ETV Bharat / city

ଛାତ୍ରୀ ନିବାସ ଛାତରୁ ଡେଇଁ ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

author img

By

Published : Oct 11, 2022, 9:54 AM IST

ଆବାସିକ କଲେଜର ବାଳିକା ହଷ୍ଟେଲର 4 ମହଲା କୋଠା ଉପରୁ ଡେଇଁ ଯୁବତୀ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ । ସମ୍ବଲପୁର ଜିଲ୍ଲା ଶାସନଥାନା ଅନ୍ତର୍ଗତ ଏକ ଘରୋଇ ଆବାସିକ କଲେଜରେ ଏଭଳି ଘଟଣା ଘଟିଛି । ଅଧିକ ପଢ଼ନ୍ତୁ

ଯୁବତୀ କର୍ମଚାରୀଙ୍କ ଆତ୍ମହତ୍ଯା ଉଦ୍ଯମ
ଯୁବତୀ କର୍ମଚାରୀଙ୍କ ଆତ୍ମହତ୍ଯା ଉଦ୍ଯମ

ସମ୍ବଲପୁର: ଆବାସିକ କଲେଜର ବାଳିକା ହଷ୍ଟେଲର 4 ମହଲା କୋଠା ଉପରୁ ଡେଇଁ ଯୁବତୀ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ । ସମ୍ବଲପୁର ଜିଲ୍ଲା ଶାସନଥାନା ଅନ୍ତର୍ଗତ ଏକ ଘରୋଇ ଆବାସିକ କଲେଜରେ ଏଭଳି ଘଟଣା ଘଟିଛି । ଆହତ ଯୁବତୀ ଜଣକ ହେଲେ ହଷ୍ଟେଲରେ ଖାଦ୍ୟ ଯୋଗାଉଥିବା ସର୍ଭିସିଂ ଷ୍ଟାଫ୍ ଅଞ୍ଜଳି କୁମ୍ଭାର ।

ଅଞ୍ଜଳି କୁମ୍ଭାର କିଛିଦିନ ହେବ ମାନସିକ ଚିନ୍ତାରେ ରହୁଥିଲେ । ଯାହାକୁ ନେଇ ସେ ସବୁ ବେଳେ ନିଜକୁ ଏକା ଭାବୁଥିଲେ । ହେଲେ ଆଜି ଅଞ୍ଜଳି ହଷ୍ଟେଲର 4 ମହାଲା କୋଠା ଉପରୁକୁ ଯାଇଥିଲେ । ସେଠାରୁ ସେ ଡେଇଁବାକୁ ଉଦ୍ୟମ କରୁଥିବାବେଳେ ତାଙ୍କୁ ତାଙ୍କ ସହକର୍ମୀ ବାରଣ କରିଥିଲେ । ତେବେ ଯୁବତୀ ଜଣକ ନମାନି ଡେଇଁ ପଡିଥିଲେ ।

ତଳେଥିବା ଜଣେ ବ୍ୟକ୍ତି ଯୁବତୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ଓ ହାତ ବଢ଼େଇଥିଲେ ଫଳରେ ଯୁବତୀ ଜଣକ ତାଙ୍କ ହାତରେ ପଡି ବା ପରେ ଭୂମିରେ ପଡ଼ିଥିଲେ । ତେବେ ସୌଭାଗ୍ୟବଶତଃ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହି ଘଟଣାପରେ ମହିଳା ଜଣକ ଗୁରୁତର ଭାବେ ଆହତ ହୋଇଥିଲେ ।

ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଥିଲା । ହେଲେ ଏଯାବତ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଖବରପାଇ ଏହି ଘରୋଇ ଶିକ୍ଷାନୁଷ୍ଠାନରେ ପୋଲିସ ପହଞ୍ଚି ନିଜ ଆଡୁ ପଚରାଉଚରା କରିଛି । ସେଠାରେ ପୋଲିସ ଓ ମାଜିଷ୍ଟ୍ରେଟ ଆଗରେ ଯୁବତୀ ଜଣକ ନିଜେ ମାନସିକ ସନ୍ତୁଳନ ହରାଇ ଡେଇଁ ପଡ଼ିଥିବାର କହିଛନ୍ତି । ମାତ୍ର ଏନେଇ ଗଣମାଧ୍ୟମକୁ କୌଣସି ପ୍ରକାର ସୂଚନା ଦେବାକୁ ଘରୋଇ କଲେଜ କର୍ତ୍ତୃପକ୍ଷ ମନା କରିଛନ୍ତି । ଏପରିକି ଛୁଟିରେ ଯାଇ ଆଜି ଏଠାରେ ଆସି ଅଭିଭାବକଙ୍କ ସହ ପହଞ୍ଚିଥିବା ଛାତ୍ରୀ ଓ ଅଭିଭାବକଙ୍କୁ ମଧ୍ୟ ହଷ୍ଟେଲ ପରିସରକୁ ପ୍ରବେଶ ପାଇଁ ବାରଣ କରାଯାଇଥିବା ଦେଖିବାକୁ ମିଳିଥିଲା ।

ତେବେ ଶାସନଥାନା ଅଧିକାରୀ ଲୋକନାଥ ସାହୁ ଏବଂ ଏସଡିପିଓ ପ୍ରଦୀପ ସାହୁ ଘଟଣାସ୍ଥଳରେ ପହଞ୍ଚି ଆହତ ମହିଳାଙ୍କ ସହକର୍ମୀ ଓ ହଷ୍ଟେଲ ଛାତ୍ରୀ ପଚରାଉଚରା କରୁଥିବା ଜଣାପଡିଛି । ତେବେ କେଉଁ କାରଣ ଯୋଗୁଁ ମହିଳା ଜଣକ ଏତେ ଚିନ୍ତିତ ଥିଲେ ତାହା ଏଯାବତ ସ୍ପଷ୍ଟ ଜଣାପଡ଼ିନାହିଁ । ଏହାର କାରଣ ଖୋଜୁଛି ପୋଲିସ । ତଦନ୍ତ ପରେ ସବୁ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.