ETV Bharat / city

ସାମାନ୍ୟ ବଚସାରୁ ଯୁବକଙ୍କୁ ନିର୍ମମ ହତ୍ୟା

author img

By

Published : Sep 12, 2022, 8:02 AM IST

ସମ୍ବଲପୁରରେ ସଂଘବଦ୍ଧ ଭାବେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ବୁର୍ଲା ଥାନା ଘେରାଉ କଲେ ଉତ୍ୟକ୍ତ ଅଞ୍ଚଳବାସୀ । ଅଧିକ ପଢନ୍ତୁ

ସାମାନ୍ୟ ବଚସାରୁ ଗଡିଲା ମୁଣ୍ଡ, ଯୁବକଙ୍କୁ ନିର୍ମମ ହତ୍ୟା
ସାମାନ୍ୟ ବଚସାରୁ ଗଡିଲା ମୁଣ୍ଡ, ଯୁବକଙ୍କୁ ନିର୍ମମ ହତ୍ୟା

ସମ୍ବଲପୁର: ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ସାମାନ୍ୟ ବଚସାରୁ ଗଡିଲା ମୁଣ୍ଡ, ସଂଘବଦ୍ଧ ଭାବେ ଯୁବକଙ୍କୁ ହତ୍ୟା । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାର ବୁର୍ଲା ଥାନା ଅନ୍ତର୍ଗତ ପିଡବ୍ଲୁଡି ଅଞ୍ଚଳରେ । ମୃତକ ଜଣଙ୍କ ହେଉଛନ୍ତି ୱେଲଡିଂ ମିସ୍ତ୍ରୀ ବୈଜନାଥ ଶର୍ମା ।

ସାମାନ୍ୟ ବଚସାରୁ ଗଡିଲା ମୁଣ୍ଡ, ଯୁବକଙ୍କୁ ନିର୍ମମ ହତ୍ୟା

ମିଳିଥିବା ସୂଚନା ଅନୁଯାୟୀ, ରବିବାର ଦିନ PWD ଅଞ୍ଚଳରେ ବୈଜନାଥ ଶର୍ମା ଥିବା ବେଳେ ୫ରୁ ୬ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ଆସି ତାଙ୍କୁ ଗାଳି ଗୁଲଜ କରିଥିଲେ । ଏହାପରେ ସମସ୍ତେ ଗାଳିଗୁଲଜ କରିବା ସହ ମାରାଣାଅସ୍ତ୍ରରେ ବୈଜନାଥ ଶର୍ମାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ମାମୁଁଙ୍କୁ ହତ୍ୟା କରାଯାଇଥିବା ବୈଜନାଥଙ୍କ ଭଣଜା ଅଭିଯୋଗ ଆଣିଛନ୍ତି ।

ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ପୋଲିସର ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ । ଅନ୍ୟପଟେ ଏହି ହତ୍ୟାକାଣ୍ଡ ପରେ ବୁର୍ଲାଥାନା ଘେରାଉ କରିଥିଲେ ଉତ୍ୟକ୍ତ ଅଞ୍ଚଳବାସୀ । ଫଳରେ ଥାନାରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଏନେଇ ମୃତ ବୈଜନାଥ ଶର୍ମାଙ୍କ ଭଣଜା ଅଭିଯୋଗ କରିଛନ୍ତି ଯେ,'' ରବିବାର ମୋ ମାମୁଁ ଘର ପାଖରେ ମୋର ପିଲାଙ୍କ ସହ ଖେଳୁଥିଲେ, ସେହି ସମୟରେ ୬ଜଣ ଯୁବକ ଆସି ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏନେଇ ମାମୁଁ ପଚାରିବାରୁ ତାଙ୍କୁ ମାଡ ମାରିବାକୁ କହି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଟିଲୁ, ନିହାଲୁ, ରୁଷାଟି, ଗଣେଷ, ସଚିନ ଆକ୍ରମଣ କରି ମୋର ମାମୁଁ ହତ୍ୟା କରିଛନ୍ତି, ପୂର୍ବରୁ ମାମୁଁ ସହ ନିହାଲୁ ସାଙ୍ଗରେ ବିବାଦ ମଧ୍ୟ ରହିଥିଲା'' ।


ଏହା ମଧ୍ୟ ପଢନ୍ତୁ-ନଶାସକ୍ତ ବାପାର ଉନ୍ମତ୍ତ କାଣ୍ଡ, ମଦ ନିଶାରେ ୪ ମାସର ଶିଶୁପୁତ୍ରକୁ ଗଳା ଚିପି ହତ୍ୟା

ତେବେ ନିଶାକାରବାର ହେଉ କି ଗୋଷ୍ଠୀ ବିବାଦ ବା ପାରିବାରିକ କଳହ ଓ ପୂର୍ବଶତ୍ରୁତାକୁ ନେଇ ରାଜ୍ୟରେ ପ୍ରତ୍ୟେକ ଦିନ ହତ୍ୟାକାଣ୍ଡ ଜନିତ ମାମଲା ବୃଦ୍ଧି ହେବାରେ ଲାଗିଛି । କେଉଁଠି ବାପା ପୁଅକୁ ହତ୍ୟା କଲାଣି ତ କେଉଁଠି ସ୍ବାମୀ ସ୍ତ୍ରୀକୁ ପୁଣି କେଉଁଠି ମାଆ ଆଗରେ ପୁଅକୁ ହତ୍ୟା କରୁଛନ୍ତି ଅପରାଧି । ଫଳରେ ଗୋଟିଏ ପରେ ଗୋଟିଏ ନିରିହ ଲୋକଙ୍କ ଜୀବନ ଯାଉଥିବା ବେଳେ ଖସିଯାଉଛନ୍ତି ଅପରାଧି । ଏ ଦିଗରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.