ETV Bharat / entertainment

ନିର୍ବନ୍ଧରେ ରୋମାଣ୍ଟିକ ହେଲେ ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ, ସେୟାର କଲେ ଫଟୋ

author img

By

Published : Aug 4, 2023, 5:32 PM IST

ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ କଶ୍ୟପଙ୍କ ନିର୍ବନ୍ଧ ହୋଇଛି । ବିଦେଶୀ ବୟଫ୍ରେଣ୍ଡକୁ ଜୀବନ ସାଥୀ କରିଛନ୍ତି । ବର୍ତ୍ତମାନ ଆଲିଆ ତାଙ୍କ ନିର୍ବନ୍ଧର ସୁନ୍ଦର ଫଟୋ ସେୟାର କରିଛନ୍ତି। ଅଧିକ ପଢନ୍ତୁ,

ନିର୍ବନ୍ଧରେ ରୋମାଣ୍ଟିକ ହେଲେ ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ, ଫଟୋ କଲେ ସେୟାର
ନିର୍ବନ୍ଧରେ ରୋମାଣ୍ଟିକ ହେଲେ ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ, ଫଟୋ କଲେ ସେୟାର

ମୁମ୍ବାଇ: ବଲିଉଡ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ କଶ୍ୟପ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଆଲିଆ ତାଙ୍କ ବିଦେଶୀ ପ୍ରେମିକ ସଚିନଙ୍କ ସହ ଅଗଷ୍ଟ 3ରେ ନିର୍ବନ୍ଧ ସରିଛି । ସମସ୍ତ ବଲିଉଡ ତାରକା ଆଲିଆ ଏବଂ ସଚିନଙ୍କ ଯୋଗଦାନରେ ଏକାଠି ହୋଇଥିଲେ। ଏଥିରେ ସୁହାନା ଖାନ୍‌, ଖୁସି କପୁର ଏବଂ ପଲକ ତିୱାରୀ ମଧ୍ୟ ସାମିଲ ହୋଇଥିଲେ । ବର୍ତ୍ତମାନ ଆଲିଆ ତାଙ୍କ ନିର୍ବନ୍ଧର ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହି ଫଟୋଗୁଡ଼ିକରେ ଆଲିଆ ଏବଂ ସଚିନ ରୋମାଣ୍ଟିକ୍ ପୋଜ୍‌ରେ ନଜର ଆସିଛନ୍ତି ।

ଆଲିଆ କଶ୍ୟପ ଏବଂ ତାଙ୍କ ଭାବିସ୍ବାମୀ ସଚିନଙ୍କ ଆଉଟଫିଟ ବିଷୟରେ କହିବାକୁ ଗଲେ ଏହାକୁ ଡିଜାଇନର୍ ଅନୀତା ଡୋଙ୍ଗ୍ରେ ପ୍ରସ୍ତୁତ କରିଛନ୍ତି । ଅଳଙ୍କାର ମଧ୍ୟ ଅନୀତା ଡୋଙ୍ଗ୍ରେଙ୍କ କଲେକ୍ସନରୁ ନିଆଯାଇଛି । ଆଲିଆଙ୍କ ଆମେରିକୀୟ ବୟଫ୍ରେଣ୍ଡ ସଚିନ ଏକ ହ୍ବାଇଟ ରଙ୍ଗର କୁର୍ତ୍ତା-ପାଇଜାମା ସହ ନେହେରୁ କଟ୍‌ ଜ୍ୟାକେଟରେ ନଜର ଆସିଥିବା ବେଳେ ଆଲିଆ ହ୍ବାଇଟ ରଙ୍ଗର ଲେହେଙ୍ଗାରେ ଖୁବ ସୁନ୍ଦର ଦେଖାଯାଉଛନ୍ତି ।

ତେବେ ଆଲିଆ ନିଜ ଇନ୍‌ଷ୍ଟାଗ୍ରାମରେ ତାଙ୍କ ନିର୍ବନ୍ଧର ଫଟୋ ସେୟାର କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, 'ମାଇ ଲଭ୍‌' । ସେୟାର ହୋଇଥିବା ଗୋଟିଏ ଫଟୋରେ ଆଲିଆ ଏବଂ ସଚିନଙ୍କ ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଫଟୋ ରହିଥିବା ବେଳେ ଅନ୍ୟଟିରେ ଆଲିଆ ଏବଂ ସଚିନ୍‌ ଲିପ୍‌ଲକ୍‌ କରୁଥିବା ନଜର ଆସିଛନ୍ତି । ସୂଚନା ଥାଉ କି, ଗତ ମେ' ମାସରେ ଆଲିଆ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ସଚିନଙ୍କ ସହ ପ୍ରେମ ସମ୍ପର୍କ ନେଇ ଘୋଷଣା କରିଥିଲେ । ଏହି ଫଟୋ ସେୟାର ହେବା ପରେ ଅନେକ ସେଲିବ୍ରିଟି ଏବଂ ଫ୍ୟାନ୍ସ ଏହାକୁ ଲାଇକ୍‌ କରିବା ସହ ପ୍ରତିକ୍ରିୟାରେ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଦିତ୍ୟ ଅନନ୍ୟାଙ୍କ ଡେଟିଂ ରୁମର, ଉପଦେଶ ଦେଇ ଏଭଳି ପ୍ରତିକ୍ରିୟା ରଖିଲେ ଚଙ୍କି ପାଣ୍ଡେ

ଗ୍ୟାଙ୍ଗ୍ସ ଅଫ୍‌ ୱାସେପୁର ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ପ୍ରଥମ ପତ୍ନୀ ଆରତୀ ବଜାଜଙ୍କ ଝିଅ ଆଲିଆ କଶ୍ୟପ । ଅନୁରାଗ ଏବଂ ଆରତୀ 1997 ମସିହାରେ ବିବାହ କରିଥିଲେ ଏବଂ 2009ରେ ପରସ୍ପରଠାରୁ ଅଲଗା ହୋଇଥିଲେ । ପରେ 2011 ମସିହାରେ ଅନୁରାଗ ଅଭିନେତ୍ରୀ କଲ୍କି କୋଚଲିନ୍‌ଙ୍କୁ ଦ୍ବିତୀୟ ବିବାହ କରିଥିଲେ, ଯାହା କେବଳ ଚାରି ବର୍ଷ ଚାଲିଥିଲା । ଏବଂ ପରେ 2015 ରେ ଦୁହେଁ ଅଲଗା ହୋଇଥିଲେ। ସୂଚନା ଥାଉ କି, ଉଭୟ ଆରତୀ ବଜାଜ ଏବଂ କଲ୍କି ଆଲିଆଙ୍କ ନିର୍ବନ୍ଧରେ ନଜର ଆସିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.