ETV Bharat / crime

କାଲିମେଘିରେ ବିଭତ୍ସ ହତ୍ୟାକାଣ୍ଡ, ପୋଲିସର ତଦନ୍ତ ଆରମ୍ଭ

author img

By

Published : Mar 17, 2021, 7:29 AM IST

ଗଞ୍ଜାମ କାଲିମେଘିରେ ବିଭତ୍ସ ହତ୍ୟାକାଣ୍ଡ । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ...

ହତ୍ୟାକାଣ୍ଡ
ହତ୍ୟାକାଣ୍ଡ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୋଦଳା ଥାନା କାଲିମେଘି ପଞ୍ଚାୟତରେ ବିଭତ୍ସ ହତ୍ୟାକାଣ୍ଡ । ସଙ୍ଘବଦ୍ଧ ଆକ୍ରମଣରେ ଟୁଟୁ ନାୟକ ନାମକ ଜଣେ ଯୁବକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଟୁଟୁଙ୍କୁ 8 ରୁ 10 ଜଣ ଯୁବକ ମିଳିତ ଭାବରେ ବିଚ୍ ରାସ୍ତାରେ ହତ୍ୟା କରି ଫେରାର ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ମୃତ ଯୁବକଙ୍କ ଘର ନିତ୍ୟାନନ୍ଦପୁର କଲୋନୀରେ ବୋଲି ଜଣାପଡିଛି । ସୂଚନାନୁଯାୟୀ, ସୋମବାର ରାତିରେ ଟୁଟୁ ନାୟକଙ୍କ ଲଛିପୁର ଗ୍ରାମର ଘରକୁ ଜିତୁ ନାମକ ଜଣେ ଯୁବକ ଓ ତାର 8 ରୁ 10 ଜଣ ସାଙ୍ଗ ଆସିଥିଲେ । ସେମାନେ ଟୁଟୁ ସମେତ ତାଙ୍କର ପତ୍ନୀଙ୍କୁ ମଧ୍ୟ ମାଡ ମାରିଥିଲେ ।

ତେଣୁ ମଙ୍ଗଳବାର ସକାଳୁ ହୋଇଥିବା ହତ୍ୟା ପରେ ସେମାନେ ମିଳିତ ଭାବରେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ତେବେ ହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ କିପରି ଏଭଳି ଏକ ହତ୍ୟାକାଣ୍ଡ ଘଟିଲା ତାହାକୁ ନେଇ ସମସ୍ତଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ କୋଦଳା ଥାନା ଆଇଆଇସିଙ୍କ ସମେତ ଅନ୍ୟ ଅଧିକାରୀ ମାନେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ମୃତ ଟୁଟୁ ନାୟକର ତିନୋଟି ଝିଅ ଏବଂ ଗୋଟିଏ ପୁଅ ରହିଥିବା ଜଣାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.