ETV Bharat / entertainment

OTTରେ କାଜୋଲଙ୍କ ଡେବ୍ୟୁ, ଦ ଗୁଡ ୱାଇଫରେ ଆସିବେ ନଜର

author img

By

Published : May 7, 2023, 12:13 PM IST

ବଲିଉଡ ଲୋକପ୍ରିୟ ଅଭିନେତ୍ରୀ କାଜୋଲ ଖୁବ୍ ଶୀଘ୍ର ଏକ ୱେବ୍ ସିରିଜରେ ନଜର ଆସିବେ । ଅଭିନେତ୍ରୀ ସୋସିଆଲ୍ ମିଡିଆରେ ଟିମର ଅନେକ ଫଟୋ ସେୟାର କରିଛନ୍ତି। ସେପଟେ ୱେବ୍ ସିରିଜର ପୁରା ଟିମଙ୍କ ଫଟୋ ସେୟାର କରିଛନ୍ତି ଆମୀର ଅଲି । ଅଧିକ ପଢନ୍ତୁ,

'ଦ ଗୁଡ ୱାଇଫ' ୱେବସିରିଜ ସହ ଓଟିଟିରେ ଡେବ୍ୟୁ କରିବେ କାଜୋଲ
'ଦ ଗୁଡ ୱାଇଫ' ୱେବସିରିଜ ସହ ଓଟିଟିରେ ଡେବ୍ୟୁ କରିବେ କାଜୋଲ

ମୁମ୍ବାଇ: ବଲିଉଡ ଲୋକପ୍ରିୟ ଅଭିନେତ୍ରୀ କାଜୋଲ 90 ଦଶକରୁ ବର୍ତ୍ତମାନ ଯାଏଁ ନିଜ ଅଭିନୟ ଯାଦୁରେ ଅନେକ ହିଟ ଫିଲ୍ମ ଦେଇ ଦର୍ଶକଙ୍କ ମନ ଜିତି ଆସୁଛନ୍ତି । ତେବେ କାଜୋଲଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ଆସିଛି । 'ଦ ଗୁଡ ୱାଇଫ' ୱେବ ସିରିଜ ସହ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି କାଜୋଲ । ଏନେଇ କାଜୋଲ ସୋସିଆଲ ମିଡିଆରେ ଟିମ ସହ ଫଟୋ ସେୟାର କରିଛନ୍ତି । ସେପଟେ ଲୋକପ୍ରିୟ ଅଭିନେତା ଆମୀର ଅଲି ମଧ୍ୟ 'ଦି ଗୁଡ୍ ୱାଇଫ୍' ସିରିଜର ପୁରା କାଷ୍ଟ ଏବଂ କ୍ରୁଙ୍କ ଫଟୋ ସେୟାର କରିଛନ୍ତି ।

'ଦ ଗୁଡ ୱାଇଫ' ୱେବସିରିଜ ସହ ଓଟିଟିରେ ଡେବ୍ୟୁ କରିବେ କାଜୋଲ
'ଦ ଗୁଡ ୱାଇଫ' ୱେବସିରିଜ ସହ ଓଟିଟିରେ ଡେବ୍ୟୁ କରିବେ କାଜୋଲ

'ଦି ଗୁଡ୍ ୱାଇଫ୍' ୱେବସିରିଜ ନିର୍ଦ୍ଦେଶକ ସୁପର୍ଣ୍ଣ ଭର୍ମା ପୁରା ଟିମର କଳାକାରଙ୍କ ପାଇଁ ଏକ ଭୋଜିର ଆୟୋଜନ କରିଥିଲେ । ଏଠାରେ ସିରିଜ ସମସ୍ତ ଷ୍ଟାର ଯୋଗ ଦେଇଥିଲେ । ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ କାଜୋଲ ଟିମ ସହ ଫଟୋ ସେୟାର କରିଛନ୍ତି ଏବଂ କ୍ୟାପସନରେ ଦ ଗୁଡ ଟିମ ବୋଲି ଲେଖିଛନ୍ତି । ସେହିପରି ଇନଷ୍ଟାଗ୍ରାମରେ ଆମୀର ଅଲି 'ଦି ଗୁଡ୍ ୱାଇଫ୍' ସିରିଜର ପୁରା ଟିମର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସିରିଜର ପ୍ରମୁଖ ଚେହେରା ଯଥା କାଜୋଲ, ଜିଶୁ ସେନଗୁପ୍ତା, ଶିବା ଚଢା, କୁବ୍ରା ସେତ ଏବଂ ଅନେକତ ତାରକା ସାମିଲ ହୋଇଛନ୍ତି । ଏହି ଫଟୋ ସହ ସେ କ୍ୟାପସନରେ ଲେଖିଛନ୍ତି, ୟା ଆମେ ଶୀଘ୍ର ଆସୁଛୁ । ସୁନ୍ଦର ସନ୍ଧ୍ୟା ପାଇଁ ମୋ ନିର୍ଦ୍ଦେଶକ ସୁପର୍ଣ୍ଣ ଭର୍ମା ଧନ୍ୟବାଦ ।

