ETV Bharat / entertainment

Akhil Mishra: 58 ବର୍ଷ ବୟସରେ ଅଭିନେତା ଅଖିଳ ମିଶ୍ରାଙ୍କ ନିଧନ

author img

By ETV Bharat Odisha Team

Published : Sep 21, 2023, 2:55 PM IST

ଆପପାରିରେ ଅମୀର ଖାନ, ଆର ମାଧବନ ଏବଂ ଶର୍ମାନ ଯୋଶୀ ଅଭିନୀତ ମେଗା-ବ୍ଲକବଷ୍ଟର ଚଳଚ୍ଚିତ୍ର 3 ଇଡିଅଟ୍ସ ଫେମ୍ ଅଭିନେତା ଅଖିଳ ମିଶ୍ରା । ରିପୋର୍ଟ ଅନୁସାରେ, ଅଭିନେତା ବିଲ୍ଡିଂରୁ ଗୋଡ଼ ଖସି ଯିବାରୁ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ

58 ବର୍ଷ ବୟସରେ ଅଭିନେତା ଅଖିଳ ମିଶ୍ରାଙ୍କ ନିଧନ
58 ବର୍ଷ ବୟସରେ ଅଭିନେତା ଅଖିଳ ମିଶ୍ରାଙ୍କ ନିଧନ

ହାଇଦ୍ରାବାଦ: ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ପୁଣି ଦୁଃଖଦ ଖବର ଆସିଛି । ଅମୀର ଖାନ, ଆର ମାଧବନ ଏବଂ ଶର୍ମାନ ଯୋଶୀ ଅଭିନୀତ ମେଗା-ବ୍ଲକବଷ୍ଟର ଚଳଚ୍ଚିତ୍ର 'ଥ୍ରୀ ଇଡିଅଟ୍ସ' ଫେମ୍ ଅଭିନେତା ଅଖିଳ ମିଶ୍ରାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 58 ବର୍ଷ ହୋଇଥିଲା । ରିପୋର୍ଟ ଅନୁସାରେ, ଅଭିନେତା କାମ କରୁଥିବା ସମୟରେ ବିଲ୍ଡିଂରୁ ଖସି ମୃତ୍ୟୁବରଣ କରିଛନ୍ତି । ତେବେ ତାଙ୍କ ବିୟୋଗରେ ପରିବାର ଏବଂ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ ଅନୁସାରେ, ବିଲ୍ଡିରୁ ଖସିଯିବା ପରେ ଅଭିନେତାଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି ଯେ, ସେ ବାଲକୋନିରେ ଚାଲୁଥିବା ସମୟରେ ଖସି ପଡିଥିଲେ । ଅନ୍ୟ ରିପୋର୍ଟରେ ଏହା ମଧ୍ୟ କୁହାଯାଉଛି ଯେ ରୋଷେଇ ଘରେ କାମ କରୁଥିବାବେଳେ ତାଙ୍କ ପାଦ ଖସି ଯାଇ ସେ ବିଲଡିଂରୁ ଖସିପଡିଥିଲେ । ଏହି ଦୁର୍ଘଟଣା ସମୟରେ ଅଭିନେତାଙ୍କ ପତ୍ନୀ ସୁଜାନ ବର୍ନେଟ ହାଇଦ୍ରାବାଦରେ ସୁଟିଂ କରୁଥିଲେ ଏବଂ ଯେତେବେଳେ ସେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇଥିଲେ, ସେ ସଙ୍ଗେ ସଙ୍ଗେ ଘରକୁ ଫେରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିନେତାଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡିଛି । ସେପଟେ ସ୍ୱାମୀଙ୍କ ମୃତ୍ୟୁରେ ପତ୍ନୀ ସୁଜେନ ଆଶ୍ଚର୍ଯ୍ୟ ହେବା ସହ ଭାଙ୍ଗିପଡିଛନ୍ତି ।

ଅଖିଳ ମିଶ୍ରା ଟିଭି ଏବଂ ବଲିଉଡର ଜଣେ ଜଣାଶୁଣା ଚେହେରା । ଏହି ଅଭିନେତା ଭ୍ରମର, ଉତ୍ତରନ, ଉଡାନ, ସିଆଇଡି, ଶ୍ରୀମାନ ଶ୍ରୀମତି, ଭାରତ ଏକ ଖୋଜ, ରଜନୀ ଏବଂ ଅନ୍ୟାନ୍ୟ ଅନେକ ଟିଭି ସିରିଏଲରେ କାମ କରିଛନ୍ତି । ଏଥି ସହିତ, ବଲିଉଡରେ ସେ ଶାହାରୁଖ ଖାନଙ୍କ ଫିଲ୍ମ ଡନ୍, ଭେଲଡନ୍ ଆବା, ହାଜାରୋ ଖୱାଇସେଁ ଏସି ଏବଂ 3 ଇଡିଅଟ୍ସରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସନାତନ ଧର୍ମ ଉପରେ ଟିପ୍ପଣୀ ଦେଇ ଫସିଲେ ପ୍ରକାଶ ରାଜ: ମିଳିଲା ହତ୍ୟା ଧମକ, ଥାନାରେ ମାମଲା

ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ଅଖିଳ ଜର୍ମାନ ଅଭିନେତ୍ରୀ ସୁଜେନ ବର୍ନେଟଙ୍କୁ ଫେବୃଆରୀ 3, 2009ରେ ବିବାହ କରିଥିଲେ । ଏଥି ସହିତ, 30 ସେପ୍ଟେମ୍ବର 2011ରେ ଅଭିନେତା ପାରମ୍ପାରିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ଫିଲ୍ମ 'କ୍ରମ' ଏବଂ ଟିଭି ଶୋ ମେରା ଦିଲ ଦେୱାନା ରେ ଅଖିଳ ଏବଂ ସୁଜେନ ଏକାଠି କାମ କରିଛନ୍ତି । ଏହା ବ୍ୟତୀତ ଦୁହେଁ ଏକାଠି ଥିଏଟର ମଧ୍ୟ କରିଛନ୍ତି । ଦୁହେଁ ଏକ ଛୋଟ ଚଳଚ୍ଚିତ୍ର ମଜନୁ କି ଜୁଲିଏଟ୍ ରେ ମଧ୍ୟ ଏକାଠି କାମ କରିଛନ୍ତି । ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ଅଖିଳ ନିଜେ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ।

ସେପଟେ ସୁଜେନଙ୍କ ବିଷୟରେ କହିବାକୁ ଗଲେ, ସେ ଲୋକପ୍ରିୟ ଟିଭି ଶୋ କସୋଟି ଜିନ୍ଦାଗି କି, ସାବଧାନ ଇଣ୍ଡିଆ, ଏକ୍ ହାଜାରୋ ମେନ୍ ମେରୀ ବେହନା, ଚକ୍ରବର୍ତ୍ତୀ ଅଶୋକ ସମ୍ରାଟ, ୟେ ରିସ୍ତା କ୍ୟା କେହଲତା ହେ ଏବଂ ପୋରସରେ ଅଭିନୟ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.