07 PM IST

‘ଗଦର ୨’ର ସଫଳତା ପରେ ଆସୁଛି ‘ଧଡକନ୍ ୨’। ଏହି ଫିଲ୍ମରେ ପୁଣି ଥରେ ଅକ୍ଷୟ, ସୁନୀଲ ଏବଂ ଶିଳ୍ପା ଶେଟ୍ଟୀଙ୍କୁ ଏକାଠି ଦେଖିବାକୁ ମିଳିବ କି । ଅଧିକ ପଢନ୍ତୁ

ଧଡକନ୍‌
ଧଡକନ୍‌

ହାଇଦ୍ରାବାଦ: ଅଗଷ୍ଟ 11ରେ ପ୍ରେକ୍ଷାଳୟରେ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ​​ଯାହା ବକ୍ସ ଅଫିସରେ ଧମାଲ ମଚାଇଥିଲା ​​। ଏହି ଚଳଚ୍ଚିତ୍ରଟି ହେଉଛି ସନ୍ନି ଦେଓଲ, ଅମିଶା ପଟେଲଙ୍କ ଅଭିନୀତ 'ଗଦର ୨' । ଏହି ଫିଲ୍ମ ରିଲିଜ ହେବାର ମାସେ ବିତିଗଲାଣି, ତଥାପି ଏହାର କ୍ରେଜ୍‌ କମିନାହିଁ । ଅନିଲ ଶର୍ମାଙ୍କ ନିର୍ଦ୍ଦେଶନାରେ ଅତି କମ୍‌ ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ 674 କୋଟି ଟଙ୍କା ରୋଜଗାର କରିଛି । ଯାହାକି ଏକ ବ୍ଲକବଷ୍ଟର ରୋଜଗାର । ଚଳଚ୍ଚିତ୍ରର ସଫଳତା ଦେଖିବା ପରେ, 2000 ମସିହାରେ ମୁକ୍ତିଲାଭ କରିଥିବା ଅନ୍ୟ ଏକ ସୁପରହିଟ୍ ଫିଲ୍ମର ସିକ୍ୱେଲ ବିଷୟରେ ଆଲୋଚନା ଆରମ୍ଭ ହୋଇଛି । ଏହି ଚଳଚ୍ଚିତ୍ରଟି ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ ସୁନୀଲ ଶେଟ୍ଟୀ, ଅକ୍ଷୟ କୁମାର ଏବଂ ଶିଳ୍ପା ଶେଟ୍ଟୀଙ୍କ ଅଭିନୀତ ଚଳଚ୍ଚିତ୍ର 'ଧଡକନ୍'। ଏହା ବ୍ୟତୀତ ମହିମା ଚୌଧରୀ ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଅଂଶ ଥିଲେ ।

ଗଦର 2ର ବ୍ଲକବଷ୍ଟର ସଫଳତା ପରେ, ଖବର ଆସୁଛି ଯେ ବର୍ତ୍ତମାନ ଧଡକନର ଏକ ସିକ୍ୱେଲ ଆସିପାରେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫିଲ୍ମ ଧଡକନ୍‌ର ନିର୍ଦ୍ଦେଶକ ଧର୍ମେଶ ଦର୍ଶନଙ୍କୁ ଯେତେବେଳେ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ ଯେଉଁ କାମ ସେ କରିଛନ୍ତି ସେହି କାମକୁ ଲୋକମାନେ ମିସ୍‌ କରୁଛନ୍ତି । ଦର୍ଶକଙ୍କର ଏହି ଯୋଗଦାନ ମୋତେ ଖୁସି ଦେଉଛି । ରାଜା ହିନ୍ଦୁସ୍ତାନୀ ସହିତ ନିର୍ଦ୍ଦେଶକ କହିଛନ୍ତି ଯେ ସେ ଧଡକନର ସିକ୍ୱେଲରେ କାମ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସୁନୀଲ-ଶିଳ୍ପାଙ୍କୁ ଏକାଠି ଦେଖି ଅକ୍ଷୟଙ୍କୁ ଖୋଜୁଛନ୍ତି ଫ୍ୟାନ୍ସ

ସେ କହିଛନ୍ତି ଯେ, ଧଡକନ୍ ନିର୍ମାତା ରତନ ଜୈନ ତାଙ୍କୁ ଧଡକାନ୍ ୨ର ଅଫର ଦେଇଛନ୍ତି । ଗଦର 2ର ଅପାର ସଫଳତାର 10 ରୁ 15 ଦିନ ପରେ ତାଙ୍କୁ ଏହି ଚଳଚ୍ଚିତ୍ର ଅଫର କରାଯାଇଛି । ନିର୍ଦ୍ଦେଶକ କହିଛନ୍ତି ଯେ ନିର୍ମାତା ରତନ ଜୈନ ନିଜେ ତାଙ୍କ ନିକଟକୁ ଯାଇ ଏ ବିଷୟରେ କଥାବାର୍ତ୍ତା କରି କହିଛନ୍ତି ଯେ ସେ ଧଡକନ 2ରେ କାମ କରିବାକୁ ଚାହୁଁଛନ୍ତି ।

ଏହା ମଧ୍ୟ ପଢନ୍ତୁ: Box Office Collection: 25 ଦିନରେ ଏତିକି ଆୟ କଲା ସନ୍ନି ଦେଓଲ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ

ଯେତେବେଳେ ତାଙ୍କୁ ଧଡକନ୍ 2ର ଷ୍ଟାର୍ କାଷ୍ଟ୍ ପାଇଁ ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ ଏବଂ ଶିଳ୍ପା ଶେଟ୍ଟୀଙ୍କୁ ନେବେ କି ପଚରାଯାଇଥିଲା, ଏଥିର ସେ କହିଥିଲେ ଯେ ଏପର୍ଯ୍ୟନ୍ତ ସେମିତି କୌଣସି ଆଲୋଚନା ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.