ସୂଚନା ଥାଉ କି, ଦି ଗୁଡ୍ ୱାଇଫ୍ ହେଉଛି ଆମେରିକାର କୋର୍ଟ ରୁମ୍ ଡ୍ରାମା ଦି ଗୁଡ୍ ୱାଇଫର ଭାରତୀୟ ରିମେକ ଅଟେ । ଆମେରିକୀୟ ସିରିଜରେ ଜୁଲିଆନା ମାରଗୁଲିସ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏବଂ 2009 ରେ ପ୍ରସାରଣ ଆରମ୍ଭ କରିଥିଲେ । ଶୋ’ର 7ଟି ସିଜନ ରହିଥିଲା ଏବଂ ଏହା 2016ରେ ଶେଷ ହୋଇଥିଲା । ହିନ୍ଦୀର ଏହି ସିରିଜରେ ବଲିଉଡ ଅଭିନେତ୍ରୀ କାଜୋଲ ମୁଖ୍ୟ ଭୂମିକାରେ ନଜର ଆସିବେ ଏବଂ ଏହା ତାଙ୍କର ୱେବ୍ ସିରିଜ୍ ଡେବ୍ୟୁ ହେବ ।

'ଦି ଗୁଡ୍ ୱାଇଫ୍'ରେ କାଜୋଲ ଜଣେ ଗୃହିଣୀ ଭୂମିକାରେ ନଜର ଆସିବେ । ଯିଏ ସ୍ୱାମୀଙ୍କ ସ୍କାମ ତାଙ୍କୁ ଜେଲରେ ରଖିବା ପରେ ଓକିଲ ଭାବରେ କାମ କରିବେ । ଏହି ସିରିଜ୍ ଡିସ୍ନି ପ୍ଲସ୍ ହଟଷ୍ଟାରରେ ଷ୍ଟ୍ରିମ୍ ହେବ । କାଜୋଲ ଇନଷ୍ଟାଗ୍ରାମରେ ଏକ ଟିଜର ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ବ୍ଲାକ ରଙ୍ଗର ପୋଷାକ ପିନ୍ଧି କୋର୍ଟ ପରିସରକୁ ଯାଉଛନ୍ତି । ତା’ପରେ ସେ ପଚାରନ୍ତି, 'ଆରମ୍ଭ ?' 30 ସେକେଣ୍ଡର ଘୋଷଣା ଭିଡିଓରେ କାଜୋଲଙ୍କ ଚରିତ୍ର ବିଷୟରେ ଅନେକ କିଛି କୁହାଯାଇଛି । ସେ ଲେଖିଛନ୍ତି, 'ପ୍ୟାର, କାନୁନ, ଧୋକା - ଦି ଗୁଡ୍ ୱାଇଫ୍ ଯୁଦ୍ଧ, ହଟଷ୍ଟାର୍ ସ୍ପେଶାଲ୍ ଖୁବ ଶୀଘ୍ର ଆସିବ । ସେପଟେ ଆମୀର ଅଲିଙ୍କ କଥା କହିବାକୁ ଗଲେ, ଆମୀର 'ବ୍ଲାକ୍ ବିଡୋ' ଏବଂ 'ନକ୍ସଲବାଦୀ' ପରି ସିରିଜରେ ଅଭିନୟ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.