ETV Bharat / city

ଆରମ୍ଭ ହେଲା ଶୀତଳଷଷ୍ଠୀର ଅଦ୍ୟପର୍ବ ଥାଳ ଉଠା

author img

By

Published : May 3, 2022, 10:53 PM IST

ଆଜି ଶୀତଳ ଷଷ୍ଠୀ ଯାତ୍ରାର ଆଦ୍ୟପର୍ବ ଥାଳ ଉଠା ନୀତି ସମ୍ବଲପୁରର ନନ୍ଦପଡା, ଝାଡୁଆପଡା, ମୁଦିପଡା, ବଡବଜାର,ବୁଢାରାଜା, କୁମ୍ଭାର ପଡା, ଭତ୍ରା ଆଦି ଯାତ୍ରା କମିଟି ମାନଙ୍କ ଦ୍ବାରା ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ

ଆରମ୍ଭ ହେଲା ଶୀତଳଷଷ୍ଠୀର ଅଦ୍ୟପର୍ବ ଥାଳ ଉଠା
ଆରମ୍ଭ ହେଲା ଶୀତଳଷଷ୍ଠୀର ଅଦ୍ୟପର୍ବ ଥାଳ ଉଠା

ସମ୍ବଲପୁର: ଆରମ୍ଭ ହୋଇଛି ଶୀତଳଷଷ୍ଠୀ ଯାତ୍ରାର ଅଦ୍ୟପର୍ବ କୁହାଯାଉଥିବା ଥାଳ ଉଠା । କୋଭିଡ କଟକଣା ଯୋଗୁଁ ଦୀର୍ଘ 2 ବର୍ଷ ହେଲା ଶୀତଳଷଷ୍ଠୀ ଯାତ୍ରା ହୋଇ ପାରୁନଥିବା ବେଳେ ଏବେ ପୁଣି ଆରମ୍ଭ ହୋଇଛି ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟପର୍ବ ଥାଳ ଉଠା । ପୂର୍ବରୁ 2 ବର୍ଷ କେବଳ ବିଧି ରକ୍ଷା ପୂର୍ବକ ଶୀତଳଷଷ୍ଠୀ ହୋଇଥିଲା । ତେବେ ଏଥର ପୁଣି ଥରେ ଶୀତଳଷଷ୍ଠୀ ଯାତ୍ରା ପୂର୍ଣ୍ଣ ରୂପରେ ଆୟୋଜିତ ହେବ ବୋଲି ଜଣାପଡିଛି ।

ଏହି କ୍ରମରେ ଆଜି ଶୀତଳ ଷଷ୍ଠୀ ଯାତ୍ରାର ଆଦ୍ୟପର୍ବ ଥାଳ ଉଠା ନୀତି ସମ୍ବଲପୁରର ନନ୍ଦପଡା, ଝାଡୁଆପଡା, ମୁଦିପଡା, ବଡବଜାର,ବୁଢାରାଜା, କୁମ୍ଭାର ପଡା, ଭତ୍ରା ଆଦି ଯାତ୍ରା କମିଟି ମାନଙ୍କ ଦ୍ବାରା ସମ୍ପନ୍ନ ହୋଇଛି ।

ଆରମ୍ଭ ହେଲା ଶୀତଳଷଷ୍ଠୀର ଅଦ୍ୟପର୍ବ ଥାଳ ଉଠା

ଥାଳ ଉଠା କଣ ?

ସମ୍ବଲପୁରରେ ଆରମ୍ଭ ହୋଇଛି ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ ଥାଳ ଉଠା । ଥାଳ ଉଠା ମାନେ ଚଳିତବର୍ଷ ଶୀତଳ ଷଷ୍ଠୀ ଯାତ୍ରା ପାଇଁ କେଉଁ ସୌଭାଗ୍ୟଶାଳୀ ଦମ୍ପତି ମାତା ପାର୍ବତୀଙ୍କ ପିତା ମାତା ହେବାରର ଗୌରବ ଅର୍ଜନ କରିବେ ତାଙ୍କୁ ଚୟନ କରିବା ।

ଥାଳ ଉଠା କାହିଁକି ହୋଇଥାଏ ?

ପ୍ରତ୍ୟେକ ବର୍ଷ ପ୍ରତ୍ୟେକ ଯାତ୍ରା କମିଟି ଅକ୍ଷୟ ତୃତୀୟା ତିଥିରେ କନ୍ୟା ପିତା ମାତା କିଏ ହେବ ଚୟନ କରନ୍ତି । ଆଉ ଅକ୍ଷୟ ତୃତୀୟା ତିଥିରେ ଭୋଳା ନାଥଙ୍କ ଜଳାଭିଷେକ କରିବା ପରେ ସ୍ବତନ୍ତ୍ର ପୂଜାବିଧି ସହ କନ୍ୟା ପିତା ମାତା ଭାବେ ଚୟନ ହୋଇଥିବା ଦମ୍ପତିଙ୍କୁ ଏକ ପୂଜା ଥାଳି ପ୍ରଦାନ କରାଯାଇଥାଏ । ଆଉ ଏହି ଦିନ ଠାରୁ ଦେବଦମ୍ପତିଙ୍କ ବିବାହ ପାଇଁ ପାଣ୍ଠି ସଂଗ୍ରହ ଆରମ୍ଭ ହୋଇଥାଏ । ଏହି ପରମ୍ପରାକୁ ଥାଳଉଠା କୁହାଯାଏ । ଥାଳ ଉଠା ନୀତିର ଠିକ ଗୋଟିଏ ମାସ ପରେ ଦେବ ଦମ୍ପତିଙ୍କ ବିବାହ ବା ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ତେବେ ଦେବ ଦମ୍ପତିଙ୍କ ବିବାହ ପୂର୍ବରୁ ପତରପେଣ୍ଡି, ଗୁଆଗୁଣ୍ଡା, ନରସିଂହ ନିଉତା,ହନୁମାନ ନିଉତା ଆଦି ବିଶେଷ ନୀତି ସମ୍ପନ୍ନ ହୋଇଥାଏ। ଆଜି ସମ୍ବଲପୁରର ବିଭିନ୍ନ ଯାତ୍ରା କମିଟିର କନ୍ୟା ପିତା ମାତା ଚୟନ ହୋଇଛି। ଚଳିତ ବର୍ଷ ନନ୍ଦପଡା ଯାତ୍ରା କମିଟିର କନ୍ୟା ପିତା ମାତା ଭାବେ ଗିରିଷ ପଟେଲ ଓ ତାଙ୍କ ପତ୍ନୀ ହଂସାବେନ ପଟେଲ, ଝାଡୁଆପଡାର କନ୍ୟା ପିତା ମାତା ଭାବେ ସୁନୀଲ ଅଗ୍ରୱାଲ ଓ ତାଙ୍କ ପତ୍ନୀ କବିତା ଅଗ୍ରୱାଲ ଓ ବଡ ବଜାର ଶିତଳେଶ୍ବର ବାବା ଯାତ୍ରା କମିଟିର କନ୍ୟା ପିତା ମାତା ଭାବେ ଲୋକନାଥ ରାଉତ ଓ ତାଙ୍କ ପତ୍ନୀ ମୀରା ରାଉତ ଚୟନ ହୋଇଛନ୍ତି । ଆସନ୍ତା ଜୁନ 4 ତାରିଖରେ ଶିବ ପାର୍ବତୀ ବିବାହ, 5 ରେ ଶୀତଳଷଷ୍ଠୀ ଓ 6 ତାରିଖରେ ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ନୀତି ସମ୍ପନ୍ନ ହେବ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.