ETV Bharat / entertainment

G 20 Summit: ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ବଲିଉଡ ସେଲିବ୍ରିଟି, କହିଲେ-ଦେଶ ପାଇଁ ଦମଦାର ଉପଲବ୍ଧି

author img

By ETV Bharat Odisha Team

Published : Sep 12, 2023, 10:26 PM IST

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଦେଶର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ଜି -20 ସମ୍ମିଳନୀ ସଫଳତା ପାଇଁ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏବଂ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହା ଦେଶ ପାଇଁ ଏକ ବଡ ଉପଲବ୍ଧି ବୋଲି କହିଛନ୍ତି। ଅଧିକ ପଢନ୍ତୁ,

ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଦୀପିକା ପାଦୁକୋନ, କହିଲେ- ଦେଶ ପାଇଁ ଦମଦାର ଉପଲବ୍ଧି
ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଦୀପିକା ପାଦୁକୋନ, କହିଲେ- ଦେଶ ପାଇଁ ଦମଦାର ଉପଲବ୍ଧି

ହାଇଦ୍ରାବାଦ: ରାଜଧାନୀ ଦିଲ୍ଲୀରେ ତିନି ଦିନ (8-10 ସେପ୍ଟେମ୍ବର) ପର୍ଯ୍ୟନ୍ତ ଚାଲିଥିବା ଜି -20 ସମ୍ମିଳନୀ ସଫଳତାର ସହ ସରିଛି। ଏହି ସମ୍ମିଳନୀରେ ଆମେରିକା ଏବଂ ବ୍ରିଟେନ ସମେତ ବିଶ୍ବର ବିକଶିତ ଦେଶଗୁଡ଼ିକ ଏଥିରେ ଅଂଶଗ୍ରହଣ କରି ବିଶ୍ୱ ମଞ୍ଚରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏଥିସହ ସମଗ୍ର ବିଶ୍ୱରେ ଏହି ଶିଖର ସମ୍ମିଳନୀ ବିଷୟରେ ଆଲୋଚନା ଜୋରସୋରରେ ଚାଲିଥିବା ବେଲେ ଅନେକ ସେଲିବ୍ରିଟି ଏହି ସମ୍ମିଳନୀର ସଫଳତା ପାଇଁ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଜି -20 ସମ୍ମିଳନୀ ସଫଳତା ପାଇଁ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଦୀପିକା ପାଦୁକୋନ,
ଜି -20 ସମ୍ମିଳନୀ ସଫଳତା ପାଇଁ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଦୀପିକା ପାଦୁକୋନ

ସେପ୍ଟେମ୍ବର 10 ରେ ଏହି ସମ୍ମିଳନୀ ସଫଳତାର ସହ ଶେଷ ହେବା ପରେ ବଲିଉଡର ଅନେକ ତାରକା ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିରେ ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନ, ଶାହାରୁଖ ଖାନ, ଆମୀର ଖାନ ଏବଂ ଅକ୍ଷୟ କୁମାରଙ୍କ ପରି ବଡ ତାରକା ପିଏଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବର୍ତ୍ତମାନ ବଲିଉଡ ଅଭିନେତା ରଣଭୀର ସିଂ ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଏହି ଦମଦାର ସଫଳତା ପାଇଁ ପୋଷ୍ଟ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି।

ଜି -20 ସମ୍ମିଳନୀ ସଫଳତା ପାଇଁ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ରଣଭୀର ସିଂ
ଜି -20 ସମ୍ମିଳନୀ ସଫଳତା ପାଇଁ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ରଣଭୀର ସିଂ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ଜି -20 ଶିଖର ସମ୍ମିଳନୀ ଆୟୋଜନ କରିଥିବାରୁ ଅଭିନନ୍ଦନ, ଏହା ଆମ ଦେଶ ପାଇଁ ଏକ ଉଲ୍ଲେଖନୀୟ ସଫଳତା। ବିଶ୍ବସ୍ତରୀୟ କାର୍ଯ୍ୟକଳାପ ଆୟୋଜନ କରିବାର ଭାରତ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଆମ ଦେଶର ସାମର୍ଥ୍ୟକୁ ବିଶ୍ବକୁ ଦର୍ଶାଇବା ଏହା ଏକ ଉଲ୍ଲେଖନୀୟ ସଫଳତା। ବିଶ୍ବସ୍ତରୀୟ କାର୍ଯ୍ୟକୁ ଏକତ୍ରିତ କରିବା, ଏକତାକୁ ଦୃଢ କରିବା ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଟ ଦେଖାଇବା ପାଇଁ ଆମର ସାମର୍ଥ୍ୟ ଏକ ବଡ ପ୍ରମାଣ। ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ।" ସେହିପରି ଅଭିନେତା ତଥା ଦୀପିକାଙ୍କ ସ୍ବାମୀ ତଥା ଅଭିନେତା ରଣଭୀର ସିଂ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏବଂ ଏହା ଦେଶ ପାଇଁ ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି।

  • Congratulations to Hon. PM @narendramodi ji for the success of India’s G20 Presidency and for fostering unity between nations for a better future for the people of the world.
    It has brought in a sense of honour and pride into the hearts of every Indian. Sir, under your… https://t.co/x6q4IkNHBN

    — Shah Rukh Khan (@iamsrk) September 10, 2023 " class="align-text-top noRightClick twitterSection" data=" ">

ସୂଚନା ଥାଉ କି, ପୂର୍ବରୁ ଶାହାରୁଖ ଖାନ ତାଙ୍କ ଟ୍ୱିଟରରେ ପୋଷ୍ଟ ସେୟାର କରି ଲେଖିଛନ୍ତି, ଭାରତର ଜି -20ର ସଫଳତା ତଥା ବିଶ୍ବର ଲୋକଙ୍କ ପାଇଁ ଏକ ଭଲ ଭବିଷ୍ୟତ ପାଇଁ ରାଷ୍ଟ୍ର ମଧ୍ୟରେ ଏକତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ। ଏହା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସମ୍ମାନ ଓ ଗର୍ବର ଭାବନା ସୃଷ୍ଟି କରିଛି।

ଏହା ମଧ୍ୟ ପଢନ୍ତୁ: ଶାହାରୁଖଙ୍କ ପରେ ଏହି 4 ଟପ୍‌ ଅଭିନେତାଙ୍କ ସହ ଧମାକା କରିବେ 'ଜବାନ' ନିର୍ଦ୍ଦେଶକ, ଚାଲିଛି ପ୍ରସ୍ତୁତି

ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଆଜିକାଲି ଦୀପିକା ପାଦୁକୋନ ରିଲିଜ ହୋଇଥିବା ଫିଲ୍ମ ଜବାନରେ ନଜର ଆସିଛନ୍ତି। ଯାହା 5ମ ଦିନ ମଧ୍ୟରେ ବକ୍ସ ଅଫିସରେ 550 କୋଟି ଟଙ୍କା ଅତିକ୍ରମ କରିଛି। ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ ଆଜାଦ (ଶାହାରୁଖ ଖାନ) ଙ୍କ ମାତା ଭୂମିକାରେ ଅଭିନୟ କରିଛନ୍ତି। ଏଥିସହିତ ଶାହାରୁଖ ଏହି ଫିଲ୍ମରେ ଡବଲ ରୋଲ ବାପା ଏବଂ ପୁଅ ଭୂମିକାରେ ନଜର ଆସିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.